ETV Bharat / state

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ

author img

By

Published : Sep 24, 2019, 1:27 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ଆକ୍ସନ ମୁଡ଼ରେ ଭିଜିଲାନ୍ସ । ସାଧାରଣ ଲୋକଙ୍କ ଅର୍ଥକୁ ତୁଷାରପାତ କରିଥିବା ସରକାରୀ ବାବୁଙ୍କୁ ଗୋଡ଼ାଇ ଗୋଡ଼ାଇ ଧରୁଛି ଟିମ୍ । ଜାଲରେ ପଡ଼ୁଛନ୍ତି ଗୋଟେ ପରେ ଗୋଟେ ଠକ ଅଧିକାରୀ । ଆୟ ବହିର୍ଭୁତ ଅଭିଯୋଗରେ ଆଜି ମଧ୍ୟ ଫସିଛନ୍ତି ଜଣେ ସହକାରୀ ଯନ୍ତ୍ରୀ । ପାଞ୍ଚଟି ଟିମ୍ ଚାରୋଟି ସ୍ଥାନରେ କରିଛି ମିଳିତ ଚଢାଉ ।

ବଲାଙ୍ଗୀର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରି ଫସିଲେ ସହକାରୀ ଯନ୍ତ୍ରୀ । ଏପରି ଅଭିଯୋଗରେ ଛନ୍ଦି ହୋଇଛନ୍ତି ପାଟଣାଗଡ଼ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ କିଶୋର ପାତ୍ର । ଭିଜିଲାନ୍ସ ବିଭାଗର ପାଞ୍ଚଟି ଟିମ୍ ଚାରୋଟି ସ୍ଥାନରେ ଜାରି ରଖିଛି ମିଳିତ ଚଢାଉ ।

ଭିଜିଲାନ୍ସ ଜାଲରେ ଫସିଲେ ସହକାରୀ ଯନ୍ତ୍ରୀ

ଆଜି ଭୋରରୁ ଭିଜିଲାନ୍ସ ଟିମ୍ କିଶୋରଙ୍କ ଘରେ ଆରମ୍ଭ କରିଛି ଚଢାଉ । ପାଞ୍ଚଟି ଟିମ୍ ଚାରୋଟି ସ୍ଥାନରେ ଜାରି ରଖିଛି ଯାଞ୍ଚ । ଯେଉଁଥିରେ ପାଟଣାଗଡ଼ରେ ଥିବା ଦୁଇଟି ଘର, ଅଫିସ୍ ଓ ତାଙ୍କ ଭାଇଙ୍କ ଘରେ ଏକ କାଳୀନ ଏହି ଚଢାଉ ଜାରି ରହିଛି ।

ତେବେ ଏହି ମିଳିତ ଚଢାଉରେ ବଲାଙ୍ଗୀର, ରାଉରକେଲା, ବରଗଡ଼,ସୋନପୁର ଓ ସମ୍ବଳପୁର ଭିଜିଲାନ୍ସ ଟିମ୍ ସାମିଲ ରହିଛନ୍ତି । ସେପଟେ ଏଯାବତ୍ ଲକ୍ଷାଧିକ ନଗଦ ଟଙ୍କା, ସୁନା ଗହଣା, ଜମିଜମା କାଗଜ ପତ୍ର ଓ ବିଭିନ୍ନ ବ୍ୟାଙ୍କର ପାସବୁକ୍ ଭିଜିଲାନ୍ସ ଜବତ କରି ତଦନ୍ତ ଜାରି ରଖିଛି । ସେହିପରି ସମସ୍ତ ଆକଳନ ଶେଷ ପରେ ପ୍ରକୃତ ତଥ୍ୟ ଜଣା ପଡ଼ିବ ବୋଲି କହିଛନ୍ତି ଭିଜିଲାନ୍ସ ଡ଼ିଏସପି ।

ବଲାଙ୍ଗୀରରୁ ଶୈଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରି ଫସିଲେ ସହକାରୀ ଯନ୍ତ୍ରୀ । ପାଟଣାଗଡ଼ ପୂର୍ତ୍ତ ବିଭାଗ ର ସହକାରୀ ଯନ୍ତ୍ରୀ ଏହି ଅଭିଯୋଗରେ ଛନ୍ଦି ହୋଇଥିବା ବେଳେ ପାଞ୍ଚଟି ଭିଜିଲାନ୍ସ ଦଳ ଏକ କାଳୀନ ଚାରୋଟି ସ୍ଥାନରେ ଚଢାଉ ଜାରି ରଖିଛନ୍ତି । Body:ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରି ଫସିଲେ ସହକାରୀ ଯନ୍ତ୍ରୀ । ପାଟଣାଗଡ଼ ପୂର୍ତ୍ତ ବିଭାଗ ର ସହକାରୀ ଯନ୍ତ୍ରୀ
କିଶୋର ପାତ୍ର ଏହି ଅଭିଯୋଗରେ ଛନ୍ଦି ହୋଇଛନ୍ତି। ତେବେ ଆଜି ଭୋର୍ ରୁ ଭିଜିଲାନ୍ସ ର ପାଞ୍ଚଟି ଦଳ ଏକ କାଳୀନ ଚାରୋଟି ସ୍ଥାନରେ ଚଢାଉ ଜାରି ରଖିଛନ୍ତି । ଯେଉଁଥିରେ ତାଙ୍କ ପାଟଣାଗଡ଼ ସ୍ଥିତ ଦୁଇଟି ଘର ତାଙ୍କ ଅଫିସ୍ ଓ ତାଙ୍କ ଭାଇଙ୍କ ଘରେ ଏକ କାଳୀନ ଏହି ଚଢାଉ ଜାରୀ ରହିଛି । ତେବେ ଏଥିରେ ବଲାଙ୍ଗୀର, ରାଉରକେଲା, ବରଗଡ଼,ସୋନପୁର ଓ ସମ୍ବଳ ପୁର୍ ଭିଜିଲାନ୍ସ ଟିମ୍ ମିଳିତ ଭାବରେ ଚଢ଼ାଉ ଜାରି ରଖିଛନ୍ତି । ସେପଟେ ଏଯାବତ୍ ଲକ୍ଷାଧିକ ନଗଦ ଟଙ୍କା ସୁନା ଗହଣା, ଜମିଜମା କାଗଜ ପତ୍ର ଓ ବିଭିନ୍ନ ବେଙ୍କ ର ପାସ୍ ବୁକ୍ ଭିଜିଲାନ୍ସ ଜବତ କରି ତଦନ୍ତ ଜାରି ରଖିଛି । ସେହିପରି ସବୁ ଆକଳନ ସରିଲେ ପ୍ରକୃତ ତଥ୍ୟ ଜଣ ପଡ଼ିବ ବୋଲି ଭିଜିଲାନ୍ସ କହିଛି ।
ବାଇ ଟ କାଦମ୍ବିନୀ ସାମଲ ଡି ଏ ପି ଭିଜିଲାନ୍ସ ବଲାଂଗୀର Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.