ETV Bharat / state

OSSC Paper Leak: ରିମାଣ୍ଡରେ ଗଲେ ଗିରଫ ଦଲାଲ

author img

By

Published : Jul 25, 2023, 7:34 PM IST

ଜେଇ ସିଭିଲ ମେନ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ଘଟଣା । ଗିରଫ ଦଲାଲଙ୍କୁ ରିମାଣ୍ଡରେ ନେଲା ବାଲେଶ୍ବର ପୋଲିସ । ଅଧିକ ପଢନ୍ତୁ

Etv Bharat
Etv Bharat

ବାଲେଶ୍ବର: ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ (OSSC) ଜେଇ ମେନ୍ସ ପରୀକ୍ଷାର ପ୍ରଶ୍ନପତ୍ର ଲିକ ମାମଲା । ପ୍ରଶ୍ନପତ୍ର ପ୍ରଘଟ କରିଥିବା ଦଲାଲମାନଙ୍କୁ ବାଲେଶ୍ଵର ପୋଲିସ ଗିରଫ କରିଥିବା ବେଳେ ଏବେ ଉକ୍ତ ୯ ଜଣ ଅଭିଯୁକ୍ତଙ୍କୁ ପୋଲିସ ରିମାଣ୍ଡରେ ନେଇଛି । ସେମାନଙ୍କ ନିକଟରୁ ପୋଲିସ ଆହୁରି ଅଧିକ ତଥ୍ୟ ପାଇଁ ଖୋଳତାଡ଼ ଆରମ୍ଭ କରିଛି । ବାଲେଶ୍ଵର ପୋଲିସର ସ୍ବତନ୍ତ୍ର ଟିମ ଏବେ ରାଜ୍ୟ ବାହାରେ ମାଷ୍ଟର ମାଇଣ୍ଡକୁ ଖୋଜାଖୋଜି ଆରମ୍ଭ କରିଥିବା ଜଣାପଡ଼ିଛି ।

ଗତ ୨୩ ତାରିଖରୁ ୫ ଦିନିଆ ରିମାଣ୍ଡରେ ନେଇ ପୋଲିସ ଏହା ପଛରେ ଆଉ କିଏ କିଏ ରହିଛନ୍ତି ସେନେଇ ଆରମ୍ଭ କରିଛି ପଚରାଉଚରା । ଏହାରି ଭିତରେ ସରକାରୀ ଚାକିରି କରାଇଦେବା ଓ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଏକ ବଡ଼ ରାକେଟ କାମ କରୁଥିବା ବେଳେ ଏହା ଭିତରେ ସରକାରୀ ବାବୁଙ୍କ ସମ୍ପୃକ୍ତି ମଧ୍ୟ ସନ୍ଦେହ କରାଯାଉଛି । ଅନ୍ୟପଟେ ଏହି ଘଟଣାର ମାଷ୍ଟର ମାଇଣ୍ଡ ବାହାର ରାଜ୍ୟରେ ଥିବା ବେଳେ ଏଥିପାଇଁ ବାଲେଶ୍ଵର ପୋଲିସର ତିନୋଟି ଟିମ ରାଜ୍ୟ ବାହାରେ ଥିବା ଜଣାପଡିଛି।

ଏହା ବି ପଢନ୍ତୁ- OSSC ଅଫିସ ଆଗରେ ବିକ୍ଷୋଭ, ଦୁର୍ନୀତି ମୁକ୍ତ ପରୀକ୍ଷା ଦାବିରେ ଆଶାୟୀଙ୍କ ଧାରଣା

ତେବେ ମାଷ୍ଟର ମାଇଣ୍ଡ ଖୁବଶୀଘ୍ର ପୋଲିସ ହେପାଜତକୁ ଆସିବ ବୋଲି ଏସପି ସାଗରିକା ନାଥ କହୁଥିବା ବେଳେ ମାଷ୍ଟର ମାଇଣ୍ଡ ଗିରଫ ପରେ ହିଁ ଏ କାର୍ଯ୍ୟରେ କେଉଁମାନେ ଲିପ୍ତ ଅଛନ୍ତି ତାହା ଜଣାପଡିବ । ପ୍ରକାଶ ଥାଉକି, ସରକାରୀ ଚାକିରି କରାଇଦେବା ଓ ପରୀକ୍ଷା ପୂର୍ବରୁ ଆବେଦନକାରୀଙ୍କୁ ପ୍ରଶ୍ନପତ୍ର ଯୋଗାଇଦେବା ଅଭିଯୋଗରେ ଗତ ୧୬ ତାରିଖ ବାଲେଶ୍ଵର ପୋଲିସ ୯ ଜଣ ଦଲାଲଙ୍କୁ ଗିରଫ କରିଥିଲା । ଏହାସହ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପାଇଁ ଦଲାଲଙ୍କ କବଜାରେ ଥିବା ୮୮ ଜଣ ଆବେଦନକାରୀଙ୍କୁ ପୋଲିସ ଉଦ୍ଧାର କରିଥିଲା ।

ସେତେବେଳେ କୌଣସି ପ୍ରଶ୍ନପତ୍ର ଲିକ ହୋଇନଥିବା ପୋଲିସ କହିଥିଲା । ମାତ୍ର ଏହି ଘଟଣାର ତଦନ୍ତ କରି ଆହୁରି ଚେର ପର୍ଯ୍ୟନ୍ତ ଯାଇ ପୋଲିସ ଜାଣିବାକୁ ପାଇଛି ଯେ ସତରେ ପ୍ରଶ୍ନପତ୍ର ଲିକ ହୋଇଥିଲା ଏବଂ ଏମିତି ଦଲାଲମାନଙ୍କ ଚେର ବହୁବାଟ ଲମ୍ବିଥିବା ପୋଲିସ କହିଛି । ଏହାରି ଭିତରେ ଆଉ କିଏ କିଏ ରହିଛନ୍ତି ସେନେଇ ବାଲେଶ୍ଵର ପୋଲିସର ଏକ ସ୍ବତନ୍ତ୍ର ଟିମ ବାହାର ରାଜ୍ୟରେ ତନାଘନା କରୁଛି । ଏକ ହୋଟେଲରେ ପରୀକ୍ଷା ପ୍ରଶ୍ନପତ୍ର ପିଲାମାନଙ୍କୁ ଦିଆଯିବା ବେଳେ ପୋଲିସ ଚଢ଼ାଉ କରିଥିଲା ଏବଂ ଏମିତି ଏକ ରାକେଟର ପର୍ଦ୍ଦାଫାଶ କରିବାରେ ସକ୍ଷମ ହୋଇଥିଲା ।

ଏହାସହ ୧୬ ତାରିଖରେ ଉଦ୍ଧାର ହୋଇଥିବା ପିଲାମାନଙ୍କ ମଧ୍ୟରୁ ଅଳ୍ପ କେତେଜଣ ପିଲା ପ୍ରଶ୍ନପତ୍ର ପାଇଥିବା ବେଳେ ଅନ୍ୟମାନେ ପାଇବା ଆଗରୁ ପୋଲିସ ଚଢ଼ାଉ କରିଥିଲା ବୋଲି ଏସପି ସାଗରିକା ନାଥ ସାମ୍ବାଦିକ ସମ୍ମିଳନୀ ଜରିଆରେ କହିଛନ୍ତି। ଏଥିପାଇଁ କେଉଁ ପିଲା ପ୍ରଶ୍ନପତ୍ର ପାଇଛି ଓ କିଏ ପାଇନାହିଁ ସେ ବିଷୟରେ ତଥ୍ୟ ମିଳି ପାରୁନାହିଁ । ଏହାସହ ୧୬ ତାରିଖ OSSC JEE MAINS ପରୀକ୍ଷାର ପ୍ରଶ୍ନପତ୍ର ଲିକ କରାଯାଇଥିଲା ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.