ETV Bharat / state

କୋଭିଡ କଟକଣା ଭିତରେ ମହମ୍ମଦଙ୍କ ଜନ୍ମଦିବସ ପାଳିଲେ ମୁସଲିମ ସମ୍ପ୍ରଦାୟ

author img

By

Published : Oct 19, 2021, 1:59 PM IST

କୋଭିଡ କଟକଣା ଭିତରେ ମହମ୍ମଦଙ୍କ ଜନ୍ମଦିବସ ପାଳିଲେ ମୁସଲିମ ସମ୍ପ୍ରଦାୟ
କୋଭିଡ କଟକଣା ଭିତରେ ମହମ୍ମଦଙ୍କ ଜନ୍ମଦିବସ ପାଳିଲେ ମୁସଲିମ ସମ୍ପ୍ରଦାୟ

ଆଜି ସାରା ବିଶ୍ବରେ ପାଳିତ ହେଉଛି ମୁସଲମାନମାନଙ୍କର ଗୁରୁ ମହମ୍ମଦଙ୍କ ଜୟନ୍ତୀ । ଏନେଇ ବଲାଙ୍ଗୀର ଓ ଯାଜପୁରରେ କୋଭିଡ କଟକଣା ଭିତରେ ମୁସଲମାନମାନେ ମହମ୍ମଦଙ୍କ ପବିତ୍ର ଜନ୍ମଦିନ ପାଳନ କରିଛନ୍ତି । ସମସ୍ତେ ନିଜ ଘରକୁ ସଜାଇ ସକାଳୁ ନମାଜ ପାଠ କରିବା ସହ କ୍ଷୀରି ପୁରୀର ଭୋଗ ତିଆରି କରି ପାଖ ପଡୋଶୀଙ୍କୁ ବାଣ୍ଟିଛନ୍ତି। ଅଧିକ ପଢନ୍ତୁ...

ବଲାଙ୍ଗୀର/ଯାଜପୁର: ଆଜି ସାରା ବିଶ୍ବରେ ପାଳିତ ହେଉଛି ମୁସଲମାନମାନଙ୍କର ଗୁରୁ ମହମ୍ମଦଙ୍କ ଜୟନ୍ତୀ । ବଲାଙ୍ଗୀରରେ ମଧ୍ୟ କୋରୋନା କଟକଣା ମଧ୍ୟରେ ସବୁ ମୁସଲମାନମାନେ ତାଙ୍କର ପବିତ୍ର ଜନ୍ମଦିନ ପାଳନ କରୁଛନ୍ତି । ତେବେ କୋରୋନା ଯୋଗୁଁ ମସଜିଦରେ ସାମୁହିକ ନମାଜ ପାଠ ବନ୍ଦ ଥିବା ବେଳେ ଏଠିକାର ମୁସଲମାନ ଭାଇଭଉଣୀ ମାନେ ନିଜ ନିଜ ଘରେ ଏହି ପର୍ବ ପାଳନ କରୁଛନ୍ତି। ଯେଉଁଥିରେ ଏମାନେ ସମସ୍ତେ ନିଜ ଘରକୁ ସଜାଇ ସକାଳୁ ନମାଜ ପାଠ କରିଛନ୍ତି ଏବଂ କ୍ଷୀରି ପୁରୀର ଭୋଗ ତିଆରି କରି ପାଖ ପଡୋଶୀଙ୍କୁ ବାଣ୍ଟିଛନ୍ତି। ସମାନ ଭାବରେ ନିଜ ଘରେ ଧର୍ମ ଗ୍ରନ୍ଥ କୋରାନ ପାଠ କରିବା ସହ ସୁସ୍ବାଦୁ ଭୋଜନ ପ୍ରସ୍ତୁତ କରି ମହମ୍ମଦ ଜୟନ୍ତୀ ପାଳନ କରୁଛନ୍ତି।

କୋଭିଡ କଟକଣା ଭିତରେ ମହମ୍ମଦଙ୍କ ଜନ୍ମଦିବସ ପାଳିଲେ ମୁସଲିମ ସମ୍ପ୍ରଦାୟ

ତେବେ ଆଜିର ଦିନରେ ଅର୍ଥାତ୍ ମୁସଲମାନମାନଙ୍କର ଚନ୍ଦ୍ର କ୍ୟାଲେଣ୍ଡରର 12 ନମ୍ବର ଦିନକୁ ଏମାନେ ବାରୱିଁ ସରିଫ ଭାବରେ ପାଳନ କରିଥାନ୍ତି। ଯେଉଁ ଦିନ ଧର୍ମ ଗୃରୁ ମହମ୍ମଦ ଜନ୍ମ ଗ୍ରହଣ କରିଥିଲେ। ଆଜି ସବୁ ମୁସଲମାନ ଭାଇଭଉଣୀମାନେ ଘରେ ଘରେ ଆଲ୍ଲାଙ୍କ ଇବାଦତ୍ କରିବା ସହ ହସ ଖୁସିରେ ଏହାକୁ ଏକ ବଡ଼ ଉତ୍ସବ ଭାବରେ ପାଳନ କରୁଛନ୍ତି।

ସେପଟେ କୋଭିଡ କଟକଣା ଭିତରେ ଯାଜପୁର ବ୍ୟାସନଗର ସ୍ଥିତ ତାରିଣୀ ମାର୍କେଟ ଓ ଅହମ୍ମଦନଗର ମସଜିଦରେ ମହମ୍ମଦଙ୍କ ଜନ୍ମଦିବସ ପାଳିତ ହେଇଯାଇଛି। ପ୍ରତ୍ୟେକ ମସଜିଦରେ କୋଭିଡ ନିୟମ ଅନୁଯାୟୀ ମୌଲବୀଙ୍କ ସମେତ କିଛି ମସଜିଦର କର୍ମକର୍ତ୍ତାଙ୍କୁ ନେଇ ନମାଜ ପାଠ କରିବା ସହିତ ମହମ୍ମଦଙ୍କ ସମ୍ପର୍କରେ ଆଲୋଚନା କରିଥିଲେ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ ଓ ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.