ETV Bharat / state

ITR ତଥ୍ୟ ଲିକ ଘଟଣା, ଅଭିଯୁକ୍ତଙ୍କୁ 4 ଦିନିଆ ରିମାଣ୍ଡରେ ନେଲା ପୋଲିସ

author img

By

Published : Feb 25, 2023, 10:44 AM IST

Updated : Feb 25, 2023, 5:28 PM IST

ଆଇଟିଆରରୁ ଗୁପ୍ତ ତଥ୍ୟ ଲିକ୍ ଘଟଣା । ଅଭିଯୁକ୍ତ ଅଧିକାରୀଙ୍କୁ 4 ଦିନିଆ ରିମାଣ୍ଡରେ ନେଲା ପୋଲିସ । ଅଧିକ ପଢନ୍ତୁ

ITR officer sent to police remand
ITR officer sent to police remand

ବାଲେଶ୍ବର: ଚାନ୍ଦିପୁର ଆଇଟିଆରରୁ ଗୁପ୍ତ ତଥ୍ୟ ଲିକ୍ ଘଟଣାରେ ଗିରଫ ହୋଇଥିବା ବରିଷ୍ଠ ବୈଷୟିକ ଅଧିକାରୀଙ୍କୁ 4 ଦିନିଆ ରିମାଣ୍ଡରେ ନେଇଛି ପୋଲିସ । କେଉଁ କେଉଁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସେ ପାକିସ୍ତାନ ଏଜେଣ୍ଟକୁ ଦେଇଛନ୍ତି, ଦେଶର ଗୁପ୍ତ ତଥ୍ୟ ଦେବା ପାଇଁ କୌଣସି ଆର୍ଥିକ କାରବାର ହୋଇଛି କି ନାହିଁ ସେନେଇ ରିମାଣ୍ଡ ସମୟରେ ଅଭିଯୁକ୍ତ ଅଧିକାରୀଙ୍କୁ ଗୁଡାଇ ତୁଡାଇ ପ୍ରଶ୍ନ କରିବ ପୋଲିସ । ସେହିପରି ଆଇଟିଆରରୁ ଏହି ତଥ୍ୟ ଲିକ୍ ଘଟଣାରେ ଆହୁରି କିଛି କର୍ମଚାରୀ କିମ୍ବା ଅଧିକାରୀଙ୍କ ସମ୍ପୃକ୍ତି ଥିବା ପୋଲିସ ସନ୍ଦେହ କରିଛି । ଏହି ଘଟଣାରେ ଅଧିକ ଖୋଳତାଡ ଜାରି ରହିଛି ।

ଗିରଫ ବ୍ୟକ୍ତି ଆଇଟିଆଇର ବରିଷ୍ଠ ବୈଷୟିକ ଅଧିକାରୀ ହୋଇଥିବାବେଳେ ତାଙ୍କର ନାମ ପ୍ରକାଶ କରାଯାଇ ନାହିଁ । ସେ ହନି ଟ୍ରାପରେ ଫସି ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଉଥିବା ଅଭିଯୋଗରେ ଗିରଫ ହୋଇଛନ୍ତି । ଏହା ଭିତରେ ଆଉ କିଏ କିଏ ସାମିଲ ଅଛନ୍ତି ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।

ଅଭିଯୋଗ ଅନୁସାରେ, ଗିରଫ ଅଧିକାରୀ ଜଣକ ପାକିସ୍ତାନୀ ମହିଳାଙ୍କ ମାୟାଜାଲରେ ପଡି ଭିଡିଓ କଲ ମାଧ୍ୟମରେ ଆଇଟିଆରର ଗୋପନୀୟ ତଥ୍ୟ ପ୍ରଦାନ କରିଥିଲେ । ଏନେଇ ଚାନ୍ଦିପୁର ଥାନାରେ 25/23 ମୂଳ ମାମଲା ରୁଜୁ ହୋଇଥିଲା । ପୋଲିସ ଅଧିକ ତଦନ୍ତ କରିବା ପରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାକିସ୍ତାନୀ ଏଜେଣ୍ଟଙ୍କୁ ଦିଆଯାଇଥିବା ଜାଣିବାକୁ ପାଇଥିଲା । ଏହାକୁ ନେଇ ପୋଲିସ ପାଖାପାଖି ୧୪ ଜଣଙ୍କୁ ଜେରା କରିବା ପରେ ଆଇଟିଆରରେ ଚାକିରି କରୁଥିବା ଜଣେ ବରିଷ୍ଠ ଅଧିକାରୀଙ୍କ ମୋବାଇଲରୁ କିଛି ସମ୍ବେଦନଶୀଳ ତଥ୍ୟ ଲିକ୍ ହୋଇଥିବା ଜଣାପଡିଥିଲା ।

ଏହାମଧ୍ୟ ପଢନ୍ତୁ: ITR Officer Arrested: ପାକିସ୍ତାନକୁ ITRର ଗୁପ୍ତ ତଥ୍ୟ ଦେଇ ସିନିୟର ଟେକ୍ନିକାଲ ଅଫିସର ଗିରଫ

ଏହି ତଥ୍ୟ ଲିକ୍ ଘଟଣାରେ ଗତକାଲି ସମ୍ପକ୍ତ ଅଧିକାରୀଙ୍କୁ ଗିରଫ କରାଯାଇଥିଲା । ତାଙ୍କ ବିରୋଧରେ ୧୨୦(A), ୧୨୦(B)ଏବଂ ଅଫିସିଆଲ ସିକ୍ରେଟ ଆକ୍ଟ 3, 4, 5 ମୂଳ ମାମଲା ରୁଜୁ କରାଯାଇଛି । ଗିରଫଦାରୀ ପରେ ପୋଲିସ ତାଙ୍କୁ କୋର୍ଟ ଚାଲାଣ କରିବା ସହ ୫ ଦିନିଆ ରିମାଣ୍ଡରେ ନେଇଛି । ସେ କେଉଁ କେଉଁ ତଥ୍ୟ ପାକିସ୍ତାନୀ ଏଜେଣ୍ଟକୁ ଦେଇଛନ୍ତି ସେନେଇ ରିମାଣ୍ଡ ସମୟରେ ପଚରାଉଚରା କରିବ ପୋଲିସ ।

ଏହାମଧ୍ୟ ପଢନ୍ତୁ: Road Mishap: ଯାଜପୁରରେ ଭୟଙ୍କର ସଡକ ଦୁର୍ଘଟଣା, ୭ ମୃତ

ଇଟିଭି ଭାରତ, ବାଲେଶ୍ବର

Last Updated :Feb 25, 2023, 5:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.