ETV Bharat / state

ରୋଗରୁ ମୁକ୍ତି ପାଇବେ ଶ୍ରେୟାଂଶୀ, ସହାୟତାର ହାତ ବଢାଇଲା ସ୍ବେଚ୍ଛାସେବୀ ସଂଗଠନ

author img

By

Published : Aug 6, 2023, 8:29 AM IST

ସିଷ୍ଟିକ୍ ହାଇଗ୍ରୋମା ରୋଗରୁ ମୁକ୍ତି ପାଇବେ ୯ ମାସର କୁନି ଝିଅ ଶ୍ରେୟାଂଶୀ । ଚିକିତ୍ସା ପାଇଁ ସହାୟତାର ହାତ ବଢାଇଲା ସ୍ବେଚ୍ଛାସେବୀ ସଂଗଠନ ଆଦର୍ଶ ଯୁବ ପରିଷଦ । ଅଧିକ ପଢନ୍ତୁ

human care foundation
human care foundation

human care foundation

ବାଲେଶ୍ବର: ଖବର ବାଜିଲା ନଜର ପଡିଲା । ସିଷ୍ଟିକ୍ ହାଇଗ୍ରୋମା ରୋଗରୁ ମୁକ୍ତି ପାଇବେ ୯ ମାସର କୁନି ଝିଅ ଶ୍ରେୟାଂଶୀ । ଚିକିତ୍ସା ପାଇଁ ସହାୟତାର ହାତ ବଢାଇଲା ସ୍ବେଚ୍ଛାସେବୀ ସଂଗଠନ ଆଦର୍ଶ ଯୁବ ପରିଷଦ । ଏହି ସଂଗଠନ 1 ଲକ୍ଷ 20 ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିବା ବେଳେ ଓଡିଶାବାସୀଙ୍କୁ ଶ୍ରେୟାଂଶୀ ଚିକିତ୍ସା ପାଇଁ ସହାୟତା ରାଶି ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି ।

ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ରୁଷ ଗାଁର ସହଦେଵ ସାହୁଙ୍କ ୯ ମାସର ଶିଶୁ କନ୍ୟା ଶ୍ରେୟାଂଶୀ । ଆଜକୁ ଠିକ ୯ ମାସ ପୂର୍ବରୁ ଶ୍ରେୟାଂଶୀ ଜନ୍ମଗ୍ରହଣ କରିଥିଲା । ସେତେବେଳେ ମେଡିକାଲଠାରୁ ଆରମ୍ଭ କରି ଗାଁ ଓ ପରିବାରରେ ଖୁସି ଖେଳିଯାଇଥିଲା । କିନ୍ତୁ ଜନ୍ମର ହେବାର ୭ ଦିନ ପରେ ପରିବାରକୁ ମାଡ଼ି ଆସିଲା ଦୁଃଖର କଳା ବାଦଲ । ଶ୍ରେୟାଂଶୀ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହ ଖାଦ୍ୟ ଖାଇବାରେ ଯନ୍ତ୍ରଣା ଅନୁଭବ କରିଥିଲା ।

ଏଥିପାଇଁ ପରିବାର ଲୋକେ ଶିଶୁଟିକୁ ବାଲେଶ୍ୱରର ଜଣେ ଡାକ୍ତରଙ୍କ ନିକଟକୁ ନେଇଯାଇଥିଲେ । ପରେ ସ୍ଵାସ୍ଥ୍ୟାବସ୍ଥାର ସୁଧାର ନ ଆସିବାରୁ ଭୁବନେଶ୍ୱର ଏମ୍ସକୁ ନେଇଥିଲେ । ସେଠାରେ ଶିଶୁ କନ୍ୟା ଜଣକ ସିଷ୍ଟିକ୍ ହାଇଗ୍ରୋମା ରୋଗରେ ପୀଡ଼ିତ ଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ । ଡାକ୍ତର ଶ୍ରେୟାଂଶୀର ଅପରେସନ କରିବା ପାଇଁ ପରାମର୍ଶ ଦେଇଥିଲେ ।

ପରିବାରରେ ଆର୍ଥିକ ସ୍ଥିତି ଭଲ ନଥିବାରୁ ସବୁ କିଛି ବିକ୍ରି କରି ଝିଅର ଚିକିତ୍ସା କରିଥିଲେ । ଥରେ ନୁହେଁ କି ଦୁଇ ଥର ନୁହେଁ ଚାରି ଥର ଅପରେସନ ହେଲା କିନ୍ତୁ କୌଣସି ସୁଫଳ ମିଳିଲା ନାହିଁ । ବରଂ ଶିଶୁଟି ଅଧିକ ଅସୁସ୍ଥ ହେଲା । ଅପରେସନ ପରେ ଶ୍ରେୟାଂଶୀର ଜିଭ ବାହାରକୁ ଆସିଯାଇଛି । ଯାହା ଫଳରେ ସେ ଖାଦ୍ୟ ଖାଇପାରୁନାହିଁ । ଏଥିପାଇଁ ତାର ପେଟ ଓ ବେକରେ ଏକ ଛିଦ୍ର କରି ଖାଦ୍ୟ ଓ ନିଃଶ୍ୱାସ, ପ୍ରଶ୍ୱାସ ନେବା ପାଇଁ ପାଇପ ଲଗାଇଛନ୍ତି ଡାକ୍ତର ।

ଏହା ମଧ୍ୟ ପଢନ୍ତୁ- ବଞ୍ଚିବାକୁ ରାହା ଖୋଜୁଛି ୯ ମାସର ଶିଶୁ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ସହଦେବ ଘରର ଏକମାତ୍ର ରୋଜଗାରିଆ ପୁଅ ହୋଇଥିବା ବେଳେ ରାଜ୍ୟ ବାହାରେ ରହି ଗୋଟିଏ ଦୋକାନରେ କାମ କରୁଥିଲେ । ମାତ୍ର ଶିଶୁର ରୋଗ ପାଇଁ ସେ ବାହାରକୁ ଯାଇ କାମ କରିପାରୁନାହାନ୍ତି । ଡାକ୍ତରଙ୍କ କହିବା କଥା ଏବେ ତାଙ୍କର ଚାରୋଟି ଇଞ୍ଜେକ୍ସନ ଲାଗିବ ପାଖାପାଖି 2 ଲକ୍ଷ ଟଙ୍କା ଆବଶ୍ୟକ । ଏହାସହ ସପ୍ତାହକୁ 8 ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ହାତରେ ଟଙ୍କା ଟିଏ ବି ନାହିଁ। ଏନେଇ ଖବର ପାଇ ସ୍ବେଚ୍ଛାସେବୀ ସଂଗଠନ ଆର୍ଥିକ ସହାୟତା କରିଥିବା ବେଳେ ପରିଷଦ ସଦସ୍ୟମାନେ ଓଡିଶାବାସୀଙ୍କୁ ଶ୍ରେୟାଂଶୀକୁ ସହାୟତା ଦେବା ଅନୁରୋଧ କରିଛନ୍ତି । ଯଦି କୌଣସି ବ୍ୟକ୍ତି ଶ୍ରେୟାଂଶୀଙ୍କର ଜୀବନ ବଞ୍ଚାଇବାକୁ ସାହାଯ୍ୟ କରିବାକୁ ଚାଁହୁଛନ୍ତି ତେବେ ତାଙ୍କ ବାପାଙ୍କ ବ୍ୟାଙ୍କ ଆକାଉଣ୍ଟ କିମ୍ବା ଫୋନ ପେ ନମ୍ବର ମାଧ୍ୟମରେ ଟଙ୍କା ପଠାଇ ପାରିବେ ।

Name:-MR. SAHADEV SAHU

BRANCH- CENTRAL BANK OF INDIA, MANIPUR

Ac/No:- 3434739479

IFSC CODE:-CBIN0282985

PHONEPAY- 7681840505

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.