ETV Bharat / state

ସିନ୍ଧେକେଲା ଫରେଷ୍ଟରଙ୍କ ଘରେ ଭିଜିଲାନ୍ସ ରେଡ୍‌

author img

By

Published : May 10, 2022, 12:12 PM IST

ଲାଞ୍ଚ ନେଇ ଫସିଲେ ସିନ୍ଧେକେଲା ଜଙ୍ଗଲ ବିଟର ଫରେଷ୍ଟର, ରେଡ କଲା ଭିଜିଲାନ୍ସ
ଲାଞ୍ଚ ନେଇ ଫସିଲେ ସିନ୍ଧେକେଲା ଜଙ୍ଗଲ ବିଟର ଫରେଷ୍ଟର, ରେଡ କଲା ଭିଜିଲାନ୍ସ

ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସିନ୍ଧେକେଲା ଜଙ୍ଗଲ ବିଟର ଫରେଷ୍ଟର ହରିହର ସ୍ବାଇଁ । ଅଧିକ ପଢନ୍ତୁ

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ଫରେଷ୍ଟର ବାବୁ । ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସିନ୍ଧେକେଲା ଜଙ୍ଗଲ ବିଟର ଫରେଷ୍ଟର ହରିହର ସ୍ବାଇଁ । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବନ ବିଭାଗ ଅଧିନରେ ଥିବା ସିନ୍ଧେକେଲା ଜଙ୍ଗଲ ବିଟର ଫରେଷ୍ଟର ଭାବେ ସେ କାର୍ଯ୍ୟରତ ଥିବାବେଳେ ଆଜି ଭିଜିଲାନ୍ସ ରେଡ୍‌ କରିଥିଲା ।

ଲାଞ୍ଚ ନେଇ ଫସିଲେ ସିନ୍ଧେକେଲା ଜଙ୍ଗଲ ବିଟର ଫରେଷ୍ଟର, ରେଡ କଲା ଭିଜିଲାନ୍ସ
ଲାଞ୍ଚ ନେଇ ଫସିଲେ ସିନ୍ଧେକେଲା ଜଙ୍ଗଲ ବିଟର ଫରେଷ୍ଟର, ରେଡ କଲା ଭିଜିଲାନ୍ସ

ବାବୁ ଜଣଙ୍କ ଜଙ୍ଗଲ ବିଭାଗ ଅଧିନରେ ଠିକା କାମ ଦେବା ବାବଦକୁ ଆଜି ଜଣେ ବ୍ୟକ୍ତିଙ୍କ ଠାରୁ ଏକ ଲକ୍ଷ ତିନି ଶହ ଟଙ୍କା ଲାଞ୍ଚ ନେଉଥିଲେ । ଏହି ସମୟରେ ଭିଜିଲାନ୍ସ ତାଙ୍କୁ ଧରିବା ସହ ତାଙ୍କ ଠାରୁ ନଗଦ ଏକ ଲକ୍ଷ ତିନି ସହ ଟଙ୍କା ଜବତ କରିଥିଲା । ବଲାଙ୍ଗୀର ଓ ସୋନପୁର ଭିଜିଲାନ୍ସ ବିଭାଗ ଏକ କାଳୀନ ତିନୋଟି ସ୍ଥାନରେ ଚଢାଉ ଜାରି ରଖିଛି । ସେହିପରି ତାଙ୍କର ସରକାରୀ ଆବାସରୁ 17 ଲକ୍ଷ ଟଙ୍କା ନଗଦ ଓ ସୁନା ଗହଣା ଭିଜିଲାନ୍ସ ବିଭାଗ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।

ବଲାଙ୍ଗୀରରୁ ଶେଖମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.