ETV Bharat / state

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପରିସରରେ ବାହୁଡ଼ାଯାତ୍ରା ଅନୁଷ୍ଠିତ

author img

By

Published : Jul 9, 2022, 11:04 PM IST

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପରିସରରେ ବାହୁଡ଼ିଲେ ମହାପ୍ରଭୁ
ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପରିସରରେ ବାହୁଡ଼ିଲେ ମହାପ୍ରଭୁ

ଅନୁଗୋଳ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପରିସରରେ ପ୍ରତିଷ୍ଠା ହୋଇଥିବା ଜଗନ୍ନାଥ ମନ୍ଦିରରେ ସମ୍ପନ୍ନ ହେଲା ବାହୁଡ଼ା ଯାତ୍ରା । ଛେରା ପହଁରା ସେବା କରି ନିଜକୁ ଭାଗ୍ୟବାନ ମଣିଛନ୍ତି ନବୀନ ଜିନ୍ଦଲ । ଅଧିକ ପଢ଼ନ୍ତୁ

ଅନୁଗୋଳ: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପରିସରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବାହୁଡା ଯାତ୍ରା ସମ୍ପନ୍ନ ହୋଇଛି । ଆଗାମୀ ଦୁଇ ଦିନ ପାଇଁ ତିନି ଠାକୁର ରଥାରୂଢ ରହିବେ । ସୋମବାର ଦିନ ଅଧରପଣା ନୀତି ସମ୍ପନ୍ନ ହେବା ପରେ ମଙ୍ଗଳବାର ଦିନ ଅର୍ଥାତ ଜୁଲାଇ ୧୨ ତାରିଖରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ । ପ୍ରଥମ ଥର ପାଇଁ ରଥଯାତ୍ରାରେ ଜଗନ୍ନାଥଙ୍କ ସେବା କରିଥିବାରୁ ନିଜକୁ ଭାଗ୍ୟବାନ ମଣିଛନ୍ତି ନବୀନ ଜିନ୍ଦଲ ।

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପରିସରରେ ବାହୁଡ଼ିଲେ ମହାପ୍ରଭୁ

ଚଳିତ ବର୍ଷ ପ୍ରଥମ ଥର ପାଇଁ ଅନୁଗୋଳ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପରିସରରେ ପ୍ରତିଷ୍ଠା ହୋଇଥିବା ଜଗନ୍ନାଥ ମନ୍ଦିରରେ ଆୟୋଜିତ ହୋଇଥିଲା ଘୋଷଯାତ୍ରା । ଆଜି ବାହୁଡା ଦଶମୀରେ ପ୍ଲାଣ୍ଟର ଟାଉନ ସିପ ମଧ୍ୟରେ ଥିବା ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହୁଡ଼ିଛନ୍ତି ତିନି ଠାକୁର । ସମସ୍ତ ପୂଜାବିଧି ସମ୍ପନ୍ନ ହେବା ପରେ ମନ୍ଦିରର ସେବାୟତମାନେ ଠାକୁରଙ୍କୁ ପହଣ୍ଡିରେ ଆଣି ରେଥାରୂଢ଼ କରିଥିଲେ । ଏହାପରେ କମ୍ପାନୀ ଅଧ୍ୟକ୍ଷ ନବୀନ ଜିନ୍ଦଲ ରଥରେ ଛେରା ପହଁରା କରିବା ପରେ ଆରମ୍ଭ ହୋଇଥିଲା ରଥଟଣା । ଏହି ବାହୁଡା ଯାତ୍ରାରେ ପାଖ ଗ୍ରାମାଞ୍ଚଳରୁ ବହୁ ସଂଖ୍ୟାରେ ଜନ ସମାଗମ ହୋଇଥିଲା । ଦେବୀ ଶୁଭଦ୍ରାଙ୍କ ଦର୍ପଦଳନ ରଥକୁ ବାଳିକା ଏବଂ ମହିଳାମାନେ ଉତ୍ସାହର ସହ ଟାଣିଥିଲେ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.