ETV Bharat / state

Strike Impact: ପେଟ୍ରୋଲ ପମ୍ପରେ ସରିଲା ତେଲ, ହନ୍ତସନ୍ତ ଜନ ସାଧାରଣ

author img

By

Published : Mar 16, 2023, 8:48 PM IST

ପେଟ୍ରୋଲ ପମ୍ପରେ ସରିଲା ତେଲ, ହନ୍ତସନ୍ତ ସାଧାରଣଜନତା
ପେଟ୍ରୋଲ ପମ୍ପରେ ସରିଲା ତେଲ, ହନ୍ତସନ୍ତ ସାଧାରଣଜନତା

ଷ୍ଟିଅରିଂ ଛାଡ଼ ଆନ୍ଦୋଳନରେ ଓଡିଶା ଡ୍ରାଇଭର ମହାସଙ୍ଘ । ଆନ୍ଦୋଳନ ଦ୍ବିତୀୟ ଦିନରେ ବାଲେଶ୍ଵରରେ ଅନେକ ସ୍ଥାନ ପ୍ରଭାବ । ପେଟ୍ରୋଲ ଡିପୋରେ ତେଲର ଅଭାବ । ଅଧିକ ପଢ଼ନ୍ତୁ

ଷ୍ଟିଅରିଂ ଛାଡ଼ ଆନ୍ଦୋଳନରେ ଓଡିଶା ଡ୍ରାଇଭର ମହାସଙ୍ଘ, ହନ୍ତସନ୍ତ ସାଧାରଣଜନତା

ବାଲେଶ୍ଵର: 10 ଦଫା ଦାବିକୁ ନେଇ ଓଡିଶା ଡ୍ରାଇଭର ମହାସଙ୍ଘ ଆନ୍ଦୋଳନ । ଦାବି ପୂରଣ ନହେବା ଯାଏଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଜାରି ରହିବ ବୋଲି ରୋକ୍‌ଠୋକ୍‌ କହିଛି ଡ୍ରାଇଭର ମହାସଂଘ । ସରକାରଙ୍କ ପାଇଁ ମହାସଂଘ ପକ୍ଷରୁ ୧୦ଟି ଦାବି ଉପସ୍ଥାପନ କରାଯାଇଛି । ତେବେ ଡ୍ରାଇଭର ସଙ୍ଘ ୧୦ ଦଫା ଦାବି ହେଉଛି । ଡ୍ରାଇଭରଙ୍କ ସୁରକ୍ଷା ନିମନ୍ତେ ସ୍ବତନ୍ତ୍ର ଆଇନ ତିଆରି, ପ୍ରତି ୧୦୦ କିଲୋମିଟରରେ ବିଶ୍ରାମଗାର, ଶୌଚାଳୟ, ୫୫ ବର୍ଷ ପରେ ପେନସନ ଦାବି କରିଛନ୍ତି । ଏହାସହ ଦୁର୍ଘଟଣାଜନିତ ମୃତ୍ୟୁ ପାଇଁ ୨୦ ଲକ୍ଷ, ଅକ୍ଷମ ହେଇଗଲେ ୧୦ ଲକ୍ଷ ସହ ଚିକିତ୍ସା ପାଇଁ ୫ ଲକ୍ଷ ଦାବି କରିଛନ୍ତି । ଏହାସହ ଡ୍ରାଇଭରଙ୍କୁ ଆବାସ ଯୋଜନାରେ ସାମିଲ, ପିଲାଙ୍କ ଲାଗି ଉଚ୍ଚ ଶିକ୍ଷାର ବ୍ୟବସ୍ତା, ଲାଇସେନ୍ସ ପାଇଁ ଫାଇନ ୧୫ ହଜାର ଟଙ୍କା ହଟା ଯାଉ ଦାବି ନେଇ ରାଜ ରାସ୍ତାରେ ଅବରୋଧ କରିଛନ୍ତି ବସ୍‌ ଡ୍ରାଇଭର ସଙ୍ଘ ।

ତେବେ ଆଜି ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଦ୍ବିତୀୟ ଦିନରେ ବାଲେଶ୍ଵରରେ ଅନେକ ସ୍ଥାନ ଉପରେ ପ୍ରଭାବ ପଡିଛି । ବିଶେଷ କରି ଟାଙ୍କିକୁ ପେଟ୍ରୋଲ ଗାଡ଼ି ଆସି ପାରୁ ନଥିବାରୁ ଏବେ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ବାଲେଶ୍ଵରର ବିଭିନ୍ନ ଟାଙ୍କିରେ ଏମିତି ଅବସ୍ଥା ଦେଖିବାକୁ ମିଳୁଛି । ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଯୋଗୁଁ ଡିପୋରୁ ପେଟ୍ରୋଲ ଆସିବାରେ ଅସୁବିଧା ଯୋଗୁଁ ଯେଉଁ କେତୋଟି ଟାଙ୍କିରେ ତେଲ ମହଜୁଦ ଥିଲା ସେସବୁ ସରିବାକୁ ବସିଲାଣି । ଯାହାଫଳରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ତେଲ ସମସ୍ୟା ଦେଖିବାକୁ ମିଳିଛି ।

ବହୁତ ଗୁଡିଏ ଟାଙ୍କିରେ ମଧ୍ୟ ପେଟ୍ରୋଲ ଡିଜେଲ ସରି ଯାଇଛି । ଯାହାକୁ ନେଇ ଦୁର୍ଦ୍ଦଶା ଭୋଗୁଛନ୍ତି ସାଧାରଣ ଲୋକ। । ଏପଟେ ସ୍କୁଲ ବସ୍‌ ହେଉ କି ଆମ୍ବୁଲାନ୍ସ ପେଟ୍ରୋଲ ବିନା ରାସ୍ତାରେ ଗଡ଼ିବା ଏକ ପ୍ରକାର ଠପ ହେବାର ସମ୍ଭାବନା ରହିଛି । ରୋଗୀସେବା ଯୋଗାଉଥିବା ଆମ୍ବୁଲାନ୍ସରେ ତେଲ ସରିଗଲେ ତାହା ନିଶ୍ଚିତ ଭାବେ ରୋଗୀସେବା ଯୋଗାଇବାରେ ଅସମର୍ଥ ହେବ। ଯାହାକୁ ନେଇ ଚିନ୍ତା ବଢିଥିବା ଦେଖିବାକୁ ମିଳିଛି ।

ଅନ୍ୟପଟେ ରାଜରାସ୍ତାରେ ଅତ୍ୟାବଶକୀୟ ସାମଗ୍ରୀ ନେଇ ଆସୁଥିବା ଟ୍ରକ ଗୁଡିକ ଅଟକି ରହିବା ଯୋଗୁଁ ପନି ପରିବା ଓ ଫଳ ସବୁ ନଷ୍ଟ ହେବାର ଆଶଙ୍କା କରାଯାଉଛି । ଏମିତି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଦିଗରେ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକ ହୋଇ ପଡିଛି । କୌଣସି ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଗାଡ଼ି ଅଟକାଇ ପାରିବେ ନାହିଁ ବୋଲି ପ୍ରଶାସନ ଦ୍ବାରା ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଏଥିପ୍ରତି କୌଣସି ଦୃଷ୍ଟି ଦିଆଯାଉ ନଥିବା ଦେଖିବାକୁ ମିଳୁଛି । ଯାହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ବାଲେଶ୍ଵର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.