ETV Bharat / state

ଶାନ୍ତି ଶୃଙ୍ଖଳାରେ ବଲାଙ୍ଗୀରରେ ନାମାଙ୍କନ ପତ୍ର ଦାଖଲ

author img

By

Published : Jan 18, 2022, 9:28 PM IST

ଶାନ୍ତି ଶୃଙ୍ଖଳାରେ ଚାଲିଛି ବଲାଙ୍ଗୀରରେ ନାମାଙ୍କନ ପତ୍ର ଦାଖଲ
ଶାନ୍ତି ଶୃଙ୍ଖଳାରେ ଚାଲିଛି ବଲାଙ୍ଗୀରରେ ନାମାଙ୍କନ ପତ୍ର ଦାଖଲ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଶାନ୍ତି ଶୃଙ୍ଖଳାର ସହ ନାମାଙ୍କନ ଭରୁଛନ୍ତି ଆଶାୟୀ ପ୍ରାର୍ଥୀ । ସମସ୍ତ ବନ୍ଦୋବସ୍ତ ହୋଇଥିବା କହିଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ

ବଲାଙ୍ଗୀର: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଆରମ୍ଭ ହୋଇଯାଇଛି । ବଲାଙ୍ଗୀରରେ ମଧ୍ୟ କଟକଣା ମଧ୍ୟରେ ଆଶାୟୀମାନେ କରୁଛନ୍ତି ନାମାଙ୍କନ । ଏଥର ତ୍ରିସ୍ତରୀୟ ଗ୍ରାମ ପଞ୍ଚାୟତ ନିର୍ବାଚନ ପାଇଁ ଗତ 17 ତାରିଖରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।

ଶାନ୍ତି ଶୃଙ୍ଖଳାରେ ଚାଲିଛି ବଲାଙ୍ଗୀରରେ ନାମାଙ୍କନ ପତ୍ର ଦାଖଲ

ଜିଲ୍ଲାରେ ବିଭିନ୍ନ ପଦ ପଦବୀ ପାଇଁ ଆଶାୟୀ ଥିବା ପ୍ରାର୍ଥୀମାନେ ଏହି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ବଲାଙ୍ଗୀର ଜିଲ୍ଲାରେ ମୋଟ 285 ଟି ପଞ୍ଚାୟତ 14 ଟି ବ୍ଲକ ପାଇଁ ପଞ୍ଚାୟତ ସମିତି ଓ 34 ଟି ଜିଲ୍ଲାପରିଷଦ ଜୋନ ପାଇଁ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ଭରିବା ଆରମ୍ଭ କରିଛନ୍ତି । ଏଥର ନିର୍ବାଚନରେ ଯୁବକ ଓ ମହିଳାମାନେ ଅଧିକ ଭାବରେ ଅଂଶ ଗ୍ରହଣ କରୁଥିବାର ଦେଖିବାକୁ ମିଳିଛି ।

ନିଜ ଅଞ୍ଚଳର ଉନ୍ନତି ଓ ଲୋକଙ୍କ ସେବା ପାଇଁ ନିର୍ବାଚନରେ ପ୍ରତିଦ୍ବନ୍ଦିତ୍ବ କରୁଥିବା କହିଛନ୍ତି ପ୍ରାର୍ଥୀ । ସେପଟେ ଜିଲ୍ଲା ପ୍ରଶାସନ ଏହି ନିର୍ବାଚନକୁ କୋଭିଡ ନିୟମ ଅନୁସାରେ ସୁରୁଖୁରୁରେ କରିବା ପାଇଁ ସବୁ ପ୍ରକାରର ପଦକ୍ଷେପ ନେଉ ଥିବାର କହିଛନ୍ତି । ସମସ୍ତ ନିର୍ବାଚନ ଅଧିକାରୀ ତଥା କର୍ମଚାରୀ ଓ ପୋଲିସଙ୍କୁ ସ୍ବତନ୍ତ୍ର ତାଲିମ ଦିଆ ଯାଇଥିବାର ପ୍ରଶାସନ କହିଛି ।

ସେହିପରି ନିର୍ବାଚନ ଆଚରଣ ବିଧି ଯେପରି ଉଲଙ୍ଘନ ନହେବ ଓ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ହେବ ସେଥିପାଇଁ ସବୁ ପଦକ୍ଷେପ ନିଆଯାଇଥିବା ଜିଲ୍ଲାପାଳ କହିଛନ୍ତି । ଶେଷ ସୂଚନା ଅନୁସାରେ ଆଜି ଯାଏଁ ମୋଟ 233 ଜଣ ୱାର୍ଡ ମେମ୍ବର, 26 ଜଣ ସରପଞ୍ଚ ଓ 17 ଜଣ ପଞ୍ଚାୟତ ସମିତି ପାଇଁ ନାମାଙ୍କନ ପତ୍ର ଦାଖଲ ହୋଇଛି ।


ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.