ETV Bharat / state

ଛିଡା ହୋଇଥିବା ଟ୍ରକ ପଛରେ ପିଟିହୋଇ ଜଣେ ମୃତ

author img

By

Published : Jan 6, 2021, 10:24 AM IST

ଟ୍ରକରେ ପିଟିହୋଇ ଜଣେ ମୃତ
ଟ୍ରକରେ ପିଟିହୋଇ ଜଣେ ମୃତ

ରାସ୍ତା କଡରେ ଛିଡା ହୋଇଥିବା ଟ୍ରକରେ ପିଟି ହୋଇ ଜଣେ ବାଇକ ଆରୋହୀ ମୃତ । ଅଧିକ ପଢନ୍ତୁ...

ଅନୁୁଗୋଳ: ରାସ୍ତା କଡରେ ଛିଡା ହୋଇଥିବା ଟ୍ରକରେ ପିଟି ହୋଇ ଚାଲିଗଲା ଜୀବନ । ଅନୁଗୋଳ ଜିଲ୍ଲାର ବଅଁରପଳ ଥାନା ଅଞ୍ଚଳଠାରୁ ଅଳ୍ପ ଦୂରତାରେ ବ୍ରିଜ ଉପରେ ଥିବା ଏକ ଟ୍ରକରେ ପିଟି ହୋଇ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି ।

ଟ୍ରକରେ ପିଟିହୋଇ ଜଣେ ମୃତଟ୍ରକରେ ପିଟିହୋଇ ଜଣେ ମୃତ

ସୂଚନାଅନୁସାରେ, ଗୁରୁଜଙ୍ଗ ଗ୍ରାମର ସୋମ୍ୟ ରଞ୍ଜନ କୌଣସି କାମ ସାରି ଫେରୁଥିବା ବେଳେ ବ୍ରିଜ ଉପରେ ଥିବା ଗୋଟିଏ ଟ୍ରକରେ ପିଟି ହୋଇଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଅନୁଗୋଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିିଛନ୍ତି । ଘଟଣାସ୍ଥଳରେ ବଅଁରପାଳ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.