ETV Bharat / state

ଶୀତୁଆ ସନ୍ଧ୍ୟାରେ ଜମୁଛି ଅଷ୍ଟମ ଜିଲ୍ଲା ମହୋତ୍ସବ

author img

By

Published : Feb 13, 2020, 12:31 PM IST

ଶୀତୁଆ ସନ୍ଧ୍ୟାରେ ଜମୁଛି ଅଷ୍ଟମ ଜିଲ୍ଲା ମହୋତ୍ସବ
ଶୀତୁଆ ସନ୍ଧ୍ୟାରେ ଜମୁଛି ଅଷ୍ଟମ ଜିଲ୍ଲା ମହୋତ୍ସବ

ଜମୁଛି ଅନୁଗୋଳ ଜିଲ୍ଲା ମହୋତ୍ସବ । ଭଳିକି ଭଳି ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଉଛନ୍ତି ହଜାର ହଜାର ଦର୍ଶକ । ସଞ୍ଜ ନଇଁବା କ୍ଷଣି ଅନୁଗୋଳ ଷ୍ଟାଡିୟମ ହୋଇ ଯାଉଛି ଲୋକାରଣ୍ୟ । ଅଧିକ ଖବର ପଢନ୍ତୁ...

ଅନୁଗୋଳ: ଜମୁଛି ଅନୁଗୋଳ ଜିଲ୍ଲା ମହୋତ୍ସବ । ଭଳିକି ଭଳି ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଉଛନ୍ତି ହଜାର ହଜାର ଦର୍ଶକ । ସଞ୍ଜ ନଇଁବା କ୍ଷଣି ଅନୁଗୋଳ ଷ୍ଟାଡିୟମ ହୋଇ ଯାଉଛି ଲୋକାରଣ୍ୟ । ନାଚ ଗୀତରେ ଦୁଲୁକୁଛି ମହୋତ୍ସବ ମଣ୍ଡପ । ଦ୍ଵିତୀୟ ସନ୍ଧ୍ୟାରେ ବିଭିନ୍ନ ଲୋକନୃତ୍ୟ ସହ ଓଲିଉଡ କଳାକାର ଦେଖାଇଥିଲେ ନିଜ କଳାର ଜାଦୁ ଯାହାକି ଶୀତୁଆ ସନ୍ଧ୍ୟାରେ ଭରିଦେଇଥିଲା ଉଷ୍ମତା ।

ଶୀତୁଆ ସନ୍ଧ୍ୟାରେ ଜମୁଛି ଅଷ୍ଟମ ଜିଲ୍ଲା ମହୋତ୍ସବ

ଜିଲ୍ଲା ମହୋତ୍ସବ 2020ର ଦ୍ଵିତୀୟ ସନ୍ଧ୍ୟାଥିଲା ଅତୀବ ଆକର୍ଷଣୀୟ ଓ ଚିତାକର୍ଷକ । ମହୋତ୍ସବର ସନ୍ଧ୍ୟା ଆରମ୍ଭ ହୋଇଥିଲା ବଲାଙ୍ଗୀରର ଲୋକନୃତ୍ୟରୁ । ବଲାଙ୍ଗୀର କଳାକାର ବେଶ ନିଖୁଣ ଭାବେ ପରିବେଷଣ କରିଥିଲେ ନିଜର ଲୋକନୃତ୍ୟ । ପରେ ପରେ ଗଞ୍ଜାମର ପଶୁ ନୃତ୍ୟ ସାଙ୍ଗକୁ ଭୁବନେଶ୍ଵରରୁ ଆସିଥିବା ଆରିୟାନ ଡ୍ୟାନ୍ସ ଗ୍ରୁପ ର ନୃତ୍ୟ ଶିଳ୍ପୀଙ୍କ ନୃତ୍ୟ ଛନ୍ଦରେ ବିମୋହିତ ହୋଇ ଯାଇଥିଲେ ମୁକ୍ତାକାଶ ରଙ୍ଗମଞ୍ଚରେ ଉପସ୍ଥିତ ହଜାର ହଜାର ଦର୍ଶକ ।

ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା ସତେ ଯେମିତି ଦର୍ଶକଙ୍କ ପାଇଁ ସମସ୍ତ ମନୋରଞ୍ଜନର ଖୋରାକ ଆଣି ଦେଇଥିଲା । ଗୋଟିଏ ମଞ୍ଚରେ ରାଜ୍ୟ ଯାକର ଲୋକନୃତ୍ୟ ସାଙ୍ଗକୁ ବାହାର ରାଜ୍ୟର ଲୋକ କଳା ଦର୍ଶକ ମାନଙ୍କ ମନ ଜିଣିଥିଲା । ଖାଲି ସେତିକି ନୁହେଁ ଲୋକନୃତ୍ୟ ସହ ଓଲିଉଡ କଳାକାର ମାନେ ମଧ୍ୟ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ ।

ଜଣାଶୁଣା ଅଭିନେତା ସୁବାଶିଷ ଓ ଅଭିନେତ୍ରୀ ସୁପ୍ରିୟାଙ୍କ ନୃତ୍ୟ ର ଛନ୍ଦ ପୁରା ମହୋତ୍ସବ ମଞ୍ଚକୁ ଦୁଲୁକାଇ ଦେଇଥିଲା । ଖାଲି ଯେ ନୃତ୍ୟରେ ସୀମିତ ଥିଲା ଦ୍ଵିତୀୟ ସନ୍ଧ୍ୟା ତାହା ନୁହେଁ । ସଶାଙ୍କ ଶେଖର ଓ ଅର୍ପିତା ଚୌଧୁରୀଙ୍କ ସଙ୍ଗୀତ ଲୋକଙ୍କ ମନ ଜିଣିଥିଲା ।

କେବଳ ଯେ ରାଜ୍ୟ ତଥା ରାଜ୍ୟ ବାହାରର କଳାକାର ଭାଗ ନେଇଛନ୍ତି ତାହା ନୁହେଁ ଜିଲ୍ଲାର କଳାକାର ମାନେ ମଧ୍ୟ ନିଜ ନିଜ କଳା ପ୍ରଦର୍ଶନ କରିବାର ସୁଯୋଗ ପାଇଛନ୍ତି ଏଠାରେ । ଗୁରୁବାର ଅର୍ଥାତ ଆଜି ମହୋତ୍ସବର ତୃତୀୟ ତଥା ଶେଷ ସନ୍ଧ୍ୟା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.