ETV Bharat / state

ITR Officer Arrested: ପାକିସ୍ତାନକୁ ITRର ଗୁପ୍ତ ତଥ୍ୟ ଦେଇ ସିନିୟର ଟେକ୍ନିକାଲ ଅଫିସର ଗିରଫ

author img

By

Published : Feb 24, 2023, 3:54 PM IST

Updated : Feb 24, 2023, 4:42 PM IST

ଗିରଫ ବ୍ୟକ୍ତି ସଂସ୍ଥାର ଜଣେ ବରିଷ୍ଠ ଟେକ୍ନିକାଲ ଅଧିକାରୀ ହୋଇଥିବା ଜଣାପଡିଛି । ହନି ଟ୍ରାପରେ ଫସି ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଉଥିବା ସନ୍ଦେହ କରାଯାଉଛି । ଗିରଫ ବ୍ୟକ୍ତି ଜଣକ ଏକ ବର୍ଷ ହେଲା ପାକିସ୍ତାନୀ ଯୁବତୀଙ୍କ ସହ ସଂପର୍କରେ ଥିଲେ । ଏନେଇ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାଗରିକା ନାଥ କିଛି ସମୟ ପୂର୍ବରୁ ପ୍ରେସମିଟ କରି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

ITR Officer Arrested

ବାଲେଶ୍ବର: ବାଲେଶ୍ବର ସ୍ଥିତ ପ୍ରତିରକ୍ଷା ମନ୍ତ୍ରଣାଳୟର ଆଇଟିଆରରୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲିକ ଅଭିଯୋଗରେ ପୁଣି ଜଣେ ଗିରଫ । ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଜଣେ ବରିଷ୍ଠ ଅଧିକାରୀଙ୍କୁ ଗିରଫ କରିଛି ବାଲେଶ୍ବର ପୋଲିସ ।

ଗିରଫ ବ୍ୟକ୍ତି ସଂସ୍ଥାର ଜଣେ ବରିଷ୍ଠ ଟେକ୍ନିକାଲ ଅଧିକାରୀ ହୋଇଥିବା ଜଣାପଡିଛି । ହନି ଟ୍ରାପରେ ଫସି ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଉଥିବା ସନ୍ଦେହ କରାଯାଉଛି । ଗିରଫ ବ୍ୟକ୍ତି ଜଣକ ଏକ ବର୍ଷ ହେଲା ପାକିସ୍ତାନୀ ଯୁବତୀଙ୍କ ସହ ସଂପର୍କରେ ଥିଲେ । ଏନେଇ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାଗରିକା ନାଥ କିଛି ସମୟ ପୂର୍ବରୁ ପ୍ରେସମିଟ କରି ସୂଚନା ଦେଇଛନ୍ତି ।

ଏହାବି ପଢନ୍ତୁ- ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ, ବିଧାନସଭାରୁ ସିଧାପ୍ରସାରଣ

ଆଇଜି ହିମାଶୁଂ ଲାଲଙ୍କ ସୂଚନା ଅନୁସାରେ ପାକିସ୍ଥାନୀ ମହିଳାମାନଙ୍କ ଦ୍ୱାରା ଭିଡିଓ କଲ ମାଧ୍ୟମରେ ଉକ୍ତ ଅଫିସର ଜଣଙ୍କ ଆଇଟିଆର ର ଗୁପ୍ତ ତଥ୍ୟ ପ୍ରଦାନ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଚାନ୍ଦିପୁର ଥାନାରେ 25/23 ମୂଳ ମାମଲା ରୁଜୁ ହୋଇଥଲା। ପୋଲିସ ଅଧିକ ତଦନ୍ତ କରି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାକିସ୍ଥାନୀ ଏଜେଣ୍ଟଙ୍କୁ ଦିଆଯାଇଥିବା ଜାଣିବାକୁ ପାଇଥିଲା। ଏହାକୁ ନେଇ ପୋଲିସ ପାଖାପାଖି 14 ଜଣଙ୍କୁ ଜେରା କରିବା ପରେ ଆଇଟିଆରରେ ଚାକିରୀ କରୁଥିବା ଜଣେ ବରିଷ୍ଠ ଅଧିକାରୀଙ୍କ ମୋବାଇଲରୁ ବିଭିନ୍ନ ତଥ୍ୟ ପାକିସ୍ଥାନ ଏଜେଣ୍ଟଙ୍କୁ ଦିଆଯାଇଥିବା ଜଣାପଡିଥିଲା। ପୋଲିସ ଏନେଇ ତଦନ୍ତ କରିବା ପରେ ଉକ୍ତ ବରିଷ୍ଠ ଅଧିକାରୀଙ୍କ ମୋବାଇଲରେ କିଛି ସମ୍ବେଦନଶୀଳ ତଥ୍ୟ ପ୍ରଦାନ କରାଯାଇଥିବା ଜଣାପଡ଼ିବା ପରେ ତାଙ୍କୁ ଗିରଫ କରାଯାଇଛି।

ଗିରଫ ଅଭିଯୁକ୍ତ ବିରୋଧରେ 120(A) , 120(B) ଏବଂ ଅଫିସିଆଲ ସିକ୍ରେଟ ଆକ୍ଟ 3, 4, 5 ମୂଳ ମାମଲା ରୁଜୁ କରାଯାଇଛି। ଏହା ପୂର୍ବରୁ ମଧ୍ୟ 4 ଜଣ ଏମିତି ହାନିଟ୍ରପର ଶିକାର ହୋଇଥିବା ଅଭିଯୋଗରେ ଗିରଫ କରାଯାଇଥିଲା। ତେବେ ଗିରଫ ହୋଇଥିବା ସମ୍ପୃକ୍ତ ଅଧିକାରୀଙ୍କ ନାମ ପୋଲିସ ପ୍ରକାଶ କରିନାହିଁ । ସମ୍ପୃକ୍ତ ଅଧିକାରୀ ଜଣଙ୍କ ସିଧା ସଳଖ ରାୱଲପିଣ୍ଡିର ଏଜେଣ୍ଟଙ୍କ ସହ ସମ୍ପୃକ୍ତି ଥିବା ନେଇ ପୋଲିସ ହାତରେ ପ୍ରମାଣ ଲାଗିଛି । ଏହି ମାମଲାରେ ଆହୁରି ଅନେକ ଅଧିକାରୀ କିମ୍ବା କର୍ମଚାରିମାନେ ସାମିଲ ଥିବା ସନ୍ଦେହ କରାଯାଉଛି।

ପୂର୍ବରୁ ଠିକା କର୍ମଚାରୀମାନେ ଗିରଫ ହୋଇଥିବା ବେଳେ ଏବେ ଜଣେ ଅଫିସର ଗିରଫ ନେଇ ଏବେ ଆଇଟିଆରରେ ନିଯୁକ୍ତ ଅଧିକାରୀ କିମ୍ବା କର୍ମଚାରୀଙ୍କ କାର୍ଯ୍ୟକଳାପ ଉପରେ ତୀକ୍ଷ୍ମ ନଜର ରଖିବାର ଆଵଶ୍ୟକତା ରହିଛି। ଚାନ୍ଦିପୁର ଆଇଟିଆରରେ ଦେଶର ବହୁ ଗୁରୁତ୍ୱପୂର୍ଣ୍ଣ ମିସାଇଲ ସାଙ୍ଗକୁ ଗୋଳାବାରୁଦ ପରୀକ୍ଷଣ କରାଯାଇଥାଏ।

ଅନ୍ୟପଟେ ଗିରଫ ସମ୍ପୃକ୍ତ ଅଧିକାରୀଙ୍କ ଆକାଉଣ୍ଟକୁ କେତେ ଟଙ୍କା ଆସିଛି, ସୋସିଆଲ ମିଡିଆ କିମ୍ବା ହ୍ଵାଟ୍ସଆପ ଜରିଆରେ କଣ କଣ କଥା ହୋଇଛନ୍ତି ସେ ବିଷୟରେ ସମସ୍ତ ତଥ୍ୟ ପୋଲିସର ହସ୍ତଗତ ହୋଇଛି। ତେବେ ଏହି ଘଟଣାରେ ଅଧିକ ଲୋକ ସମ୍ପୃକ୍ତି ନେଇ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ଯଯେ ଆଇଟିଆରରୁ ତଥ୍ୟ ଲିକ ଘଟଣା ଏହା ପ୍ରଥମ ନୁହେଁ । ପୂର୍ବରୁ ମଧ୍ୟ ଏକାଧିକ ଥର ତଥ୍ୟ ଲିକ ଅଭିଯୋଗରେ ଅନେକ ଅଧିକାରୀ କର୍ମଚାରୀ ଗିରଫ ହୋଇଛନ୍ତି । ଗତ ୨୦୨୧ ମସିହାରେ ରେ ସମାନ ଧରଣର ହନିଟ୍ରାପ ମାମଲାରେ ପୋଲିସ ୫ ଜଣଙ୍କୁ ଗିରଫ କରିଥିଲା ।

ଇଟିଭି ଭାରତ, ବାଲେଶ୍ବର

Last Updated : Feb 24, 2023, 4:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.