ETV Bharat / state

Mamita Murder Case: ରାଜ୍ୟ ବାହାରକୁ ଯିବାକୁ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଅନୁମତି

author img

By

Published : Jul 16, 2022, 12:30 PM IST

Mamita Murder Case: ବାହାର ରାଜ୍ୟକୁ ଯିବାକୁ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଅନୁମତି
Mamita Murder Case: ବାହାର ରାଜ୍ୟକୁ ଯିବାକୁ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଅନୁମତି

ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ରାଜ୍ୟ ବାହାରକୁ ଯିବାକୁ ଅନୁମତି ଦେଲେ କୋର୍ଟ । ଅଧିକ ପଢନ୍ତୁ

ବଲାଙ୍ଗୀର: ବହୁଚର୍ଚ୍ଚିତ ବଲାଙ୍ଗୀର ମମିତା ମେହେର ହତ୍ୟାକାଣ୍ଡ(Mamita Murder Case) ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ କୋର୍ଟରୁ ମିଳିଲା ଆଶ୍ବସ୍ତି । ରାଜ୍ୟ ବାହାରକୁ ଯିବାକୁ ଗୋବିନ୍ଦକୁ ଅନୁମତି ଦେଲେ କୋର୍ଟ । ନିଜ ପୁଅ ଓ ସ୍ତ୍ରୀଙ୍କ ଚିକିତ୍ସା ପାଇଁ ତାଙ୍କୁ ବାହାର ରାଜ୍ୟ ଯିବାକୁ ଅନୁମତି ଦେବା ପାଇଁ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ଆବେଦନ କରିଥିଲା ଅଭିଯୁକ୍ତ । ଏହାର ଶୁଣାଣି କରି ଗୋବିନ୍ଦ ସାହୁ ନିଜ ପତ୍ନୀଙ୍କୁ ବିଶାଖାପାଟଣା ଓ ପୁଅକୁ ଭୁବନେଶ୍ବର ନେଇ ଚିକିତ୍ସା କରାଇବା ପାଇଁ କୋର୍ଟ ଅନୁମତି ଦେଇଛନ୍ତି ।

ନିକଟରେ ପରିବାର ସଦସ୍ୟ ଅସୁସ୍ଥ ଥିବାରୁ ଚିକିତ୍ସା କରାଇବାପାଇଁ ଗୋବିନ୍ଦ ସାହୁ 14 ଦିନିଆ ଜାମିନ ପାଇ ଜେଲ୍‌ରୁ ବାହାରିଛି । କଣ୍ଟାବାଞ୍ଜି ଏଡିଜେ କୋର୍ଟ ଏହି ଜାମିନ ପ୍ରଦାନ କରିଥିଲେ । ସ୍ତ୍ରୀ ଓ ପୁଅର ସ୍ବାସ୍ଥ୍ୟବସ୍ଥା ଠିକ ନଥିବା ଦର୍ଶାଇ ଚିକିତ୍ସା ପାଇଁ ଗୋବିନ୍ଦ ସାହୁଙ୍କ ଓକିଲ ଜାମିନ ଲାଗି ଆବେଦନ କରିଥିଲା । ତେବେ ଜାମିନରେ ପରିବାର ସଦସ୍ୟଙ୍କ ଚିକିତ୍ସା ପାଇଁ ଆସିଥିବା ଗୋବିନ୍ଦ ସାହୁକୁ ରଥଯାତ୍ରା ସମୟରେ ଦେଖିବାକୁ ମିଳିଥିଲା । ଏହାକୁ ନେଇ ମଧ୍ୟ ପୁଣି ବିବାଦ ଦେଖାଦେଇଥିଲା ।

ପୂର୍ବରୁ ଏହି ବହୁଚର୍ଚ୍ଚିତ ହତ୍ୟା ଘଟଣାକୁ ନେଇ ରାଜନୀତି ଜୋର୍‌ ଧରିଥିଲା । ଏପରିକି ବିଧାନସଭା ମଧ୍ୟ ଅଚଳ ହୋଇପଡିଥିଲା । ବିରୋଧୀ ଦଳ ଏହି ଘଟଣାରେ ତୁମ୍ବିତୋଫାନ କରିଥିଲେ ଓ ଶାସକ ଦଳର ନେତାଙ୍କ ସଂପୃକ୍ତି ଅଭିଯୋଗ ଆଣିବା ସହ ଇସ୍ତଫା ଦାବି କରିଥିଲେ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.