ETV Bharat / state

ପୋଲିସ ହେପାଜତରୁ ସରପଞ୍ଚଙ୍କ ଫେରାର ଉଦ୍ୟମ, ସିନେମା ଷ୍ଟାଇଲରେ ଧରିଲା ପୋଲିସ

author img

By

Published : Apr 20, 2023, 10:45 PM IST

Balangir Police rearrests Sarapanch
Balangir Police rearrests Sarapanch

କୋଶଳ ଆନ୍ଦୋଳନ ପାଇଁ ଚାନ୍ଦା ମାଗିବା ଅଭିଯୋଗରେ ଗିରଫ ସରପଞ୍ଚଙ୍କ ଫେରାର ଉଦ୍ୟମ । ସିନେମା ଷ୍ଟାଇଲରେ ଗିରଫ କଲା ବଲାଙ୍ଗୀର ପୋଲିସ । ଅଧିକ ପଢନ୍ତୁ

ପୋଲିସ ହେପାଜତରୁ ସରପଞ୍ଚଙ୍କ ଫେରାର ଉଦ୍ୟମ, ସିନେମା ଷ୍ଟାଇଲରେ ଧରିଲା ପୋଲିସ

ବଲାଙ୍ଗୀର: ଚାନ୍ଦା ମାଗିବା ଅଭିଯୋଗରେ ଗିରଫ ହୋଇଥିବା ସରପଞ୍ଚଙ୍କ ପୋଲିସ ହେପାଜତରୁ ଫେରାର ଉଦ୍ୟମ । ପୁଣି ତାଙ୍କ ନାମରେ ରୁଜୁ ହେଲା ଆଉ ଏକ ମାମଲା । ଆଜି କୋର୍ଟରେ ହାଜର ହେବା ପରେ ତାଙ୍କର ଜାମିନ ନାମଞ୍ଜୁର ହୋଇଥିଲା ଏବଂ ଏହା ପରେ ସେ ପୋଲିସ ହେପାଜତରୁ ଫେରାର ଉଦ୍ୟମ କରିଥିଲେ । ପୋଲିସ ତାଙ୍କୁ ସିନେମା ଢଙ୍ଗରେ ଗୋଡ଼ାଇ ଗିରଫ କରିଛି ଏବଂ ତାଙ୍କ ନାଁରେ ପୁଣି ପାଟଣାଗଡ ଥାନାରେ ଆଉ ଏକ ମାମଲା ରୁଜୁ ହୋଇଛି।

ଜିଲ୍ଲା ବେଳପଡା ବ୍ଲକ ଅନ୍ତର୍ଗତ ଧୂମାଭଟା ପଞ୍ଚାୟତର ଯୁବ ସରପଞ୍ଚ ବନମାଲି ନାଏକ ଏଠିକାର ଏକ କଲେଜକୁ ଚାନ୍ଦା ମାଗିବାର ଅଭିଯୋଗ ଥିଲା । ଯାହାକୁ ନେଇ ସେ ଗିରଫ ହୋଇଥିଲେ ଏବଂ ପାଟଣାଗଡ କୋର୍ଟରେ ଆଜି ହାଜର ହେବା ପରେ କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଥିଲେ । ଯାହା ପରେ ସେ ପୋଲିସ ହେପାଜତରେ ପାଟଣାଗଡ ଉପକାରଗାରକୁ ଯାଉଥିବା ବେଳେ ଫେରାର ଉଦ୍ୟମ କରିଥିଲେ। ପୋଲିସ ତାଙ୍କୁ ପୁଣି ଗୋଡ଼ାଇ ଧରିବାରେ ସଫଳ ହୋଇଥିଲା । ତେବେ ଏହି ଘଟଣାକୁ ନେଇ ଏବେ ସାରା ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି ।

ଏହା ବି ପଢନ୍ତୁ- ଜମି ବିବାଦକୁ ନେଇ ବିବାଦ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗାଈ ଗୋରୁ ରଖି ଧାରଣା

ଧୂମାଭଟା ଯୁବ ସରପଞ୍ଚ ବନମାଳୀ ନାଏକ ପ୍ରଥମେ ଜଣେ କୋଶଳ ଆନ୍ଦୋଳନକାରୀ ଥିଲେ । ଗତ ପଞ୍ଚାୟତ ନିର୍ବାଚନରେ ସେ ସରପଞ୍ଚ ଭାବରେ ବିଜୟୀ ହୋଇଥିଲେ । ତେବେ ତାଙ୍କର ଅଭିନବ ଲୋକସେବା ପାଇଁ ସେ ବେଶ ଚର୍ଚ୍ଚାରେ ମଧ୍ୟ ଥିଲେ । ତେବେ ଗତ ବର୍ଷ ୨୫ ନଭେମ୍ବରେରେ ସେ ଧୂମାଭଟା ଗ୍ରାମ ସ୍ଥିତ ବୀଣାପାଣି କଲେଜକୁ ଯାଇ କୋଶଳ ଆନ୍ଦୋଳନ ପାଇଁ ଚାନ୍ଦା ମାଗିଥିବାର ଅଭିଯୋଗ ହୋଇଥିଲା । ସେ କଲେଜରୁ ଜୋରଜବରଦସ୍ତ ୮ ହଜାର ଟଙ୍କା ଓ ରସିଦ ବହି ଲୁଟ କରିଥିବାର ମଧ୍ୟ ଅଭିଯୋଗ ହୋଇଥିଲା । ଯାହାକୁ ନେଇ ସମ୍ପୃକ୍ତ ସରପଞ୍ଚଙ୍କୁ ବଲାଙ୍ଗୀର ଜିଲ୍ଲାପାଳ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ ।

ସେପଟେ ଦୀର୍ଘ ସମୟ ଧରି ସରପଞ୍ଚ କୌଣସି ଉତ୍ତର ନଦେବାରୁ ବେଳପଡା ବିଡିଓ ବେଲପଡା ଥାନାରେ ତାଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତି କରି ଗତ ମାର୍ଚ୍ଚ ୧୨ ତାରିଖରେ ପୋଲିସ ତାଙ୍କୁ ଗିରଫ କରିଥିଲା । ଏହାପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ କୋର୍ଟ ପଠାଇଥିଲେ। ତେବେ ଆଜି ତାଙ୍କୁ ପାଟଣାଗଡ SDJM କୋର୍ଟରେ ହାଜର କରାଯାଇଥିଲା । ଜାମିନ ଆବେଦନ ଖାରଜ ପରେ ତାଙ୍କୁ ଜେଲ ନେବା ବେଳେ ସେ ପୋଲିସ ହେପାଜତରୁ ଖସିବା ପାଇଁ ଉଦ୍ୟମ କରି ଫେଲ୍‌ ମାରିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.