ETV Bharat / state

ଅଫୁଟା ଗୋଳା ଓ ବିସ୍ଫୋରକ ରଖିବା ବିପଦପୂର୍ଣ୍ଣ: DRDO

author img

By

Published : Feb 9, 2023, 7:55 PM IST

ଗୋଳା ଓ ଅବ୍ୟବହୃତ ଯନ୍ତ୍ରାଂଶ ଦୁର୍ଘଟଣାର କାରଣ: DRDO
ଗୋଳା ଓ ଅବ୍ୟବହୃତ ଯନ୍ତ୍ରାଂଶ ଦୁର୍ଘଟଣାର କାରଣ: DRDO

ଗୋଳା ଓ ଅବ୍ୟବହୃତ ଯନ୍ତ୍ରାଂଶ ଦୁର୍ଘଟଣାର କାରଣ । ଲୋକଙ୍କୁ ସଚେତନ କରିଲା DRDO । ଅଧିକ ପଢ଼ନ୍ତୁ

ବାଲେଶ୍ଵର: ବାଲେଶ୍ଵର ଚାନ୍ଦିପୁରରେ ଗୋଳାବାରୁଦ ସମ୍ବନ୍ଧୀୟ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ । ବାଲେଶ୍ଵର ଚାନ୍ଦିପୁର ଗୋଳା ବାରୁଦ ପରୀକ୍ଷଣ କେନ୍ଦ୍ରରେ ଅନେକ ସମୟରେ ବିଭିନ୍ନ ପ୍ରକାର ବୋମା ବା ଗୋଳା ବାରୁଦ ପରୀକ୍ଷଣ ହୋଇଥାଏ । ପରୀକ୍ଷଣ କେନ୍ଦ୍ର ନିକଟବର୍ତ୍ତୀ ଅଞ୍ଚଳଗୁଡିକରେ ବେଳେବେଳେ ଅଫୁଟା ଗୋଳା ଓ ଅବ୍ୟବହୃତ ଯନ୍ତ୍ରାଂଶ ପଡିଥାଏ । ଯାହାକୁ ସ୍ଥାନୀୟ ଲୋକେ ସଂଗ୍ରହ କରି ରଖିବା ପାଇଁ ସେ ସବୁକୁ ଗୋଟାଇ ଆଣିଥାଆନ୍ତି । ଅଫୁଟା ବୋମା, ବିସ୍ଫୋରକ ଓ ଅବ୍ୟବହୃତ ଯନ୍ତ୍ରାଂଶ ଖିବା ବିପଦପୂର୍ଣ୍ଣ ହୋଇଥାଏ । ଅଫୁଟା ହୋଇଥିବା ଯୋଗୁଁ ଅନେକ ସମୟରେ ଏହା ଦୁର୍ଘଟଣା ଘଟାଇଥାଏ ।

ଏସବୁ କାର୍ଯ୍ୟରୁ ନିବୃତ୍ତ ରହିବା ପାଇଁ ଲୋକମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ଆବଶ୍ୟକ । ଏହାକୁ ନେଇ ଖଡୁପାହି ବାତ୍ୟା ଆଶ୍ରୟ ସ୍ଥଳରେ ପିଏକ୍ସଇ ଓ ଡିଆରଡିଓ ପକ୍ଷରୁ ଏକ ରେଞ୍ଜ୍ ତଥା ଗୋଳାବାରୁଦ ସମ୍ବନ୍ଧୀୟ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପିଏକ୍ସଇ ନିର୍ଦ୍ଦେଶକ ଡି.କେ ଯୋଶୀଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏଡିଏମ୍ ନୀଲୁ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବହୁ ସଂଖ୍ୟକ ବୈଜ୍ଞାନିକ, ଅଧିକାରୀ ଓ ସେନା କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଫାୟରିଂ ସହିତ ସମ୍ପୃକ୍ତ ବିପଦ ତଥା ଯେକୌଣସି ପ୍ରକାର ବିପଦ ଏଡ଼ାଇବା ପାଇଁ ପିଏକ୍ସଇ ତରଫରୁ ନିଆଯାଉଥିବା ସତର୍କତାମୂଳକ ପଦକ୍ଷେପ ବାବଦରେ ସୂଚନା ଦେଇଥିଲେ ।

ଏଥିସହିତ ଫାୟରିଂ ପରେ ଅଫୁଟା ଗୋଳା ଓ ଅବ୍ୟବହୃତ ଯନ୍ତ୍ରାଂଶ ସଂଗ୍ରହ କରିବା ଏକ ବିପଦଜନକ ଅଭ୍ୟାସ । ଏହା ମାରାତ୍ମକ ଦୁର୍ଘଟଣାର କାରଣ ହୋଇପାରେ ବୋଲି କହିଥିଲେ । ଏହି ରିସ୍କ ବଦଳରେ ମିଳୁଥିବା ପ୍ରାପ୍ୟର ମୂଲ୍ୟ କିଛି ନୁହେଁ । ବିଭିନ୍ନ ଯୁଦ୍ଧାସ୍ତ୍ର ପରୀକ୍ଷଣ ବାବଦରେ ଅଡିଓ ଭିଜୁଆଲ ବୃତ୍ତ ଚିତ୍ର ସ୍ଥାନୀୟ ଅଧିକାରୀମାନଙ୍କୁ ପ୍ରଦର୍ଶିତ କରାଯାଇଥିଲା ଏବଂ ପ୍ରଚାରପତ୍ର ବଣ୍ଟନ ହୋଇଥିଲା । ଯୁଦ୍ଧାସ୍ତ୍ର ପରୀକ୍ଷଣ ଚାଲିଥିବା ସମୟରେ ସମୁଦ୍ର ମଧ୍ୟକୁ ପ୍ରବେଶ କରିବାରେ ଥିବା ସମ୍ଭାବ୍ୟ ବିପଦ ବାବଦରେ ସ୍ଥାନୀୟ ଅଧିକାରୀଙ୍କୁ ପ୍ରଶିକ୍ଷିତ କରିବା ନେଇ ସଚେତନତା ସୃଷ୍ଟି କରିବା ତଥା ପିଏକ୍ସଇର ଆଭିମୁଖ୍ୟ 'ସୁରକ୍ଷା ପ୍ରଥମେ ଓ ସର୍ବଦା'କୁ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ଅବଗତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଖୁଡୁପାହି, ଇଞ୍ଚୁଡି, କୁସୁମୁଲି ପାହି ଓ ନିକଟବର୍ତ୍ତୀ ଗ୍ରାମର ଶତାଧିକ ଗ୍ରାମବାସୀ ଏବଂ ଖଡୁପାହି ନୋଡାଲ ସ୍କୁଲର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏହି ଅବସରରେ ପିଲାମାନେ ଏକ ସ୍ବାଗତ ସଙ୍ଗୀତ ଗାଇବା ସହ ଦେଶାତ୍ମକବୋଧକ ଆଧାରିତ ନୃତ୍ୟ ପରିବେଷଣ କରିଥିଲେ । ପିଏକ୍ସଇ ପକ୍ଷରୁ ପିଲାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଇଟିଭି ଭାରତ,ବାଲେଶ୍ଵର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.