ETV Bharat / state

Justice For Mamita: କୋକେଇ ଶୋଭାଯାତ୍ରା କରି ନ୍ୟାୟ ମାଗିଲା ବିଜେପି

author img

By

Published : Nov 26, 2021, 3:48 PM IST

ପୁଣି ବଲାଙ୍ଗୀର ବିଜେପି ପକ୍ଷରୁ ଓଡ଼ିଶାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଓ ମମିତାକୁ ନ୍ୟାୟ ଦାବିରେ କୋକେଇ ଶୋଭାଯାତ୍ରା କରାଯାଇଛି । ଅଧିକ ପଢନ୍ତୁ

Mamita murder case: ନ୍ୟାୟ ଦାବିରେ ବଲାଙ୍ଗୀର ବିଜେପିର କୋକେଇ ଶୋଭାଯାତ୍ରା
Mamita murder case: ନ୍ୟାୟ ଦାବିରେ ବଲାଙ୍ଗୀର ବିଜେପିର କୋକେଇ ଶୋଭାଯାତ୍ରା

ବଲାଙ୍ଗୀର: ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ରାଜନୀତି ଥମିବାର ନାଁ ନେଉନାହିଁ । ତେବେ ଓଡିଶାରେ ମହିଳା ନାରୀ ସୁରକ୍ଷିତ ନଥିବା ଓ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିବାର ଅଭିଯୋଗରେ ଆଜି(ଶୁକ୍ରବାର) ବଲାଙ୍ଗୀର ଜିଲ୍ଲା ବିଜେପି କୋକେଇ ଶୋଭାଯାତ୍ରା କରିଛି । ଯେଉଁଥିରେ ଶତାଧିକ ବିଜେପି କର୍ମୀ ବଲାଙ୍ଗୀର ଏସପିଙ୍କ କାର୍ଯ୍ୟାଳୟରୁ କୋକେଇ ଶୋଭାଯାତ୍ରାରେ ବାହାରି ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ (BJP Carries Anti BJD rally In Balangir) ।

Mamita murder case: ନ୍ୟାୟ ଦାବିରେ ବଲାଙ୍ଗୀର ବିଜେପିର କୋକେଇ ଶୋଭାଯାତ୍ରା

ମମିତା ହତ୍ୟାକାଣ୍ଡକୁ ଦେଢ଼ମାସ ପୁରିଥିବା ବେଳେ ଏଯାଏଁ ପ୍ରକୃତ ଦୋଷୀକୁ ପୋଲିସ୍ ହାତ ମାରିନି ବୋଲି ଏମାନେ ଅଭିଯୋଗ କରିଛନ୍ତି । ସେହିପରି ଏଥିରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସମ୍ପୃକ୍ତି ଥିବା ବେଳେ ମୁଖ୍ୟମନ୍ତ୍ରୀ ତାଙ୍କୁ ଜାଣିଶୁଣି ଘଣ୍ଟ ଘଡ଼ାଉଥିବାର ଏମାନେ ଅଭିଯୋଗ କରିଛନ୍ତି । ଆଗକୁ ମନ୍ତ୍ରୀଙ୍କୁ ବହିଷ୍କାର ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ଏମାନେ ଆଗକୁ ଏହି ଆନ୍ଦୋଳନ ଗାଁ ସ୍ତରରେ ହେବ ବୋଲି ବିଜେପି ଚେତାବନୀ ଦେଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.