ETV Bharat / state

କଂଗ୍ରେସର ଜନ ଜାଗରଣ, ଯୋଗଦେଲେ A.Chellakumar

author img

By

Published : Nov 20, 2021, 6:06 PM IST

କଂଗ୍ରେସର ଜନ ଜାଗରଣ, ଯୋଗଦେଲେ ଚେଲା କୁମାର
କଂଗ୍ରେସର ଜନ ଜାଗରଣ, ଯୋଗଦେଲେ ଚେଲା କୁମାର

ଜିଲ୍ଲା କଂଗ୍ରେସ ପକ୍ଷରୁ ଜଳେଶ୍ୱର ଓ ବାଲିଆପାଳରେ ଜନଜାଗରଣ ଯାତ୍ରା । ଏଥିରେ ଓଡିଶା ପ୍ରଭାରୀ ଡ଼. ଏ ଚେଲ୍ଲା କୁମାର(A. Chellakumar) ଯୋଗ ଦେଇଛନ୍ତି। ଅଧିକ ପଢନ୍ତୁ

ବାଲେଶ୍ବର: ଜିଲ୍ଲା କଂଗ୍ରେସ ପକ୍ଷରୁ ଜଳେଶ୍ୱର ଓ ବାଲିଆପାଳରେ ଜନଜାଗରଣ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡିଶା ପ୍ରଭାରୀ ଡ଼. ଏ ଚେଲ୍ଲା କୁମାର, ଏଆଇସିସି ସମ୍ପାଦକ ରୁଦ୍ର ରାଜୁ ତଥା ରାଜ୍ୟ ଓ ଜିଲ୍ଲା କଂଗ୍ରେସର ନେତାମାନେ ଯୋଗ ଦେଇଛନ୍ତି । ଏହି ଅବସରରେ ଜଳେଶ୍ବରର ରାଜପୁର ଛକ ଠାରୁ ଜନ ଜାଗରଣ ଯାତ୍ରା ଆରମ୍ଭ ହୋଇ ବଡ଼ ବଜାର ସ୍ଥିତ ଟାଉନ ହଲ ପଡ଼ିଆରେ ପହଞ୍ଚିଥିଲା।

କଂଗ୍ରେସର ଜନ ଜାଗରଣ, ଯୋଗଦେଲେ ଚେଲା କୁମାର

ଏଥିରେ ହଜାର ହଜାର କଂଗ୍ରେସ କର୍ମୀ ଏହି ଅଭିଯାନରେ ସାମିଲ ହୋଇଥିଲେ । ପରେ ଟାଉନ ହଲ ପଡିଆରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । କେନ୍ଦ୍ର ସରକାରଙ୍କ କୃଷି ମାରଣ ନୀତି ସମେତ ପେଟ୍ରୋଲ ଏବଂ ରନ୍ଧନ ଗ୍ଯାସର ଅହେତୁକ ଦରବୃଦ୍ଧି ଯୋଗୁଁ ଲୋକେ ଅତିଷ୍ଠ ହୋଇ ପଡିଲେଣି । ଆଗାମୀ ଦିନରେ ଓଡିଶାର ଲୋକେ ନିଶ୍ଚିତ ଏହାର ଜବାବ ଦେବେ ବୋଲି କଂଗ୍ରେସ ନେତାମାନେ ଲୋକଙ୍କୁ ଆହ୍ୱାନ ଦେଇଥିଲେ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.