ETV Bharat / state

ଚାଷୀଙ୍କ ଅଗୋଚରରେ ଉଠିଛି ଋଣ, ମିଳିଛି ବୀମା: ଥାନାରେ ଏତଲା

author img

By

Published : Aug 26, 2021, 10:02 PM IST

ଚାଷୀଙ୍କ ଅଗୋଚରରେ ଉଠିଛି ଋଣ ,ମିଳିଛି ବୀମା: ଥାନାରେ ଏତଲା
ଚାଷୀଙ୍କ ଅଗୋଚରରେ ଉଠିଛି ଋଣ ,ମିଳିଛି ବୀମା: ଥାନାରେ ଏତଲା

ବଲାଙ୍ଗୀର ଜିଲ୍ଲାରେ ଚାଷୀଙ୍କ ଅଗୋଚରରେ ନକଲି ଚାଷୀଙ୍କୁ ମିଳିିଛି ଋଣ ଓ ବୀମା ଟଙ୍କା । ଥାନାରେ ଦ୍ବାରସ୍ଥ ହୋଇ ନ୍ୟାୟ ମାଗିଲେ ଚାଷୀ । ଅଧିକ ପଢନ୍ତୁ...

ବଲାଙ୍ଗୀର: ଚାଷୀଙ୍କ ଅଗୋଚରରେ ତାଙ୍କ ଜମି ପଟ୍ଟାରେ ଉଠିଛି ଋଣ, ମିଳିଛି ବୀମା ଟଙ୍କା । ଚାଷୀଙ୍କ ଜମି ପଟ୍ଟାରେ ଋଣ ଉଠାଇଛନ୍ତି ନକଲି ଚାଷୀ । ଏହା ଜାଣିବା ପରେ ପ୍ରକୃତ ଚାଷୀ ଥାନାରେ ଦ୍ବାରସ୍ଥ । ଏପରି କିଛି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଅଞ୍ଚଳରେ ।

ଚାଷୀଙ୍କ ଅଗୋଚରରେ ଉଠିଛି ଋଣ ,ମିଳିଛି ବୀମା: ଥାନାରେ ଏତଲା

ହୋଇଥିବା ଅଭିଯୋଗ ଅନୁସାରେ, ପାଟଣାଗଡ଼ ଥାନା ନକତାସର ଗ୍ରାମର ଚାଷୀ ରାଜେନ୍ଦ୍ର ପଟେଲ ଓ ତାଙ୍କ ୩ ଭାଇଙ୍କ ନାଁରେ ୩ଏକର ଜମି ରହିଛି । ଏମାନେ ଏହି ଜମିରେ ବଂଶାନୁକ୍ରମିକ ଭାବେ ଚାଷ କରି ଆସୁଛନ୍ତି । ଚଳିତ ବର୍ଷ ମରୁଡି ସ୍ଥିତି ନେଇ ଫସଲ ବୀମା କରିବାକୁ ଯାଇଥିଲେ ରାଜେନ୍ଦ୍ର । ହେଲେ ସେଠାରେ ତାଙ୍କ ଜମିରେ ପୂର୍ବରୁ ଅନ୍ୟ କେହି ଲକ୍ଷାଧିକ ଟଙ୍କାର ଋଣ ଓ ବୀମା କରିଥିବା ଜାଣିବାକୁ ପାଇଥିଲେ । ଏନେଇ ରାଜେନ୍ଦ୍ର ପଟେଲଙ୍କ ପକ୍ଷରୁ ପାଟଣାଗଡ଼ ଥାନାରେ ଥାନାରେ ଏତଲା ହୋଇଛି ।

ଏତଲା ହୋଇଥିଲେ ସୁଦ୍ଧା ଏଯାଏଁ ପୋଲିସ କୌଣସି ପଦକ୍ଷେପ ନେଇ ନ ଥିବାବେଳେ ଏମାନେ ଆଜି ନ୍ୟାୟ ପାଇଁ ବଲାଙ୍ଗୀର ଏସପିଙ୍କ ଦ୍ବାରସ୍ତ ହୋଇଛନ୍ତି । ତେବେ ତାଙ୍କ ଜମିରେ ପୂର୍ବରୁ ଋଣ ଓ ବୀମା ଥିବାରୁ, ବର୍ତ୍ତମାନ ବୀମା ସୁବିଧାରୁ ବଞ୍ଚିତ ହୋଇଛନ୍ତି ପ୍ରକୃତ ରାଜେନ୍ଦ୍ରଙ୍କ ପରିବାର । ଯାହାକୁ ନେଇ ଏମାନେ ଚିନ୍ତାରେ ଥିବାବେଳେ ପ୍ରଶାସନ ପକ୍ଷରୁ ଏମାନେ ନ୍ୟାୟ ଦାବି କରିଛନ୍ତି ।

ବଲାଙ୍ଗୀରରୁ ଏସ କେ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.