ETV Bharat / state

Bharat Jodo Yatra In Balasore : ଓଡ଼ିଶା ପ୍ରତି ଅବହେଳା କଥା କହିବ କଂଗ୍ରେସ

author img

By

Published : Sep 26, 2022, 5:22 PM IST

Bharat Jodo Yatra In Balasore
ଓଡ଼ିଶା ପ୍ରତି ଅବହେଳା କଥା କହିବ କଂଗ୍ରେସ

ନଭେମ୍ବର ଦ୍ଵିତୀୟ ସପ୍ତାହରେ ଉତ୍ତର ବାଲେଶ୍ଵରରେ ଭାରତ ଯୋଡ଼ ପଦ ଯାତ୍ରା (Bharat Jodo Yatra in Balasore) ହେବ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା । ଅଧିକ ପଢନ୍ତୁ

ବାଲେଶ୍ବର: ଅକ୍ଟୋବର ୩୧ ତାରିଖ ଠାରୁ ଓଡିଶାରେ ଆରମ୍ଭ ହେବ ଭାରତ ଯୋଡ଼ ପଦ ଯାତ୍ରା (Bharat Jodo Yatra in Odisha) । ଭୁବନେଶ୍ବର ଇନ୍ଦିରା ଗାନ୍ଧୀ ପାର୍କ (IG Park)ରୁ ଯାତ୍ରା ଆରମ୍ଭ ହେବ ବୋଲି ସୂଚନା ରହିଛି । ଏହି କ୍ରମରେ ନଭେମ୍ବର ଦ୍ଵିତୀୟ ସପ୍ତାହରେ ଉତ୍ତର ବାଲେଶ୍ଵରରେ ଏହି ଯାତ୍ରା ହେବ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ।

ଓଡ଼ିଶା ପ୍ରତି ଅବହେଳା କଥା କହିବ କଂଗ୍ରେସ

ଏହା ମଧ୍ୟ ପଢନ୍ତୁ: Bharat Jodo Yatra: ଓଡିଶା ଆସିବେ ନାହିଁ ରାହୁଲ, କାରଣ କହିଲେ ପିସିସି ସଭାପତି

ଏହିଯାତ୍ରା ଜାନୁୟାରୀ ୩୦ରେ ସରିବ । ଏଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୋଷ ଦୁର୍ବଳତା କହିବା ସହ ଲୋକଙ୍କ ସମର୍ଥନ ଲୋଡିବ କଂଗ୍ରେସ । ଓଡ଼ିଶାରେ କିଛି ନିର୍ଦ୍ଦିଷ୍ଟ ପ୍ରସଙ୍ଗ, ଆଞ୍ଚଳିକ ବୈଷମ୍ୟ ତାକୁ ନେଇ କଂଗ୍ରେସ ବଡ ଧରଣର ଜନ ଆନ୍ଦୋଳନ କରିବ । ଓଡ଼ିଶାରେ ସମ ଭିତ୍ତିକ ବିକାଶ ହେଉ ନାହିଁ । ଉତ୍ତର ଓଡ଼ିଶାରେ ସେହିପରି ଅନେକ ସମସ୍ୟା ରହିଛି । ସୁବର୍ଣ୍ଣରେଖା ନଦୀରେ ସବୁବେଳେ ବନ୍ୟା ଆସୁଛି । ସୁବର୍ଣ୍ଣରେଖା ସଂସ୍କାରକୁ ଅଣଦେଖା କରାଯାଉଛି । ଶିଳ୍ପ ଧୀରେ ଧୀରେ ବନ୍ଦ ହେବାକୁ ବସିଲାଣି । ଅନେକ ଶିଳ୍ପ ଭୂତ କୋଠି ପାଲଟିବା ସହ ଲୋକଙ୍କ ନିଯୁକ୍ତି କମିବାରେ ଲାଗିଛି । ଏପରିକି ଲୋକଙ୍କ ମୁଣ୍ଡପିଛା ଆୟ ମଧ୍ୟ କମିଛି । ବାଲେଶ୍ଵରରେ ଏସବୁ ସମସ୍ୟାକୁ ନେଇ କଂଗ୍ରେସ ଭାରତ ଯୋଡ଼ ଯାତ୍ରାକୁ ସଫଳ କରିବା ନେଇ ଆଶାବାଦୀ ରହିଛି ।

ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା କହିଛନ୍ତି ଯେ, "ଅକ୍ଟୋବର ୩୧ ତାରିଖ ଠାରୁ ଓଡିଶାରେ ଆରମ୍ଭ ହେବ ଭାରତ ଯୋଡ଼ ପଦ ଯାତ୍ରା (Bharat Jodo Yatra in Odisha) ।ନଭେମ୍ବର ଦ୍ଵିତୀୟ ସପ୍ତାହରେ ଉତ୍ତର ବାଲେଶ୍ଵରରେ ଏହି ଯାତ୍ରା ହେବ । ଆମେ ଯାହା ଦେଖୁିଛୁ ଏହା ଏକ ଅବହେଳିତ ଅଞ୍ଚଳ । ୨୨ ବର୍ଷ ଶାସନରେ ଏହି ଅଞ୍ଚଳକୁ ଦୃଷ୍ଟି ଦେଉନାହାନ୍ତି ସରକାର । ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ଶିଳ୍ପ ବନ୍ଦ ହେବାକୁ ବସିଛି । ଫଳରେ ଚାଷୀ ସହ ଦାଦନ ଶ୍ରମିକଙ୍କ ସଂଖ୍ୟା ବଢୁଛି । ଏହି ପରିସ୍ଥିତିରେ ସରକାରଙ୍କ ନିଦ ଭାଙ୍ଗିବା ଦରକାର । ଅବହେଳାର ଅନ୍ତ ଘଟୁ, ଆଞ୍ଚଳିକ ବୈଷମ୍ଯ ଦୂର ହେଉ, ଆମର ସମ ଭିତ୍ତିକ ବିକାଶ ସହ ଅସମତା ଦୂର ହେଉ ଏହି ସବୁ ପ୍ରସଙ୍ଗକୁ ଆଧରକରି ଏହି ଯାତ୍ରା ପରିକଳ୍ପନା କରାଯାଇଛି ।"

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.