ETV Bharat / state

Elephant Terror: ମାତିଛନ୍ତି ହାତୀପଲ, ଦନ୍ତା ଆକ୍ରମଣରେ ଜଣେ ମହିଳା ମୃତ

author img

By

Published : Apr 24, 2022, 6:40 PM IST

Elephant Terror: ମାତିଛନ୍ତି ହାତୀପଲ, ଦନ୍ତା ଆକ୍ରମଣରେ ଜଣେ ମହିଳା ମୃତ
Elephant Terror: ମାତିଛନ୍ତି ହାତୀପଲ, ଦନ୍ତା ଆକ୍ରମଣରେ ଜଣେ ମହିଳା ମୃତ

ଅନୁଗୋଳ ଜିଲ୍ଲାରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ, ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ । ଅଧିକ ପଢନ୍ତୁ

ଅନୁଗୋଳ: ଜିଲ୍ଲାରେ ଗତ କିଛି ଦିନ ଧରି ମାତିଛନ୍ତି ହାତୀପଲ । ପୂର୍ବରୁ ହାତୀ ଆକ୍ରମଣରେ ଏକାଧିକ ଜୀବନ ଯାଇଥିବାବେଳେ, ଏବେ ହିଲୋଇ ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଶନିବାର ବିଳମ୍ବିତ ରାତିରେ ଆକ୍ରମଣର ଶିକାର ଗୁରୁତର ମହିଳା ଜଣକର ଆଜି ମୃତ୍ୟୁ ଘଟିଛି ।

ଅନୁଗୋଳ ଜିଲ୍ଲାରେ ହାତୀ ଆତଙ୍କ
ଅନୁଗୋଳ ଜିଲ୍ଲାରେ ହାତୀ ଆତଙ୍କ

ମୃତ ମହିଳା ଜଣକ ହେଲେ ହିଲୋଇ ଗାଁର ବଚନ ବେହେରା । ସୂଚନା ଅନୁସାରେ ବଚନ ଘରେ ଶୋଇଥିବା ବେଳେ ଏକ ହାତୀ ଗାଁରେ ପଶିବା ସହ ତାଙ୍କ ଘର ଭାଙ୍ଗିଥିଲା । ହାତୀ ଦେଖି ବଚନ ପଳାଇବାକୁ ଚେଷ୍ଟା କରୁଥିବା ବେଳେ ହଠାତ ହାତୀ ତାଙ୍କୁ ଆକ୍ରମଣ କରିଥିଲା ।

ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.