ETV Bharat / state

ସରପଞ୍ଚ ଭାଙ୍ଗିଲେ ପ୍ରଧାନମନ୍ତ୍ରୀ ଆବାସ, ପ୍ରତିବାଦ କଲେ ଆଦିବାସୀ ସଂଘ

author img

By

Published : Aug 17, 2020, 9:45 PM IST

Tribal Association protest in balangir
ସରପଞ୍ଚ ଭାଙ୍ଗିଲେ ପ୍ରଧାନମନ୍ତ୍ରୀ ଆବାସ, ପ୍ରତିବାଦ କଲେ ଆଦିବାସୀ ସଂଘ

ସାଲେଭଟା ଗ୍ରାମରେ ସରପଞ୍ଚ ନିଜ କ୍ଷମତା ଅପବ୍ୟବହାର କରି 5ଟି ଆଦିବାସୀ ପରିବାରଙ୍କ ଘର ଭାଙ୍ଗି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଆବାସରେ ପାଇଥିବା ସବୁ ଘରକୁ ଭଙ୍ଗା ଯାଇଛି । ଏହି ଘଟଣାକୁ ନେଇ ସୋମବାର ଆଦିବାସୀ ସଂଘ ରାଜରାସ୍ତାକୁ ଓହ୍ଲେଇଛି ।

ବଲାଙ୍ଗୀର: ସାଲେଭଟା ଗ୍ରାମରେ ସରପଞ୍ଚ ନିଜ କ୍ଷମତା ଅପବ୍ୟବହାର କରି 5ଟି ଆଦିବାସୀ ପରିବାରଙ୍କ ଘର ଭାଙ୍ଗି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଆବାସରେ ପାଇଥିବା ସବୁ ଘରକୁ ଭଙ୍ଗା ଯାଇଛି । ତେବେ ଏହାର ଅଭିଯୋଗ ଲୋଇସିଙ୍ଗା ଥାନାରେ ହେବା ପରେ ପୋଲିସ ସମ୍ପୃକ୍ତ ସରପଞ୍ଚ ଓ ତାଙ୍କ ସ୍ବାମୀକୁ ଗିରଫ କରିଛି ।

ସରପଞ୍ଚ ଭାଙ୍ଗିଲେ ପ୍ରଧାନମନ୍ତ୍ରୀ ଆବାସ, ପ୍ରତିବାଦ କଲେ ଆଦିବାସୀ ସଂଘ

ସେପଟେ ଏହି ଘଟଣାକୁ ନେଇ ସୋମବାର ଆଦିବାସୀ ସଂଘ ରାଜରାସ୍ତାକୁ ଓହ୍ଲେଇଛି ଓ ଏଥିରେ ସମ୍ପୃକ୍ତ ଅନ୍ୟ ମାନଙ୍କୁ ଶୀଘ୍ର ଗିରଫ ଦାବି କରିଛନ୍ତି । ଏଥିପାଇଁ ବଲାଙ୍ଗୀର ଟାଉନ ଥାନା ଅଧିକାରୀଙ୍କ ଜରିଆରେ ଏକ ଦାବି ପତ୍ର ଏସପିଙ୍କୁ ପ୍ରଦାନ କରାଯାଇଛି । ଏହାସହ ଦାବି ପୂରଣ ନହେଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.