ETV Bharat / state

ଖାଦ୍ୟମାନ ଯାଞ୍ଚ ନେଇ 4 ଦିନିଆ ଡ୍ରାଇଭ: ଷ୍ଟ୍ରିଟଫୁଡ଼ ସେଣ୍ଟରରୁ ୫୫ ନମୁନା ସଂଗ୍ରହ

author img

By

Published : Nov 8, 2021, 8:27 PM IST

ଖାଦ୍ୟମାନ ଯାଞ୍ଚ ପାଇଁ 8ଜଣିଆ ଟିମର 4 ଦିନିଆ ଡ୍ରାଇଭ
ଖାଦ୍ୟମାନ ଯାଞ୍ଚ ପାଇଁ 8ଜଣିଆ ଟିମର 4 ଦିନିଆ ଡ୍ରାଇଭ

ଆଉ ଦୋକାନୀଙ୍କ ଚଳବନି ମନମାନୀ । ଲୋକେ ଖାଇବେ ନାହିଁ ବାସି ଖାଦ୍ୟ । ବାଲେଶ୍ଵରରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ସହରର ଷ୍ଟ୍ରିଟଫୁଡ଼ ସେଣ୍ଟର ଗୁଡିକ ଉପରେ ଚଢାଉ । ଅଧିକ ପଢନ୍ତୁ...

ବାଲେଶ୍ଵର: ଜିଲ୍ଲା ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ସହରର ଷ୍ଟ୍ରିଟଫୁଡ଼ ସେଣ୍ଟର ଭାବେ ପରିଚିତ ଏଡିଏମ ଛକରେ ଥିବା ବିଭିନ୍ନ ଖାଦ୍ୟ ଦୋକାନ ଉପରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ଖାଦ୍ୟର ମାନ ଯାଞ୍ଚ କରିବା ପାଇଁ ଭୁବନେଶ୍ୱରରୁ ଏକ ଟେଷ୍ଟିଙ୍ଗ ଗାଡି ଆସିଥିଲା। ଏଡିଏମ ଛକରେ ଥିବା ଗୁପଚୁପ, ଚାଟ, ପାଓଭାଜି ଆଦି ଦୋକାନରେ ଚଢ଼ାଉ କରାଯାଇ ଆଳୁ, ତେଲ, ମସଲା, ପାଣି ଓ ଲୁଣର ମାନ ଯାଞ୍ଚ ପାଇଁ 55ଟି ନମୁନା ସଂଗ୍ରହ କରାଯାଇଛି।

ଖାଦ୍ୟମାନ ଯାଞ୍ଚ ପାଇଁ 8ଜଣିଆ ଟିମର 4 ଦିନିଆ ଡ୍ରାଇଭ

ଏସବୁ ନମୁନାର ଯାଞ୍ଚ ରିପୋର୍ଟ ଆସିବା ପରେ ମାନ ଖରାପ ଥିବା ଦୋକାନୀମାନଙ୍କୁ ଫାଇନ ସହ ସେମାନଙ୍କୁ ନୋଟିସ ଜାରି କରାଯିବ। ଖାଦ୍ୟ ସୁରକ୍ଷା ବିଭାଗର ଏକ 8 ଜଣିଆ ଟିମ ଖାଦ୍ୟର ମାନ ଯାଞ୍ଚ ପାଇଁ 4 ଦିନିଆ ଡ୍ରାଇଭ ଆରମ୍ଭ କରିଛି। ଯେଉଁଥିରେ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ( dpho) ଡ. ମୃତ୍ୟୁଞ୍ଜୟ ମିଶ୍ର, ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଅନୁଶ୍ରୀ ଖଟୁଆ, ହେଲଥ ସୁପରଭାଇଜର ଗଦାଧର ବେହେରା ପ୍ରମୁଖ ରହିଛନ୍ତି । ଏହି ଟିମ କେବଳ ବାଲେଶ୍ଵର ସହର ନୁହେଁ ଜିଲ୍ଲାର ବିଭିନ୍ନ ସ୍ଥାନରେ 4 ଦିନ ଧରି ଚଢ଼ାଉ କରିବ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.