ETV Bharat / state

ସୁବର୍ଣ୍ଣରେଖା ବନ୍ଦର ତୁରନ୍ତ କାର୍ଯ୍ୟକ୍ଷମ ଦାବି ତେଜିଲା

author img

By

Published : Aug 31, 2022, 11:53 AM IST

subarnapr port action committee give meomorandum to  chief minister
ସୁଵର୍ଣରେଖା ବନ୍ଦର ତୁରନ୍ତ କାର୍ଯ୍ୟକ୍ଷମ ଦାବି ତେଜିଲା

ବାଲେଶ୍ଵର ଜିଲ୍ଲାର ପ୍ରଗତି ତଥା ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ପ୍ରଦାନର ସୁଯୋଗ ସୃଷ୍ଟି କରିବା ପାଇଁ ତୁରନ୍ତ ସୁବର୍ଣ୍ଣରେଖା ବନ୍ଦର କାର୍ଯ୍ୟ ସମାପ୍ତ କରିବା ପାଇଁ ଦାଵି ହୋଇଛି । ଅଧିକ ପଢନ୍ତୁ

ବାଲେଶ୍ବର: ସୁବର୍ଣ୍ଣପୁର ବନ୍ଦର କାର୍ଯ୍ୟକ୍ଷମ କରିବା ନେଇ ଦାବି । ବାଲେଶ୍ବର ଜିଲ୍ଲାର ପ୍ରଗତି ତଥା ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ପ୍ରଦାନର ସୁଯୋଗ ସୃଷ୍ଟି କରିବା ପାଇଁ ତୁରନ୍ତ ସୁବର୍ଣ୍ଣରେଖା ବନ୍ଦର କାର୍ଯ୍ୟ ସମାପ୍ତ କରିବା ନେଇ ଦାବି ଜୋର ଧରିଛି ।

ସୁଵର୍ଣରେଖା ବନ୍ଦର ତୁରନ୍ତ କାର୍ଯ୍ୟକ୍ଷମ ଦାବି ତେଜିଲା

ସୁବର୍ଣ୍ଣରେଖା ବନ୍ଦର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କମିଟି ପକ୍ଷରୁ ଗାନ୍ଧୀ ସ୍ମୃତି ଭବନ ନିକଟରୁ ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା । ତେବେ କମିଟିର ଦାବି ଅନୁଯାୟୀ, ‘‘ଯେଉଁସବୁ ଉଦ୍ଦେଶ୍ୟ ତଥା ବାଲେଶ୍ବର ଜିଲ୍ଲାର ଉନ୍ନତି ପାଇଁ ସୁବର୍ଣ୍ଣପୁର ବନ୍ଦର କାର୍ଯ୍ୟ ଆରମ୍ଭ ହୋଇଥଲା । ଯାହା ଏବେ ସୁଧା ସାଧିତ ହୋଇପାରୁନାହିଁ । ଦୀର୍ଘଦିନ ଧରି ନିର୍ମାଣ କାର୍ଯ୍ୟର ଅଗ୍ରଗତି ହୋଇ ପାରୁନଥିବା ବେଳେ ଜମି ଅଧିଗ୍ରହଣ କାମ ସାରିଦେଇ ଚୁକ୍ତି କରିଥିବା ଠିକା କମ୍ପାନୀ ଚୁପ ହୋଇ ବସିଛି । ଏହାଦ୍ବାରା ଜିଲ୍ଲାବାସୀ ନିରାଶ ହେବାସହ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଥିପାଇଁ ତୁରନ୍ତ କାର୍ଯ୍ୟ ତ୍ବରାନ୍ନିତ କରିବା ସହ ଅଗ୍ରାଧିକାର ଭିତ୍ତିରେ ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରିବା ପାଇଁ ଦାବି କରାଯାଇଛି । ’’

ଏନେଇ ଜିଲ୍ଳାପାଳଙ୍କୁ ଦାବିପତ୍ର ପ୍ରଦାନ । ତେବେ ଆଗାମୀ 15 ଦିନ ମଧ୍ୟରେ ନିର୍ମାଣ କାର୍ଯ୍ୟ ଆରମ୍ଭ ନ ହେଲେ ଚୌମୁଖ ଠାରେ ଧସେଇ ପଶି ସେଠାରେ ପ୍ରତିବାଦ ସ୍ବରୂପ ଭୂମି ପୂଜନ କରାଯିବା ନେଇ ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.