ETV Bharat / state

Mamita Murder Case: ରାଜ୍ୟ ବାହାରକୁ ଯିବାକୁ କୋର୍ଟରେ ଆବେଦନ କଲା ଗୋବିନ୍ଦ ସାହୁ

author img

By

Published : Jul 14, 2022, 2:25 PM IST

ବଲାଙ୍ଗୀରର ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣା । ରାଜ୍ୟ ବାହାରକୁ ଯିବାକୁ କୋର୍ଟରେ ଆବେଦନ କଲା ଅଭିଯୁକ୍ତ ଗୋବିନ୍ଦ ସାହୁ । ଅଧିକ ପଢନ୍ତୁ

Mamita Murder Case: ରାଜ୍ୟ ବାହାରକୁ ଯିବାକୁ କୋର୍ଟରେ ଆବେଦନ କଲା ଗୋବିନ୍ଦ ସାହୁ
Mamita Murder Case: ରାଜ୍ୟ ବାହାରକୁ ଯିବାକୁ କୋର୍ଟରେ ଆବେଦନ କଲା ଗୋବିନ୍ଦ ସାହୁ

ବଲାଙ୍ଗୀର: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ କିଛି ଦିନ ତଳେ 14 ଦିନିଆ ଜାମିନ ପାଇ ଜେଲରୁ ମୁକୁଳିଛି । ଏବେ ସେ ପୁଣି ବାହାର ରାଜ୍ୟକୁ ଚିକିତ୍ସା ପାଇଁ ଯିବାକୁ ଏଡିଜେ କୋର୍ଟରେ ଆବେଦନ କରିଛି । ସେ ନିଜ ପୁଅ ଓ ପତ୍ନୀର ଚିକିତ୍ସା ପାଇଁ ତେଲେଙ୍ଗାନା ରାଜ୍ୟ ଯିବା ପାଇଁ ଅନୁମତି ପ୍ରଦାନ କରିବା ନିମନ୍ତେ ଓକିଲ ଜରିଆରେ ଏହି ଆବେଦନ କରିଛି । ଆସନ୍ତା 15 ତାରିଖରେ କୋର୍ଟ ଏହା ଉପରେ ଶୁଣାଣି କରିବା ପାଇଁ ଦିନ ଧାର୍ଯ୍ୟ କରିଥିବାର ସୂଚନା ମିଳିଛି ।

ରାଜ୍ୟ ବାହାରକୁ ଯିବାକୁ କୋର୍ଟରେ ଆବେଦନ କଲା ଗୋବିନ୍ଦ ସାହୁ

ମମିତା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ ହୋଇ ବିଚାରଧୀନ ଭାବରେ ଜେଲରେ ଥିବା ସମୟରେ ନିଜ ପତ୍ନୀ ଓ ପୁଅର ଚିକିତ୍ସା ପାଇଁ ହାଇକୋର୍ଟରେ ଜାମିନ ଆବେଦନ କରିଥିଲା । ହାଇକୋର୍ଟ ମଧ୍ୟ ଆବେଦନକୁ ଗ୍ରହଣ କରି ତାକୁ 14 ଦିନିଆ ଜାମିନ ପ୍ରଦାନ କରିଥିଲେ । ଆଜି(ଗୁରୁବାର) ପୁଣି କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ଚିକିତ୍ସା ପାଇଁ ତେଲେଙ୍ଗାନା ଯିବାକୁ ଅନୁମତି ପ୍ରଦାନ କରିବା ଲାଗି ଆବେଦନ କରିଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.