ETV Bharat / state

OSSC Paper Leak: ଗିରଫ ହେଲା ମାଷ୍ଟର ମାଇଣ୍ଡ, ପ୍ରିଣ୍ଟିଂପ୍ରେସ୍‌ରୁ ହୋଇଥିଲା ପ୍ରଶ୍ନପତ୍ର ଲିକ

author img

By

Published : Jul 27, 2023, 6:38 PM IST

Updated : Jul 27, 2023, 7:59 PM IST

ଜେଇ ସିଭିଲ ମେନ୍‌ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ଘଟଣା । ମାଷ୍ଟର ମାଇଣ୍ଡକୁ ଗିରଫ କଲା ବାଲେଶ୍ବର ପୋଲିସ । ଅଧିକ ପଢନ୍ତୁ

OSSC Paper Leak
OSSC Paper Leak

OSSC Paper Leak: ଗିରଫ ହେଲା ମାଷ୍ଟର ମାଇଣ୍ଡ, ପ୍ରିଣ୍ଟିଂପ୍ରେସ୍‌ରୁ ହୋଇଥିଲା ପ୍ରଶ୍ନପତ୍ର ଲିକ

ବାଲେଶ୍ବର: ଜେଇ(ସିଭିଲ) ମେନ୍‌ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ଘଟଣା । ମାଷ୍ଟର ମାଇଣ୍ଡ ସମେତ ୮ ଜଣଙ୍କୁ ଗିରଫ କରିଛି ବାଲେଶ୍ଵର ପୋଲିସ । ସମସ୍ତ ଅଭିଯୁକ୍ତମାନଙ୍କୁ ବିହାରରୁ ଗିରଫ କରାଯାଇଥିବା ଜଣାପଡିଛି । ତେବେ ପ୍ରଶ୍ନପତ୍ର ପ୍ରିଣ୍ଟିଂପ୍ରେସରୁ ଅଭିଯୁକ୍ତ ଜଣକ ଲିକ୍‌ କରିଥିବା ବେଳେ ଏଥିରେ କୌଣସି ସରକାରୀ ଅଧିକାରୀଙ୍କ ସମ୍ପୃକ୍ତି ନଥିବା ନେଇ ପ୍ରକାଶ କରିଛନ୍ତି ବାଲେଶ୍ବର ଏସପି ସାଗରିକା ନାଥ । ସେପଟେ ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୭ ଜଣଙ୍କୁ ଗିରଫ କରିଛି ବାଲେଶ୍ଵର ପୋଲିସ ।

ପୂର୍ବରୁ ଗିରଫ ହୋଇଥିବା ୯ ଜଣଙ୍କୁ ୫ ଦିନିଆ ରିମାଣ୍ଡରେ ଆଣି ପୋଲିସ ଜେରା କରିଥିବା ବେଳେ ସେମାନଙ୍କ ନିକଟରୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିବା ପରେ ପୋଲିସ ମାଷ୍ଟର ମାଇଣ୍ଡ ନିକଟରେ ପହଞ୍ଚିବାକୁ ସକ୍ଷମ ହୋଇଥିଲା । ମାଷ୍ଟରମାଇଣ୍ଡ ସମେତ ଗିରଫ ହୋଇଥିବା ୮ ଜଣଙ୍କୁ ପୁଣି ଥରେ ରିମାଣ୍ଡରେ ନିଆଯାଇ ଅଧିକ ତଦନ୍ତ କରିବ ବାଲେଶ୍ଵର ପୋଲିସ । ତେବେ କେମିତି ମାଷ୍ଟର ମାଇଣ୍ଡ କରିଥିଲା ପ୍ରଶ୍ନପତ୍ର ଲିକ, ସେ ବିଷୟରେ ବାଲେଶ୍ଵର ଏସପି ସାଗରିକା ନାଥ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିସ୍ତୃତ ସୂଚନା ଦେଇଛନ୍ତି । ଗିରଫ ମାଷ୍ଟରମାଇଣ୍ଡ ବିହାର ପାଟନା ସରକାର ଅଧୀନରେ ଆକାଉଣ୍ଟ ଜେନେରାଲ ଅଫିସରେ ଆକାଉଣ୍ଟାଣ୍ଟ ଭାବେ କାମ କରୁଥିଲା ।

ପ୍ରିଣ୍ଟିଂପ୍ରେସରୁ ପ୍ରଶ୍ନପତ୍ର ଲିକ:- ଏହାରି ଭିତରେ ଅଧିକ ଟଙ୍କା ରୋଜଗାର କରିବା ଲୋଭରେ ମାଷ୍ଟର ମାଇଣ୍ଡ ବିଶାଲ କୁମାର ଚୌରାଶିଆ ସରକାରୀ ଚାକିରି ପାଇଁ ଉଦ୍ଦିଷ୍ଟ ପରୀକ୍ଷାର ପ୍ରଶ୍ନପତ୍ର ଆବେଦନକାରୀଙ୍କୁ ଯୋଗାଇ ଟଙ୍କା ରୋଜଗାର କରିବାର ନୂଆ ଉପାୟ ବାଛି ନେଇଥିଲା । ଏଥିଲାଗି ସରକାରୀ ପ୍ରଶ୍ନପତ୍ର ପ୍ରିଣ୍ଟ୍‌ ହେଉଥିବା ସ୍ଥାନରେ ନିଜର ବୁଦ୍ଧି ପ୍ରୟୋଗ କରି ସେମାନଙ୍କ ନିକଟରୁ ପ୍ରଶ୍ନପତ୍ରର ନକଲ କପି ବାହାର କରି ନେଉଥିଲା । ଠିକ୍‌ ସେମିତି ପୂର୍ବରୁ ୨୦୧୨ରେ ଦିଲ୍ଲୀରେ ହୋଇଥିବା ସେଣ୍ଟ୍ରାଲ ଷ୍ଟାଫ୍‌ ସିଲେକ୍ସନ ପରୀକ୍ଷାରେ ମଧ୍ୟ ବିଶାଲ ପ୍ରଶ୍ନପତ୍ର ଲିକ କରିବା ମାମଲାରେ ତାଙ୍କ ନାମରେ ଅଭିଯୋଗ ରହିଛି । ୨୦୧୨ ପରେ ନୀରବ ବସିଥିବା ବିଶାଳ ପୁଣି ଥରେ ଓଡ଼ିଶାର ଜେଇ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ କରିବା ପାଇଁ ଯୋଜନା କରିଥିଲା ।

ଏହା ବି ପଢନ୍ତୁ- OSSC Paper Leak: ରିମାଣ୍ଡରେ ଗଲେ ଗିରଫ ଦଲାଲ

ଏଥିପାଇଁ ବିହାରରେ ସରକାରୀ ପ୍ରଶ୍ନପତ୍ର ଛପା କାରଖାନାରେ ଥିବା ଜଣେ ପ୍ରିଣ୍ଟରଙ୍କ ସହ ଯୋଗାଯୋଗରେ ଆସିଥିଲା ଵିଶାଲ । ସେଠାରେ କାର୍ଯ୍ୟରତ ପ୍ରିଣ୍ଟର ବିରେନ୍ଦ୍ର ସିଂଙ୍କ ଭାଇର ସାଙ୍ଗ ବିଶାଳ ହୋଇଥିବା ବେଳେ ସେ ବିଜେନ୍ଦ୍ରଙ୍କ ସହ ଯୋଗାଯୋଗ କରି ପ୍ରଶ୍ନପତ୍ର ଲିକ୍‌ କରିବାର ଯୋଜନା କରିଥିଲା । ଏହାରି ଭିତରେ ଗତ ୨ମାସ ଧରି ବିଶାଳ ଓ ବିରେନ୍ଦ୍ର ଲଗାତାର ଭାବେ ପ୍ରଶ୍ନପତ୍ର କେମିତି ଲିକ କରିବେ ସେନେଇ ଯୋଜନା ପ୍ରସ୍ତୁତ କରିଥିଲେ । ଏହାପରେ OSSC ପରୀକ୍ଷାରେ ଆବେଦନ କରିଥିବା ଆବେଦନକାରୀଙ୍କୁ ଯୋଗାଯୋଗ କରି ସେମାନଙ୍କୁ ପ୍ରଶ୍ନପତ୍ର ଯୋଗାଇ ଦେଇ ପ୍ରଚୁର ଅର୍ଥ କମାଉଥିଲେ ।

ଏହାସହ ବିରେନ୍ଦ୍ର କୁମାର ପୂର୍ବରୁ ମଧ୍ୟ ପ୍ରଦେଶରେ ପବ୍ଲିକ ସର୍ଭିସ କମିଶନର ପ୍ରଶ୍ନପତ୍ର ଲିକ୍‌ କରି ଗିରଫ ହୋଇଥିଲା । ଏବେ ପୁଣି ଓଡ଼ିଶାରେ ଏମିତି ପ୍ରଶ୍ନପତ୍ର ଲିକ ମାମଲାରେ ଛନ୍ଦି ହୋଇଛନ୍ତି । ତେବେ ମୁଖ୍ୟ ଅଭିଯୁକ୍ତ ବିହାରର ବିଶାଳ କୁମାର ପ୍ରିଣ୍ଟିଂପ୍ରେସର କର୍ମଚାରୀ ପଶ୍ଚିମବଙ୍ଗର ବିରେନ୍ଦ୍ର ସିଂ ଓ ବିହାରର ବିକାଶ ସମେତ ଓଡ଼ିଶାରୁ ୫ ଜଣକୁ ଗିରଫ କରାଯାଇଥିବା ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସପି ସାଗରିକା । ଗତ ୧୬ ତାରିଖରେ ଓଡ଼ିଶାର ହେବାକୁ ଥିବା ଜେଇ ମେନ ସିଭିଲ ପରୀକ୍ଷା ପାଇଁ ଆବେଦନ କରିଥିବା ପାଖାପାଖି ୯୧ ଛାତ୍ରଛାତ୍ରୀଙ୍କ ସମେତ ୯ଜଣ ଦଲାଲଙ୍କୁ ଓଡ଼ିଶା ସୀମାନ୍ତ ଦୀଘା ଅଞ୍ଚଳରୁ ଗିରଫ କରିଥିଲା ବାଲେଶ୍ଵର ପୋଲିସ ।

ଅଭିଯୁକ୍ତଙ୍କ ମଧ୍ୟରେ ବିହାରରୁ ୬:- ଏହି ଘଟଣାରେ ମାଷ୍ଟର ମାଇଣ୍ଡକୁ ଧରିବା ପାଇଁ ପୋଲିସର ସ୍ଵତନ୍ତ୍ର ଟାସ୍କ ଫୋର୍ସ ଏସପିଙ୍କ ତତ୍ତ୍ଵାବଧାନରେ ଗଠନ କରାଯାଇ ରାଜ୍ୟ ବାହାରେ ଏବଂ ଭିତରେ ଛାନଭିନ ଚଳାଇଥିଲେ । ଘଟଣାର ୧୦ ଦିନ ପରେ ଆଜି ବିଶାଳ ସହିତ ଅନ୍ୟମାନଙ୍କୁ ଗିରଫ କରିଛି ପୋଲିସ । ଏହି ଘଟଣାରେ ସମୁଦାୟ ମାଷ୍ଟର ମାଇଣ୍ଡ ସହ ୧୭ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏହାର ତଦନ୍ତ ଜାରି ରହିଛି । ଗିରଫଙ୍କ ମଧ୍ୟରେ ବିହାରରୁ ୬ ଜଣ ରହିଥିବା ବେଳେ ପଶ୍ଚିମବଙ୍ଗରୁ ଜଣେ, ଆନ୍ଧ୍ରପ୍ରଦେଶରୁ ଜଣେ ଓ ଓଡ଼ିଶାରୁ ୯ ଜଣଙ୍କୁ ଗିରଫ କରାଯାଇଛି ।

ଇଟିଭି ଭାରତ, ବାଲେଶ୍ବର

Last Updated :Jul 27, 2023, 7:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.