ETV Bharat / city

Bharat Jodo Yatra: ଓଡିଶା ଆସିବେ ନାହିଁ ରାହୁଲ, କାରଣ କହିଲେ ପିସିସି ସଭାପତି

author img

By

Published : Sep 14, 2022, 9:05 PM IST

Updated : Sep 14, 2022, 9:11 PM IST

Etv Bharat
Etv Bharat

ପିସିସି ସଭାପତି ଶରତ ପଟ୍ଟନାୟକଙ୍କ କହିଛନ୍ତି, ସୁରକ୍ଷା ଦୃଷ୍ଟି କୋଣରୁ ରାହୁଲଙ୍କ ଭାରତ ଯୋଡ ଯାତ୍ରାରେ ଓଡିଶା ସ୍ଥାନ ପାଇନାହିଁ । କିନ୍ତୁ ଜୟରାମ ରମେଶ ଏବଂ ଦିଗବିଜୟ ସିଂଙ୍କ ପରି ବରିଷ୍ଠ ନେତା ମାନେ ଆସନ୍ତା 18 ତାରିଖରେ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ସାରା ରାଜ୍ୟରେ ମଧ୍ୟ ଭାରତ ଯୋଡ ଯାତ୍ରା ଆରମ୍ଭ ହେବ । ଅଧିକ ପଢନ୍ତୁ

ଭୁବନେଶ୍ବର: ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ସଂଗଠନର ଶକ୍ତି ବଢାଉଛି କଂଗ୍ରେସ । ସର୍ବଭାରତୀୟସ୍ତରରେ ଜାରି ରହିଛି ଭାରତ ଯୋଡ ଯାତ୍ରା । ଭାରତ ଯୋଡ ଯାତ୍ରାର ନେତୃତ୍ବ ନେଉଛନ୍ତି ଖୋଦ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଯାତ୍ରା ଦେଶର 12 ରୁ ଅଧିକ ରାଜ୍ୟରେ ଲୋକଙ୍କ ପାଖକୁ ଯିବ । ହେଲେ ଏହି ଯାତ୍ରା ଓଡିଶାକୁ ଆସିବ ନାହିଁ । କିନ୍ତୁ ଯାତ୍ରାର ଅଶଂବିଶେଷ ସ୍ବରୂପ ରାଜ୍ୟ କଂଗ୍ରେସ ସାରା ରାଜ୍ୟରେ ଭାରତ ଯୋଡ ଯାତ୍ରା କରିବ । ଯେଉଁଥିରେ କେନ୍ଦ୍ରୀୟ ନେତା ମଧ୍ୟ ସାମିଲ ହେବେ । ହେଲେ ରାହୁଲଙ୍କ ଭାରତ ଯୋଡ ଯାତ୍ରାରେ ଓଡିଶା ନଥିବା ବେଳେ ଏହାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି ।

Bharat Jodo Yatra: ଓଡିଶା ଆସିବେ ନାହିଁ ରାହୁଲ, କାରଣ କହିଲେ ରାଜ୍ୟ ସଭାପତି

ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ କହିଛନ୍ତି, ସୁରକ୍ଷା ଦୃଷ୍ଟି କୋଣରୁ ରାହୁଲଙ୍କ ଭାରତ ଯୋଡ ଯାତ୍ରାରେ ଓଡିଶା ସ୍ଥାନ ପାଇନାହିଁ । କିନ୍ତୁ ଜୟରାମ ରମେଶ ଏବଂ ଦିଗବିଜୟ ସିଂଙ୍କ ପରି ବରିଷ୍ଠ ନେତା ମାନେ ଆସନ୍ତା 18 ତାରିଖରେ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ସାରା ରାଜ୍ୟରେ ମଧ୍ୟ ଭାରତ ଯୋଡ ଯାତ୍ରା ଆରମ୍ଭ ହେବ । ପିସିସି ସଭାପତି କହିଛନ୍ତି, 2024ରେ ଓଡିଶାରେ କଂଗ୍ରେସର ଟାର୍ଗେଟ ହେଲା 9ରୁ 90 ଆସନ। ଦଳ ଭିତରେ ଗୋଷ୍ଠୀ କନ୍ଦଳ ପ୍ରସଙ୍ଗକୁ ଏଡାଇ ଯାଇଛନ୍ତି ଶରତ । କହିଛନ୍ତି ଦଳ ଏକ ଅଛି, ସମସ୍ତେ ଏକାଠି ହୋଇ 2024 ପାଇଁ ରଣାଙ୍ଗନକୁ ଓହ୍ଲାଇବେ । ବ୍ରଜରାଜନଗର ଉପନିର୍ବାଚନରେ କଂଗ୍ରେସ ଦ୍ବିତୀୟ ସ୍ଥାନରେ ରହି ଏହା ପ୍ରମାଣ କରିସାରିଛି । 2024ରେ 90 ଆସନ ଦଖଲ କରିବ କଂଗ୍ରେସ । ଦଳର ସସମ୍ତ ନେତା ଏକାଠି ହୋଇ ଲଢିବେ ।

ସେପଟେ ରାଜ୍ୟ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ବରୀ କହିଛନ୍ତି, କଂଗ୍ରେସର ବରିଷ୍ଠ ନେତାମାନେ ଏବେ କଂଗ୍ରେସ ଛାଡୁଛନ୍ତି । ଭାରତ ଯୋଡ ଛାଡି କଂଗ୍ରେସକୁ ଯୋଡିବା ଉପରେ କଂଗ୍ରେସ ନେତୃତ୍ବ ଗୁରୁତ୍ବ ଦେବା ଦରକାର । କଂଗ୍ରେସ ଦେଶକୁ ଖଣ୍ଡଖଣ୍ଡ କରିଛି । ଦେଶକୁ ବିଭାଜନ ପାଇଁ ଉଦ୍ୟମ କରୁଛି । ବିଜେପି ଦେଶର ଏକତା ବଜାୟ ରଖିବା ପାଇଁ ପ୍ରତିଶୃତିବଦ୍ଧ । ବିଜେପି ଦେଶର ଅଖଣ୍ଡତା ପାଇଁ କାମ କରୁଛି । ଯାହାର ଉଦାହରଣ ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ବୋଲି ପୁରନ୍ଦେଶ୍ବରୀ କହିଛନ୍ତି ।

ଅନ୍ୟପଟେ ରାଜନୈତିକ ସମୀକ୍ଷକଙ୍କ ମତରେ ଏକ ସିଧା ରାସ୍ତାରେ ରାହୁଲଙ୍କ ଭାରତ ଯୋଡ ଯାତ୍ରା ଯାଉଛି । ଓଡିଶା ଏହି ଯାତ୍ରାରେ ସାମିଲ ନହେବାକୁ ଅନେକ ସମାଲୋଚନା କରୁଛନ୍ତି । ଏହା ସତ । କିନ୍ତୁ କଂଗ୍ରେସ ସରକାର ଥିବା ଛତିଶଗଡକୁ ବି ଯାଉନାହାନ୍ତି ରାହୁଲ । ଗୁଜରାଟରେ ନିର୍ବାଚନ ଥିବା ସତ୍ବେ ମଧ୍ୟ ରାହୁଲଙ୍କ ଭାରତ ଯୋଡ ଯାତ୍ରାରେ ଏହା ଆସୁନାହିଁ । ତେଣୁ ଭାରତ ଯୋଡ ଯାତ୍ରାରେ ସାମିଲ ନହେବାରୁ ଫୋକସରେ ଓଡିଶା ନାହିଁ ବୋଲି କହିବା ଠିକ ହେବ ନାହିଁ ।

ରାଜ୍ୟ କଂଗ୍ରେସରେ ପିସିସି ନିର୍ବାଚନ ପରେ ଗୋଷ୍ଠୀ କନ୍ଦଳ ତେଜିଥିଲା । ଯାହାର ପ୍ରତିଫଳନ ରାଷ୍ଟ୍ରପତି ନିର୍ବାଚନ ବେଳେ ଦେଖିବାକୁ ମିଳିଥିଲା । ଗୋଷ୍ଠୀ କନ୍ଦଳରୁ ଉର୍ଦ୍ଧ୍ବରେ ରହି ଓଡିଶାରେ ଭାରତ ଯୋଡ ଯାତ୍ରାକୁ କଂଗ୍ରେସ କେତେ ସଫଳ କରୁଛି ଏବେ ତା ଉପରେ ସମସ୍ତଙ୍କ ନଜର ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ରଙ୍କ ସହ ଭୁବନେଶ୍ବରରୁ ଲାଲମୋହନ ପଣ୍ଡା, ଇଟିଭି ଭାରତ

Last Updated :Sep 14, 2022, 9:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.