ETV Bharat / state

ମିଳିଲାନି ମହାପ୍ରୟାଣ ଗାଡି, ସ୍ତ୍ରୀର ମୃତଦେହକୁ ଟ୍ରଲିରେ ବୋହିଲା ସ୍ବାମୀ

author img

By

Published : Aug 19, 2023, 11:37 AM IST

Updated : Aug 19, 2023, 2:02 PM IST

ସ୍ତ୍ରୀର ମୃତଦେହକୁ ଟ୍ରଲିରେ ବୋହିଲେ ସ୍ବାମୀ । କୌଣସି ଉପାନ୍ତ ନୁହେଁ, ଜଗତସିଂହପୁର ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି ଦୟନୀୟ ଦୃଶ୍ୟ । ଅଧିକ ପଢନ୍ତୁ

ସ୍ତ୍ରୀର ମୃତଦେହକୁ ଟ୍ରଲିରେ ବୋହିଲା ସ୍ବାମୀ
ସ୍ତ୍ରୀର ମୃତଦେହକୁ ଟ୍ରଲିରେ ବୋହିଲା ସ୍ବାମୀ

ସ୍ତ୍ରୀର ମୃତଦେହକୁ ଟ୍ରଲିରେ ବୋହିଲା ସ୍ବାମୀ

ଜଗତସିଂହପୁର: ସ୍ତ୍ରୀର ମୃତଦେହ ନେବାକୁ ମିଳିଲାନି ମହାପ୍ରୟାଣ ଗାଡି । ଟ୍ରଲିରେ ମୃତ ସ୍ତ୍ରୀକୁ ବୋହିଲେ ସ୍ବାମୀ । ଏହି ଦୃଶ୍ୟ କୌଣସି ଦୁର୍ଗମ ଉପାନ୍ତ ଅଞ୍ଚଳର ନୁହେଁ । ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଅଞ୍ଚଳରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ଜଣେ ଗରୀବ ଦିନ ମଜୁରିଆ ବ୍ୟକ୍ତି ନିଜ ସ୍ତ୍ରୀର ମୃତଦେହକୁ ମଣ୍ଡାସାହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଟ୍ରଲିରେ ବୋହି ନେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ହସ୍ପିଟାଲରୁ ମୃତଦେହ ମାଗଣାରେ ନେବାକୁ ସରକାର ମହାପ୍ରୟାଣ ଗାଡି ବ୍ୟବସ୍ଥା କରିଛନ୍ତି । ଯଦି ଜଗତସିଂହପୁର ଅଞ୍ଚଳରୁ ଏଭଳି ଚିତ୍ର ସାମ୍ନାକୁ ଆସୁଛି ତାହେଲେ ଏହି ସରକାରୀ ବ୍ୟବସ୍ଥା କାହା ପାଇଁ ?

ମିଳିଥିବା ସୂଚନା ଅନୁସାରେ, ଜଗତସିଂହପୁର ସଦର ବ୍ଲକ ଅନ୍ତର୍ଗତ କଣ୍ଟିଲ ଗ୍ରାମର ଅଶୋକ କୁମାର ଭୋଇଙ୍କ ପତ୍ନୀ ସୁମାଙ୍କର ଗତ ଶୁକ୍ରବାର ଦିନ ହୃଦଘାତ ହୋଇଥିଲା । ସ୍ୱାମୀ ଅଶୋକ ତାଙ୍କୁ ମଣ୍ଡାସାହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ । ସେଠାରେ ଚିକିତ୍ସିତ ଅବସ୍ଥାରେ ସୁମାଙ୍କର ମୃତ୍ୟୁ ହୋଇଯାଇଥିଲା । ମୃତଦେହ ନେବାକୁ ଅଶୋକ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର କର୍ତ୍ତୃପକ୍ଷଙ୍କୁ ନିବେଦନ କରିଥିଲେ ମଧ୍ୟ ତାଙ୍କୁ ମହାପ୍ରୟାଣ ଗାଡି ମିଳିନଥିଲା । ତା' ପରେ ଆଉ କ'ଣ ବା କରିଥାନ୍ତେ । ସନ୍ଧ୍ୟା ହୋଇ ଆସୁଥିବାରୁ ସ୍ତ୍ରୀର ମୃତଦେହ ନେବାକୁ ସେ ବାଧ୍ୟ ହୋଇ ଟ୍ରଲିର ବ୍ୟବସ୍ଥା କରିଥିଲେ । ଟ୍ରଲିରେ ମଣ୍ଡାସାହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ନିଜ ଘରକୁ ବୋହି ନେଇଥିଲେ ମଲା ସ୍ତ୍ରୀକୁ ।

ଏହାମଧ୍ୟ ପଢନ୍ତୁ: ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ମିଳିଲାନି ମହାପ୍ରୟାଣ ଗାଡି, ସାଇକେଲରେ ବୁହାହେଲା ମୃତଦେହ

ରାସ୍ତାରେ ଟ୍ରଲିରେ ମୃତଦେହ ବୁହା ହେବାର ଦୃଶ୍ୟ ସମସ୍ତଙ୍କ ହୃଦୟକୁ ଆନ୍ଦୋଳିତ କରିଥିଲା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କ୍ଷୋଭ ପ୍ରକାଶ ପାଇଛି । ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ମୃତଦେହ ସତ୍କାର ପାଇଁ ବିଭିନ୍ନ ଯୋଜନା କରାଯାଉଛି । କିନ୍ତୁ ତାହା କେତେ ବାସ୍ତବ, ତାହା ଏହି ଚିତ୍ରରୁ ସ୍ପଷ୍ଟ ପ୍ରମାଣିତ ହେଉଛି । ଇଏ କେବଳ ଗୋଟିଏ ଘଟଣା, ଅତୀତରେ ରାଜ୍ୟର ବିଭିନ୍ନ ସ୍ଥାନରେ ମହାପ୍ରୟାଣ ଗାଡି ନମିଳିବାରୁ ସାଇକେଲ ଓ ଟ୍ରଲିରେ ମୃତଦେହ ବୁହାହେବା ଦୃଶ୍ୟ ସାମ୍ନାକୁ ଆସିଛି ।

ଏହାମଧ୍ୟ ପଢନ୍ତୁ: ସେବେ ସୂର୍ଯ୍ୟ ଏବେ ଲବଙ୍ଗ: ଭତ୍ତା ପାଇଁ ଟ୍ରଲିରେ ବୁହା ହେଲେ ୯୫ ବର୍ଷୀୟା ବୃଦ୍ଧା

ଇଟିଭି ଭାରତ, ଜଗତସିଂହପୁର

Last Updated :Aug 19, 2023, 2:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.