ETV Bharat / state

ପରିତ୍ୟକ୍ତ ପୋଖରୀରୁ ଏଜେଣ୍ଟଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

author img

By

Published : Jul 25, 2019, 1:39 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ବଲାଙ୍ଗୀରରେ ଆଜି ଏକ ପରିତ୍ୟକ୍ତ ପୋଖରୀରୁ ଜଣେ ବ୍ୟକ୍ତିର ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ବଲାଙ୍ଗୀର ଜିଲ୍ଲା ତେଲିଘୋତପଡାର ଶଙ୍କର ମହାନନ୍ଦ । ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।


ବଲାଙ୍ଗୀର: ଜିଲ୍ଲାର ସୁଡପଦାରେ ଚାଞ୍ଚଲ୍ୟ । ସୁଡପଦାରେ ଥିବା ଏକ ପରିତ୍ୟକ୍ତ ପୋଖରୀରୁ ଏକ ମୃତଦେହ ଉଦ୍ଧାର ହୋଇଛି । ମୃତବ୍ୟକ୍ତି ହେଲେ ତେଲିଘୋତପଡାର ଶଙ୍କର ମହାନନ୍ଦ । ସେ ଏକ ସଂସ୍ଥାରେ ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କୁ ହତ୍ୟା ପରେ ପୋଖରୀରେ ଫିଙ୍ଗି ଦିଆଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ସୂଚନା ଅନୁଯାୟୀ, ବୁଧବାର ଶଙ୍କର ମଦ ପିଇବାକୁ ସୁଡପଦା ଯାଇଥିଲେ । ଆଉ ଫେରି ନଥିଲେ । ପରେ ତାଙ୍କ ମୃତଦେହ ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା । ସେପଟେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିବା ପରେ ବଲାଙ୍ଗୀର ଟାଉନ ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହତ୍ୟାର ପ୍ରକୃତ କାରଣ ଜଣାପଡିବ ବୋଲି ଥାନା ଅଧିକାରୀ କହିଛନ୍ତି ।


ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ୍, ଇଟିଭି ଭାରତ

Intro:Body:

Testing 789


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.