ETV Bharat / state

ମଦ୍ୟପ ଡ୍ରାଇଭରର ବେପରୁଆ ଗାଡି ଚାଳନା, ଅଳ୍ପକେ ବର୍ତ୍ତିଲେ 4

author img

By

Published : Nov 2, 2020, 8:10 AM IST

ମଦ୍ୟପ ଡ୍ରାଇଭରର ବେପରୁଆ ଗାଡି ଚାଳନା, ଅଳ୍ପକେ ବର୍ତ୍ତିଲେ 4
ମଦ୍ୟପ ଡ୍ରାଇଭରର ବେପରୁଆ ଗାଡି ଚାଳନା, ଅଳ୍ପକେ ବର୍ତ୍ତିଲେ 4

ମଦ ପିଇ ଗାଡି ଚଲାଇବା ପଡିଲା ମହଙ୍ଗା । ଡ୍ରାଇଭରକୁ ନିସ୍ତୁକ ପିଟିଲେ ଲୋକେ । ଭାରସାମ୍ୟ ହରାଇ ଦୋକାନ ଭିତରକୁ ପସିଲା ଟ୍ରକ । 3 ଗାଡି ଭାଙ୍ଗିରୁଜି ଯାଇଥିବା ସହ ମରୁ ମରୁ ବଞ୍ଚିଲେ 4 ଜଣ । ଅନୁଗୋଳ ସହର ଅମଲାପଡା ବଜାରରେ ଘଟିଛି ଏହି ଦୁର୍ଘଟଣା । ଅଧିକ ପଢନ୍ତୁ...

ଅନୁଗୋଳ: ମଦ୍ୟପ ଡ୍ରାଇଭରର ଉନ୍ମତ୍ତ କାଣ୍ଡ । ଏକାଧିକ ଦୁର୍ଘଟଣା ଘଟାଇବା ପରେ ପୋଲିସ ସହାୟତାରେ ଟ୍ରକ ସହ ଡ୍ରାଇଭରକୁ କାବୁ କଲେ ଲୋକେ । ଅନୁଗୋଳ ସହର ଅମଲାପଡା ବଜାରରେ ଘଟିଛି ଏହି ଦୁର୍ଘଟଣା ।

ମଦ୍ୟପ ଡ୍ରାଇଭରର ବେପରୁଆ ଗାଡି ଚାଳନା, ଅଳ୍ପକେ ବର୍ତ୍ତିଲେ 4

ଏକ ଟ୍ରକ ବେପରୁଆ ଭାବେ ଗାଡି ଚଳାଇ ମାଛ ମାର୍କେଟ ଆଡୁ ଶିମିଳିପଡ଼ା ଆଡ଼କୁ ଯାଉଥିଲା । ଟ୍ରକଟି ଅମଲାପଡା ବଜାର ନିକଟରେ ଭାରସାମ୍ୟ ହରାଇ ଦୋକାନ ଆଡ଼କୁ ମାଡି ଯାଇଥିଲା । ଏପରିକି ଦୋକାନ ଆଗରେ ଛିଡା ହୋଇଥିବା ୪ ଟି ମୋଟର ସାଇକେଲ ଉପରେ ଚଢ଼ି ଯାଇଥିଲା । ଦୁର୍ଘଟଣାରେ ସୌଭାଗ୍ୟବଶତଃ କାହାର କିଛି ହୋଇ ନଥିବାବେଳେ ୩ ଟି ମୋଟରସାଇକେଲ ଭାଙ୍ଗିରୁଜି ଚୁରମାର ହୋଇ ଯାଇଛି ।

ଏହାସହ ଏକ ବିଦ୍ୟୁତ ଖୁଣ୍ଟକୁ ମଧ୍ୟ ଧକ୍କା ଦେବା ଫଳରେ ବିଦ୍ୟୁତ ତାର ଛିଣ୍ଡି ଯାଇଛି । ତେବେ ଏଭଳି ବେପରୁଆ ଗାଡି ଚାଳନା କରି ଦୁର୍ଘଟଣା ଘଟାଇବା ପରେ ସ୍ଥାନୀୟ ଲୋକଙ୍କ ଟ୍ରକ ଡ୍ରାଇଭର ଆକ୍ରୋଶର ଶିକାର ହୋଇଥିଲା । ଉତ୍ତ୍ୟକ୍ତ ଲୋକ ଡ୍ରାଇଭରକୁ ନିସ୍ତୁକ ମାଡ଼ ମାରିଥିଲେ । ପରେ ଖବର ପାଇ ଅନୁଗୋଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଡ୍ରାଇଭରକୁ ଉଦ୍ଧାର କରିଥିବା ଜଣାପଡିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.