ETV Bharat / state

ହାତୀ ଆକ୍ରମଣରେ ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

author img

By ETV Bharat Odisha Team

Published : Aug 29, 2023, 10:11 AM IST

Updated : Aug 29, 2023, 2:07 PM IST

ଅନୁଗୋଳ ଜିଲ୍ଲାରେ ହାତୀ ଉପଦ୍ରବ
ଅନୁଗୋଳ ଜିଲ୍ଲାରେ ହାତୀ ଉପଦ୍ରବ

ଅନୁଗୋଳ ଜିଲ୍ଲାରେ ପୁଣି ଜୀବନ ନେଲା ଦନ୍ତା । ବନ୍ତଳା ବନାଞ୍ଚଳରେ ହାତୀ ଆକ୍ରମଣରେ ସ୍ତ୍ରୀ ମୃତ ଓ ସ୍ବାମୀ ଗୁରୁତର । ଅଧିକ ପଢନ୍ତୁ

ହାତୀ ଆକ୍ରମଣରେ ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ଥମୁନି ହାତୀ ଉପଦ୍ରବ । ଜିଲ୍ଲାରେ ଆଜି ପୁଣି ଜୀବନ ନେଇଛି ଦନ୍ତା । ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ସ୍ବାମୀ ଗୁରୁତର ଭାବେ ଆହତ ହୋଇଛନ୍ତି । ପୁଣିଥରେ ବନ୍ତଳା ବନାଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତ ମହିଳା ହେଲେ ସୁଲୋଚନା ବିଶ୍ବାଳ । ଗୁରୁତର ଅବସ୍ଥାରେ ତାଙ୍କର ସ୍ବାମୀ ଛବି ବିଶ୍ବାଳଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ବନ୍ତଳା ବନାଞ୍ଚଳ ଅନ୍ତର୍ଗତ ତଲଗଡ଼ ଗାଁର ଛବି ବିଶ୍ବାଳ ନିଜ ସ୍ତ୍ରୀଙ୍କ ସହ ବିଲକୁ କାମ କରିବାକୁ ଯାଇଥିଲେ । ଏତିକି ବେଳେ ସେଠାରେ ଗୋଟିଏ ହାତୀ ହାବୁଡରେ ପଡି ଯାଇଥିଲେ । ହାତୀ ଆକ୍ରମଣରେ ସ୍ତ୍ରୀ ସୁଲୋଚନାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ଛବି ବିଶ୍ବାଳ ଗୁରୁତର ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି । ଖବର ପାଇ ପୋଲିସ ଓ ସ୍ଥାନୀୟ ବନ ବିଭାଗର କର୍ମଚାରୀ ସେଠାରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି ।

ଏହାମଧ୍ୟ ପଢନ୍ତୁ: ଅନୁଗୋଳରେ ଥମୁନି ହାତୀ ଆକ୍ରମଣ: 2 ଜଣଙ୍କୁ ଦଳିଦେଲା ଦନ୍ତା, ରାସ୍ତା ଅବରୋଧ କଲେ ଲୋକେ

କହିବାକୁ ଗଲେ ଅନୁଗୋଳ ଜିଲ୍ଲାରେ ପ୍ରତ୍ୟେକ ସପ୍ତାହରେ ଜଣେ କିମ୍ବା ଦୁଇ ଜଣଙ୍କ ଜୀବନ ନେଉଛନ୍ତି ହାତୀ । ଗତ ସପ୍ତାହରେ ଦୁଇ ଜଣକୁ ହାତୀ କଚାଡି ମାରିଥିବା ବେଳେ ଆଜି ପୁଣି ଜଣକ ଜୀବନ ନେଇଛି । ବିଶେଷକରି ବନ୍ତଳା ବନାଞ୍ଚଳରେ ହାତୀ ଲୋକଙ୍କ ବଇରୀ ସାଜିଛି । ଗତ ଗୁରୁବାର ଦିନ ଜିଲ୍ଲାର ବନ୍ତଳା ଓ ଅନୁଗୋଳ ବନାଞ୍ଚଳରେ ଦୁଇ ଦୁଇ ଜଣକୁ ହାତୀ କଚାଡି ମାରିଥିଲା । ଏବେ ଗୋଟିଏ ଦନ୍ତା କୁମୁରିସିଙ୍ଗା ଗାଁ ଭିତରେ ବୁଲୁଥିବା ଦେଖିବାକୁ ମିଳିଛି । ହାତୀ ଭୟରେ ଲୋକେ ଘରେ କବାଟ ବନ୍ଦ କରି ରହିଥିବା ବେଳେ କିଛି ଲୋକ ଛାତ ଉପରେ ଆଶ୍ରୟ ନେଇଥିବା ଘଟଣା ସାମ୍ନାକୁ ଆସିଛି ।

ଏହି ଦନ୍ତା ହାତୀଟି ଗୋଠ ଛଡ଼ା ହୋଇ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରିବା ସହିତ ଲୋକଙ୍କ ଜୀବନ ନେଉଛି । ୪ ଦିନ ତଳେ କୁମୁରିସିଙ୍ଗା ପଞ୍ଚାୟତ ପାତେଳି ଗ୍ରାମର ଝିଲ୍ଲୀ ମାଝୀ ଘର ପାଖ ନାଳକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ହାତୀ ତାଙ୍କୁ ପାଦରେ ଦଳି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ସେହିପରି ବନାଞ୍ଚଳର ଶଙ୍କର ବିଶ୍ବାଳ ଟାକୁଆ ନାଳକୁ ଶୌଚ ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣ କରିଥିଲା । ଫଳରେ ସେ ମଧ୍ୟ ଆଖି ବୁଜିଥିଲେ ।

ଇଟିଭି ଭାରତ, ଅନୁଗୋଳ

Last Updated :Aug 29, 2023, 2:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.