ETV Bharat / state

ନିର୍ବାଚନ ପ୍ରଚାରବେଳେ ବିଜେଡିକୁ କଳା ପତାକା ପ୍ରଦର୍ଶନ

author img

By

Published : Feb 15, 2022, 9:41 PM IST

ପଞ୍ଚାୟତ ନିର୍ବାଚନ ପ୍ରଚାରବେଳେ ବିଜେଡି ଦଳକୁ ତୀବ୍ର ବିରୋଧ କଲେ ଆଦିବାସୀ ଓ ପଛୁଆ ବର୍ଗ । ମିଳିଛି ବଲାଙ୍ଗୀର ଲୋଇସିଂହା ବ୍ଲକର 33 ନମ୍ବର ଜିଲ୍ଲା ପରିଷଦ ଜୋନରେ ଏମିତି ଘଟଣା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ନିର୍ବାଚନ ପ୍ରଚାର ବେଳେ ବିଜେଡିକୁ କଳା ପ୍ରଦର୍ଶନ
ନିର୍ବାଚନ ପ୍ରଚାର ବେଳେ ବିଜେଡିକୁ କଳା ପ୍ରଦର୍ଶନ

ବଲାଙ୍ଗୀର: ପଞ୍ଚାୟତ ନିର୍ବାଚନ ପ୍ରଚାରବେଳେ ବିଜେଡି ଦଳକୁ ତୀବ୍ର ବିରୋଧ କଲେ ଆଦିବାସୀ ଓ ପଛୁଆ ବର୍ଗ । ମିଳିଛି ବଲାଙ୍ଗୀର ଲୋଇସିଂହା ବ୍ଲକର 33 ନମ୍ବର ଜିଲ୍ଲା ପରିଷଦ ଜୋନରେ ଏମିତି ଘଟଣା ଦେଖିବାକୁ ମିଳିଛି । ତେବେ ଆଜି ବିଜେଡିର ପ୍ରାର୍ଥୀନୀ ଲିଲିମା ବେହେରାଙ୍କ ପାଇଁ ପ୍ରଚାର କରୁଥିଲେ ଦଳର ନେତା ।

ନିର୍ବାଚନ ପ୍ରଚାର ବେଳେ ବିଜେଡିକୁ କଳା ପ୍ରଦର୍ଶନ

ଏହି ପ୍ରଚାରରେ ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରାଙ୍କ ପୁଅ ନିହାର ରଞ୍ଜନ ବେହେରା, ଲୋଇସିଂହା ବିଜେଡି ବ୍ଲକ ସଭାପତି ହୃଦାନନ୍ଦ ବେହେରା, ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଲିଲୀମା ବେହେରା ଓ ବିଜେଡି କର୍ମୀଥିଲେ । ତେବେ ଲୋଇସିଂହାରେ ଘରକୁ ଘର ବୁଲି ପ୍ରଚାର କରୁଥିଲେ ବିଜେଡି ପ୍ରାର୍ଥୀ । ହଠାତ୍ ଏମାନଙ୍କୁ ଶତାଧିକ ଆଦିବାସୀ ଓ ପଛୁଆ ବର୍ଗର ଲୋକେ କଳା ପତାକା ପ୍ରଦର୍ଶନ କରିବା ସହ ତୀବ୍ର ବିରୋଧ କରିଥିଲେ ।

ଶେଷର ବିଜେଡି ଦଳ ତରବରିଆ ପ୍ରଚାର ସାରି ଫେରିଯିବାକୁ ବାଧ୍ୟ ହୋଇଥିଲେ । ପଞ୍ଚାୟତ ନିର୍ବାଚନରେ ଆଦିବାସୀ ଓ ପଛୁଆ ବର୍ଗଙ୍କୁ ଅଣଦେଖା କରିଥିବାର ଏମାନେ ଅଭିଯୋଗ କରୁଥିଲେ। ଏବଂ ଏଥିପାଇଁ ସେମାନେ ବିଜେଡିକୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିରୋଧ ମଧ୍ୟ କରି ଆସୁଛନ୍ତି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.