ETV Bharat / state

ଅସୁମାରୀ ସ୍ବପ୍ନ ସମ୍ମୁଖରେ କଣ୍ଟା ସାଜିଛି କ୍ୟାନ୍ସର, ଚିକିତ୍ସା ପାଇଁ ସାହାଯ୍ୟ ମାଗୁଛି ପରିବାର

author img

By

Published : Aug 18, 2023, 10:08 PM IST

ରୋଗ ଦାଉରେ ଛଟପଟ ହେଉଛି ଜଣେ 11 ବର୍ଷର ବାଳକ । ବୋନ୍ କ୍ୟାନସରରେ ହରାଇଛି ଗୋଟିଏ ହାତ । ହେଲେ ଏବେ ମଉଳିନି କ୍ରିକେଟର ହେବାର ସ୍ବପ୍ନ । ଅଧିକ ପଢନ୍ତୁ

କ୍ୟାନସର ଦାଉରେ ଛଟପଟ 11 ବର୍ଷର ବାଳକ
କ୍ୟାନସର ଦାଉରେ ଛଟପଟ 11 ବର୍ଷର ବାଳକ

କ୍ୟାନସର ଦାଉରେ ଛଟପଟ 11 ବର୍ଷର ବାଳକ

ବାଲେଶ୍ବର: ଆଖିରେ ଆଖିଏ ସ୍ୱପ୍ନ । ଭଲ ପାଠପଢି ନିଜ ଭବିଷ୍ଯତ ଗଢ଼ିବାର ସ୍ବପ୍ନ ପଥେ ଅଗ୍ରସର ହେବା ସମୟରେ ଦାଉ ସାଧିଲା ରୋଗ । ପରିବାରର ଆର୍ଥିକ ପରିସ୍ଥିତି ସ୍ଵଚ୍ଛଳ ନଥିବା ବେଳେ ରୋଗ ଦାଉରେ ଛଟପଟ ହେଉଛି ଜଣେ 11 ବର୍ଷର ବାଳକ । ଖେଳକୁଦ ବୟସରେ ବୋନ କ୍ୟାନ୍ସର ଭଳି ମାରାତ୍ମକ ରୋଗରେ ପୀଡ଼ିତ ହୋଇଛନ୍ତି ସୁଧାଂଶୁ । ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ଅଵଝୁଣା ଅଞ୍ଚଳର ସତ୍ୟ ନାରାୟଣ ମହାଳିକ ଓ ଲକ୍ଷ୍ମୀପ୍ରିୟାଙ୍କ ପୁଅ ସୁଧାଂଶୁ । କ୍ରିକେଟର ହେବାକୁ ସ୍ୱପ୍ନ ଦେଖୁଥିବା ସୁଧାଂଶୁଙ୍କ ଆଗରେ କଣ୍ଟା ସାଜିଛି କ୍ୟାନ୍ସର ।

ବୋନ କ୍ୟାନ୍ସର ଭଳି ରୋଗରେ ଆକ୍ରାନ୍ତ ସୁଧାଂଶୁ ଭବିଷ୍ୟତରେ ଜଣେ କ୍ରିକେଟର ହେବାର ଆଶା ରଖିଥିବା ବେଳେ ରୋଗର ତାଙ୍କ ସ୍ବପ୍ନ ପଥରେ ବାଧକ ସାଜିଛି । କ୍ୟାନ୍ସର କରାଣରୁ ଗୋଟିଏ ହାତ କଟା ହୋଇଥିଲେ ବି, ସେ ତାହାକୁ ଖାତିର ନକରି ଭଲ ପାଠପଢା ସାଙ୍ଗଙ୍କୁ କ୍ରିକେଟ ଖେଳ ପ୍ରତି ରୁଚି ରଖିଛନ୍ତି ।

ପରିବାର ଲୋକେ କହିଛନ୍ତି, "9 ବର୍ଷର ହୋଇଥିବା ବେଳେ ସୁଧାଂଶୁର ହାତରେ ଏକ ଟ୍ୟୁମର ହୋଇଥିଲା । ବାପା ମା ଚିକିତ୍ସା ପାଇଁ ପ୍ରଥମେ ଭଦ୍ରକ ପରେ କଟକ ମେଡ଼ିକାଲକୁ ନେଇ ଯାଇଥିଲେ । ସେଠାରେ ପୁଅକୁ ବୋନ୍‌ କ୍ୟାନ୍ସର ହୋଇଥିବା ପରୀକ୍ଷା ନିରୀକ୍ଷା ପରେ ଜଣାପଡିଥିଲା । ଡାକ୍ତରଙ୍କ ପରାମର୍ଶ କ୍ରମେ ଅପରେସନ କରି ହାତକୁ କାଟି ଦେଇଥିଲେ ଡାକ୍ତର । ଦେଢ଼ ବର୍ଷ ପରେ ପୁଣି ଥରେ ସେହି ହାତ ଫୁଲି ଯାଇ ବିନ୍ଧା ହୋଇଥିଲା । ପୁଣି ଡାକ୍ତରଙ୍କୁ ପରାମର୍ଶ କରିବା ପରେ ପିଲାଟିର ହାତକୁ ଅପରେସନ କରିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ ।" ହେଲେ ସତ୍ୟ ନାରାୟଣ ବାହାର ରାଜ୍ୟରେ ରହି ଯେଉଁ ଦୁଇ ପଇସା ରୋଜଗାର କରୁଛନ୍ତି ସେଥିରେ ଘର ଚଳିବା କଷ୍ଟ । ଚିକିତ୍ସା ପାଇଁ ଟଙ୍କା କେଉଁଠୁ ଆସିବ ବୋଲି ଚିନ୍ତା ପ୍ରକଟ କରିଛନ୍ତି ପରିବାର ।

ଅଧିକ ପଢନ୍ତୁ: ଏମିତି ଦୁଃଖ କାହାକୁ ନମିଳୁ: ବାପା ମା’ ଦୃଷ୍ଟିବାଧିତ, 4 ବର୍ଷ ଝିଅକୁ କ୍ୟାନସର, ସାହାଯ୍ୟ ମାଗୁଛି ପରିବାର

ପିଲାଟି ଭଲ ପାଠ ପଢ଼ୁଥିବା ବେଳେ ଭବିଷ୍ୟତକୁ ନେଇ ଚିନ୍ତାରେ ପୁରା ପରିବାର । ବର୍ତ୍ତମାନ ଅପରେସନ ପାଇଁ ଟଙ୍କା ଆବଶ୍ୟକ ହେଉଥିବା ବେଳେ ପରିବାର ଲୋକ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି । ଯଦି କୌଣସି ବ୍ୟକ୍ତି କିମ୍ବା ଅନୁଷ୍ଠାନ ଅଥବା ସରକାରୀ ସହାୟତା ଯୋଗାଇ ଦିଆଯାଏ ତେବେ ବାଳକଟି ତା ସ୍ୱପ୍ନ ପୂରଣ କରିବାରେ ସମର୍ଥ ହୋଇପାରିବ । ସୁଧାଂଶୁଙ୍କୁ ସହାୟତା କରିବାକୁ ଚାହୁଁଥିଲେ ତାଙ୍କା ଆକାଉଣ୍ଟ ନମ୍ବର କିମ୍ବା ଫୋନ ପେ ନମ୍ବରରେ ସହାୟତା ଯୋଗାଇ ଦେଇ ପାରିବେ ।
LAXMIPRIYA MAHALIK
Canara Bank
Account no: 4426101010696
IFFC no: CNRB0004426
PHONE PAY NO: 8454065246

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.