ETV Bharat / state

ଆର୍ମି ଅଫିସର କହି ନାଚ ଶିକ୍ଷକଙ୍କ ଆକାଉଣ୍ଟ ଖାଲି କରିଦେଲା ସାଇବର ଠକ

author img

By

Published : Aug 28, 2021, 5:40 PM IST

ଆର୍ମି ଅଫିସର କହି ନାଚ ଶିକ୍ଷକଙ୍କ ଆକାଉଣ୍ଟ ଖାଲି କରିଦେଲା ସାଇବର ଅପରାଧି
ଆର୍ମି ଅଫିସର କହି ନାଚ ଶିକ୍ଷକଙ୍କ ଆକାଉଣ୍ଟ ଖାଲି କରିଦେଲା ସାଇବର ଅପରାଧି

ସାଇବର ଠକେଇର ଶିକାର ହେଲେ ନାଚ ଶିକ୍ଷକ । ନିଜକୁ ଆର୍ମି ଅଫିସରର ପରିଚୟ ଦେଇ ଶିକ୍ଷକଙ୍କ ଆକାଉଣ୍ଟ ଖାଲି କରିଦେଲା ସାଇବର ଅପରାଧୀ । ଅଧିକ ପଢନ୍ତୁ...

ବାଲେଶ୍ବର: ବର୍ତ୍ତମାନ ସମାଜରେ ଉଗ୍ର ହେଉଛି ସାଇବର କ୍ରାଇମ । ଅତି ସହଜରେ ସାଇବର ଅପରାଧୀଙ୍କ ଶିକାର ପାଲଟୁଛନ୍ତି ସାଧାରଣ ଲୋକେ ଏବଂ ହରାଉଛନ୍ତି ନିଜର କଷ୍ଟ ଉପାର୍ଜିତ ଅର୍ଥ । ଆଜି(ଶନିବାର) ସେଭଳି କିଛି ଘଟଣା ସାମ୍ନାକୁ ଆସିଛି ବାଲେଶ୍ବରରୁ । ଜଣେ ସାଇବର ଅପରାଧୀ ନିଜକୁ ଆର୍ମି ଅଫିସରର ପରିଚୟ ଦେଇ ବାଲେଶ୍ବର ସହରର ଶେଖ୍ ରାଜା ନାମକ ଜଣେ ନାଚ ଶିକ୍ଷକଙ୍କ ଆକାଉଣ୍ଟରୁ ସବୁ ଟଙ୍କା ଠକି ନେଇଛି ।

ଆର୍ମି ଅଫିସର କହି ନାଚ ଶିକ୍ଷକଙ୍କ ଆକାଉଣ୍ଟ ଖାଲି କରିଦେଲା ସାଇବର ଅପରାଧି

ଘଟଣାଟି କିଛି ଏପରି ରହିଛି । ସହରରେ ଏକ ଡ୍ୟାନ୍ସ ଇନଷ୍ଟିଚ୍ୟୁଟ ଚଳାଉଥିବା ଶେଖ୍ ରାଜାଙ୍କ ପାଖକୁ ଗୋଟିଏ କଲ୍ ଆସିଥିଲା । ସେପଟୁ ଜଣେ ବ୍ୟକ୍ତି ନିଜକୁ ଆର୍ମି ଅଫିସର ବୋଲି ଜଣାଇଥିଲେ ଏବଂ ତାଙ୍କର 4 ଜଣ ପିଲାଙ୍କୁ ଡ୍ୟାନ୍ସ କ୍ଲାସରେ ଆଡମିଶନ ପାଇଁ କହିଥିଲେ । ଏହାପରେ ସେହି ବ୍ୟକ୍ତି ଜଣକ ହ୍ବାଟ୍ସଆପ୍ ଜରିଆରେ ନିଜର ପରିଚୟ ଦେଇଥିଲେ । ତାଙ୍କ ହ୍ବାଟ୍ସଆପରେ ଆର୍ମି ଡ୍ରେସ ପିନ୍ଧା ଫଟୋ ଥିବାରୁ ନାଚ ଶିକ୍ଷକ ମଧ୍ୟ ଏଥିରେ ବିଶ୍ବାସ କରିଥିଲେ ।

ପରବର୍ତ୍ତୀ ସମୟରେ 4 ଜଣ ପିଲାଙ୍କ ଆଡମିଶନ ଟଙ୍କା ପଠାଇବାକୁ କହି ସେ ରାଜାଙ୍କ google pay ନମ୍ବର ମାଗିଥିଲେ ଏବଂ ସେଥିରେ ଏକ ଲିଙ୍କ ପଠାଇଥିଲେ । ରାଜା ସେହି ଲିଙ୍କ୍ ଉପରେ କ୍ଲିକ କରିବା ମାତ୍ରେ ଆଖି ପିଛୁଳାକେ ତାଙ୍କ ଆକାଉଣ୍ଟରେ ଥିବା 4 ହଜାର 500 ଟଙ୍କା ଗାଏବ୍ ହୋଇଯାଇଥିଲା । ଏନେଇ ସେ ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.