ETV Bharat / state

ଲୋକଙ୍କ ସହମତିରେ କୋଇଲା ଖଣି କରିବାକୁ RPDACରେ JSPLକୁ ପରାମର୍ଶ

author img

By ETV Bharat Odisha Team

Published : Aug 30, 2023, 11:06 AM IST

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରକୁ ମିଳିଥିବା କୋଲ ବ୍ଳକର RPDAC ବୈଠକ ଶେଷ
ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରକୁ ମିଳିଥିବା କୋଲ ବ୍ଳକର RPDAC ବୈଠକ ଶେଷ

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରକୁ ମିଳିଥିବା କୋଲ ବ୍ଳକର RPDAC ବୈଠକ ଶେଷ । ଗ୍ରାମର ପ୍ରତିନିଧୀଙ୍କ ଦାବି ଏବଂ ପ୍ୟାକେଜ ଉପରେ ଶୁଣାଣି ଶେଷ । ଅଧିକ ପଢନ୍ତୁ

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରକୁ ମିଳିଥିବା କୋଲ ବ୍ଳକର RPDAC ବୈଠକ ଶେଷ

ଅନୁଗୋଳ: ଶେଷ ହୋଇଛି ଅନୁଗୋଳ ଠାରେ ଥିବା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରକୁ ମିଳିଥିବା କୋଲ ବ୍ଳକର RPDAC ବୈଠକ । ଉତ୍କଳ ବି୧ ଏବଂ ବି୨ କୋଇଲା ଖଣି ପାଇଁ ଆରପିଡ଼ିଏସି ବୈଠକ ହୋଇଥିଲା । ଉତ୍ତରାଞ୍ଚଳ ରାଜସ୍ବ କମିଶନର ଡ.ସୁରେଶ ଚନ୍ଦ୍ର ଦଲାଇଙ୍କ ଅଧ୍ୟକ୍ଷତାରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଉତ୍କଳ ବି୧ ଏବଂ ବି୨ କୋଇଲା ଖଣି ପାଇଁ ଥଇଥାନ ଓ ପାରିପାର୍ଶ୍ଵିକ ଉନ୍ନୟନ ବୈଠକରେ ଅନୁଷ୍ଠିତ ହୋଇଯାଇଥିଲା । ଶାନ୍ତିପୂର୍ଣ୍ଣ ଭାବରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଗ୍ରାମର ପ୍ରତିନିଧୀଙ୍କ ଦାବି ଅନୁଯାୟୀ ସେପ୍ଟେମ୍ବର ୧୦ ଏବଂ ୨୦ ତାରିଖରେ ପ୍ରକଳ୍ପ ବିସ୍ଥାପିତ ପରିବାର (ପିଡିଏଫ)ମାନଙ୍କର ସମୀକ୍ଷା ଏବଂ ତାଲିକା ଚୂଡ଼ାନ୍ତ କରିବା ପାଇଁ ଏକ ଶିବିରରେ ନିଷ୍ପତ୍ତି ନିଆଯାଇଥିଲା । ଜିଲ୍ଲାପାଳ ଥଇଥାନ ପ୍ୟାକେଜ୍ ଘୋଷଣା କରିଥିଲେ । ଏହି ପ୍ୟାକେଜରେ ଘର, ଜମି ଏବଂ ଆଗୁଆ ସ୍ଥାନ ଛାଡିବା ପାଇଁ ୧୫ ଲକ୍ଷ ଟଙ୍କା ଏବଂ ଚାକିରି ବଦଳରେ ୨୦ ଲକ୍ଷ ଟଙ୍କା ରହିଛି । ଏହା ବ୍ୟତୀତ ଏକର ପ୍ରତି ୧୨ ଲକ୍ଷ ଟଙ୍କାର ମଧ୍ୟ ଘୋଷଣା କରାଯାଇଥିଲା ।

ଜିଲ୍ଲାପାଳ ସୂଚନା ଅନୁଯାୟୀ, ଏହା ଏପର୍ଯ୍ୟନ୍ତ ସର୍ବୋତ୍ତମ ଆର ଆଣ୍ଡ ଆର ପ୍ୟାକେଜ୍ । ଗ୍ରାମବାସୀମାନେ ଏହାକୁ ଗ୍ରହଣ କରି ଖଣି କାର୍ଯ୍ୟ ଶୀଘ୍ର ଆରମ୍ଭ କରାଯିବ ବୋଲି ସେ ଆଶା ପ୍ରକଟ କରିଛନ୍ତି । ଏହି ବୈଠକରେ ଗ୍ରାମବାସୀମାନେ ଏହି ଖଣି ପ୍ରକଳ୍ପକୁ ସମର୍ଥନ କରିଥିଲେ ଏବଂ ଖଣି କାର୍ଯ୍ୟ ଆରମ୍ଭ ନିମନ୍ତେ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ତେବେ କ୍ଷତିପୂରଣ ବାବଦକୁ ଅଧିକ ଅର୍ଥ ଦାବି କରିଥିଲେ ମଧ୍ୟ ଘୋଷଣା ପ୍ୟାକେଜ ଅନୁଯାୟୀ ଅର୍ଥ ଦିଆଯିବ ନେଇ ଜିଲ୍ଲାପାଳ କହିଥିଲେ । ଖଣି କାର୍ଯ୍ୟ ଆରମ୍ଭ ହେଲେ ସ୍ଥାନୀୟ ଅଞ୍ଚଳରେ ସାମାଜିକ ଓ ଅର୍ଥନୈତିକ ବିକାଶ ହେବା ସହିତ ସିଏସାର କାର୍ଯ୍ୟକ୍ରମ ଅଧୀନରେ ବହୁ ବିକାଶମୂଳକ ପ୍ରକଳ୍ପ କରାଯାଇ ପାରିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଅଧିକ ପଢନ୍ତୁ...ନାଲକୋରୁ ନିର୍ଗତ ପାଉଁଶ ରଖିବାକୁ ଜାଗା ନାହିଁ, CPP ପ୍ଲାଣ୍ଟ ବନ୍ଦ ରଖିବାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିର୍ଦ୍ଦେଶ

ଏହି ବୌଠକରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ପୋଲିସ ଅଧୀକ୍ଷକ ସୁଧାଂଶୁ ସେଖର ମିଶ୍ର, ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା, ଜିଲ୍ଲା ପରିଷଦର ଅଧ୍ୟକ୍ଷା ବବିତା ପ୍ରଧାନ, ପ୍ରେସିଡେଣ୍ଟ ତଥା ଗୃପ ସିଏସଆର ମୁଖ୍ୟ ପ୍ରଶାନ୍ତ ହୋତା ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.