ETV Bharat / state

ଲମ୍ବିଛି ଜାଲ ସାର୍ଟିଫିକେଟ ଚେର, ମିଛ ପ୍ରମାଣ ପତ୍ର ଦେଇ ଶିକ୍ଷକ ଚାକିରୀ ହାତେଇଥିବା ଅଭିଯୋଗ

author img

By

Published : Apr 11, 2023, 9:21 PM IST

ବଲାଙ୍ଗୀର ସଇଁତଲା ଅଞ୍ଚଳରୁ ସ୍ୱାମୀ ସ୍ତ୍ରୀ ଜାଲ ସାର୍ଟିଫିକେଟ ଦେଇ ଶିକ୍ଷକ ଚାକିରୀ କରୁଥିବାର ଅଭିଯୋଗ ଆସିଛି । ଏହା ମଧ୍ୟ ପଢନ୍ତୁ

fake certificate racket
fake certificate racket

fake certificate racket

ବଲାଙ୍ଗୀର: ଚାରିଆଡକୁ ବ୍ୟାପିଛି ଜାଲ ସାର୍ଟିଫିକେଟ ଚେର । ପ୍ରତ୍ୟେକ ଦିନ ନୂଆ ନୂଆ ଅଭିଯୋଗ ସାମ୍ନାକୁ ଆସୁଥିବା ବେଳେ ବିଭିନ୍ନ ଜିଲ୍ଲାରୁ ଜାଲ ସାର୍ଟିଫିକେଟ ଦେଇ ସରକାରୀ ଚାକିରି ହାତେଇଥିବା ଅଭିଯୋଗ ଆସିବାରେ ଲାଗିଛି । ସେହିପରି ବଲାଙ୍ଗୀର ସଇଁତଲା ଅଞ୍ଚଳରୁ ଆଉ ଏକ ଅଭିଯୋଗ ପୁଣି ସାମ୍ନାକୁ ଆସିଛି। ଯେଉଁଥିରେ ସ୍ୱାମୀ ସ୍ତ୍ରୀ ଜାଲ ସାର୍ଟିଫିକେଟ ଦେଇ ଶିକ୍ଷକ ଚାକିରୀ କରୁଥିବାର ଅଭିଯୋଗ ଆସିଛି।

ତେବେ ସମ୍ପୃକ୍ତ ଶିକ୍ଷକ ଜଣକ 2011 ମସିହାରେ ତାମିଲନାଡୁର କାମରାଜ ବିଶ୍ୱବିଦ୍ୟାଳୟ ରୁ ବି ଏ ପାସ କରିଥିଲେ ଏବଂ 2012 ମସିହାରେ ମେରଠ ଚୌଧରୀ ଚରଣ ସିଂହ ବିଶ୍ଵବିଦ୍ୟାଳୟରୁ ବି ଇ ଡି କରିଥିବାର ଜଣା ପଡ଼ିଛି। ତେବେ ଦୁଇ ବର୍ଷରେ ଦୁଇଟି ଡିଗ୍ରୀକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ସେହିପରି ତାଙ୍କ ସ୍ତ୍ରୀ ମଧ୍ୟ ସମାନ ଦୁଇ ବିଶ୍ୱବିଦ୍ୟାଳୟରୁ ବିଏ ଏବଂ ବିଇଡି ସାର୍ଟିଫିକେଟ ହାତେଇ ଶିକ୍ଷକ ଚାକିରୀ କରୁଥିବାର ଅଭିଯୋଗ ହୋଇଛି। ସେପଟେ ସଂପୃକ୍ତ ଶିକ୍ଷୟିତ୍ରି ଏହାକୁ ମିଛ ବୋଲି କହିବା ସହ ସେ ସେଠି ରହି ରେଗୁଲାର ଭାବରେ ପାଠ ପଢି ସାର୍ଟିଫିକେଟ ପାଇଥିବାର କହିଛନ୍ତି।

ସେହିପରି ଜାଲ ସାର୍ଟିଫିକେଟର ପୋଷ୍ଟାଲ ଚାକିରୀ କରୁଥିବା ତିନି ଜଣଙ୍କୁ ମଧ୍ୟ ଜେରା କରୁଛି କ୍ରାଇମ ବ୍ରାଞ୍ଚ। ଏଥିସହ ଜାଲ ସାର୍ଟିଫିକେଟର ଚେରକୁ ଧରିବାର ପ୍ରୟାସ ଜାରି ରଖିଛି। ଏଥିସହ ଯେଉଁ ମାନଙ୍କୁ ଆଗାମୀ ଦିନରେ ଜେରା କରାଯିବ ସେମାନଙ୍କ ଲିଷ୍ଟ ହୋଇଥିବା ନେଇ କ୍ରମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି। ସେହିପରି ବିଭିନ୍ନ ସ୍ଥାନରୁ କମ୍ପ୍ୟୁଟର , ହାର୍ଡ ଡିସ୍କ ଓ ଅନ୍ୟାନ୍ୟ ଗୁଋତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି କ୍ରାଇମବ୍ରାଞ୍ଚ ଟିମ । ତେବେ ଆଗାମୀ ଦିନରେ ଆହୁରି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବ ବୋଲି କ୍ରାଇମବ୍ରାଞ୍ଚ ସୂଚନା ଦେଇଛି।

ତେବେ ଗୋଟିଏ ପଟେ କ୍ରାଇମବ୍ରାଞ୍ଚ ଜାଲ ସାର୍ଟିଫିକେଟର ତନାଘନା ଜାରି ରହିଛି। ଅନ୍ୟପଟେ ଜାଲ ସାର୍ଟିଫିକେଟଧାରୀ ତଥା କ୍ରେତା ବିକ୍ରେତାଙ୍କ ହଜାର ହଜାର ସଂଖ୍ୟାରେ ଥିବା ବେଳେ ସବୁ ସରକାରୀ ବିଭାଗକୁ ଏହାର ଚେର ଲମ୍ବିଛି। ସମବାୟ, ଶିକ୍ଷା , ପୋଲିସ, ଜଙ୍ଗଲ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ପର୍ଯ୍ୟନ୍ତ ଏହାର ଚେର ଲମ୍ବିଥିବା ଜଣାପଡିଛି। ତେବେ କ୍ରାଇମବ୍ରାଞ୍ଚ ବିଗତ 11 ଦିନ ମଧ୍ୟରେ ବଲାଙ୍ଗୀରରେ କେତେ ତଦନ୍ତ କରିଛି ତାର ଅଗ୍ରଗତି କେତେ ହୋଇଛି ତାହା ଏଯାଏଁ ସ୍ପଷ୍ଟ ହୋଇ ନାହିଁ।

ସେପଟେ କ୍ରାଇମବ୍ରାଞ୍ଚ ଟିମ ପ୍ରଥମ ଦୁଇ ଦିନରେ ପୋଲିସ ସହ ବିଭିନ୍ନ ପର୍ଯ୍ୟାୟରେ ବୈଠକ କରି ପରେ ମାମଲାକୁ ନିଜେ ତଦନ୍ତ କରିବା ଆରମ୍ଭ କରିଥିଲା। ଏହାରି ମଧ୍ୟରେ ପ୍ରଥମେ ସମ୍ପୃକ୍ତ କୋଚିଂ ସେଣ୍ଟର, ବଲାଙ୍ଗୀର ଡାକ ବିଭାଗକୁ ଯାଇ ତଦନ୍ତ କରିଥିଲା। ଏନେଇ ମୁଖ୍ୟ ଅଭିଯୁକ୍ତ ସହ 4 ଜଣଙ୍କୁ ତିନି ଦିନିଆ ରିମାଣ୍ଡରେ ଆଣି ଟିକି ନିଖି ତଦନ୍ତ ସହ ଅଭିଯୁକ୍ତଙ୍କ ସମ୍ପର୍କୀୟ ମାନଙ୍କୁ ଡାକି ତଦନ୍ତ କରିଥିଲା। ସେହିପରି ପରବର୍ତ୍ତୀ ସମୟରେ ରିମାଣ୍ଡରେ ଆଣି ଥିବା ଅଭିଯୁକ୍ତଙ୍କ ଠାରୁ ମିଳିଥିବା ତଥ୍ୟ ପ୍ରମାଣ ଆଧାରରେ ଆହୁରି ଲୋକଙ୍କୁ ଡାକି ଏବେ କ୍ରାଇମ ବ୍ରାଞ୍ଚ ଜେରା ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା କ୍ରାଇମ ବ୍ରାଞ୍ଚ ପ୍ରମାଣ ତଥ୍ୟ ଯୋଗାଡ଼ ଜାରି ରଖିଥିବା ବେଳେ ଏଯାଏଁ ଏହି ଜାଲ ସାର୍ଟିଫିକେଟର ବଳିଷ୍ଠ ପ୍ରମାଣ ତାଙ୍କ ହାତରେ ଲାଗି ଥିବାର କ୍ରାଇମ ବ୍ରାଞ୍ଚ ଡ଼ିଏସପି କହିଛନ୍ତି।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.