ETV Bharat / state

ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ !

author img

By

Published : Nov 5, 2021, 9:29 PM IST

ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ !
ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ !

ସହରରେ ବିଗିଡିବାକୁ ଲାଗିଛି ଆଇନ ଶୃଙ୍ଖଳା ବ୍ୟବସ୍ଥା । ଜଣେ ବ୍ୟବସାୟୀଙ୍କୁ କରାଯାଇଛି ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ । ଅଧିକ ପଢନ୍ତୁ...

ବାଲେଶ୍ଵର : ସହରରେ ବିଗିଡିବାକୁ ଲାଗିଛି ଆଇନ ଶୃଙ୍ଖଳା ବ୍ୟବସ୍ଥା । ଜଣେ ବ୍ୟବସାୟୀଙ୍କୁ କରାଯାଇଛି ମରଣାନ୍ତକ ଆକ୍ରମଣ । ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରାଯାଇଛି ଭର୍ତ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ଆଜି ସହଦେବଖୁଣ୍ଟା ଥାନା ଅଧୀନ ପଢୁଆଁପଦା ଅଞ୍ଚଳର ବ୍ୟବସାୟୀ ବିଶ୍ୱଜିତ ସେଠୀଙ୍କ ଦୋକାନକୁ ପଶି ଆସିଥିଲେ ତିନି ଜଣ ଯୁବକ ।

ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ !

ପରେ ବିଶ୍ୱଜିତଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ସେ ଗୁରୁତର ହୋଇପଡିଥିଲେ । ଗୁରୁତର ବିଶ୍ଵଜିତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏପରି କାଣ୍ତ ଘଟିଥିବା ସନ୍ଦେହ କରାଯାଇଛି। ଗତ କିଛି ଦିନ ପୂର୍ବରୁ ସଦର ଥାନା କୁରୁଡ଼ା ନିକଟରେ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.