ETV Bharat / sports

ଅଲମ୍ପିକ୍‌ରେ 'କର ବା ମର' ସ୍ଥିତିରେ ଭାରତୀୟ ମହିଳା ହକି ଟିମ

author img

By

Published : Jul 29, 2021, 3:09 PM IST

Updated : Jul 29, 2021, 3:58 PM IST

Tokyo Olympics: India women's hockey team to face Ireland in must-win game
ଅଲମ୍ପିକ୍‌ରେ 'କର ବା ମର' ସ୍ଥିତିରେ ଭାରତୀୟ ମହିଳା ହକି ଟିମ

ବିଶ୍ବ ମାନ୍ୟତାର ନବମ ସ୍ଥାନରେ ରହିଥିବା ଆୟରଲାଣ୍ଡକୁ ଚଳିତ ଟୋକିଓ ଅଲମ୍ପିକ୍‌ର ଗ୍ରୁପ ପର୍ଯ୍ୟାୟର ଚତୁର୍ଥ ମ୍ୟାଚରେ ଭେଟିବ ଭାରତ । ଅଧିକ ପଢନ୍ତୁ...

ଟୋକିଓ: ଭାରତୀୟ ମହିଳା ହକି ଟିମ ପାଇଁ ଶେଷ ସୁଯୋଗ । ଭାରତକୁ ନିଶ୍ଚିତ ଆୟରଲାଣ୍ଡ ଆହ୍ବାନକୁ ପାର କରିବାକୁ ହେବ । ଗ୍ରେଟ ବ୍ରିଟେନ ବିପକ୍ଷରେ ବୁଧବାର ଦୟନୀୟ ପ୍ରଦର୍ଶନ ପରେ କ୍ବାର୍ଟର ଫାଇନାଲ ଆଶା ଉଜ୍ଜୀବିତ ରଖିବାକୁ ହେଲେ ଆଗାମୀ ଆୟରଲାଣ୍ଡ ବିପକ୍ଷ ମ୍ୟାଚରେ ନିଶ୍ଚିତ ବିଜୟ ଆବଶ୍ୟକ କରୁଛି ଭାରତ ।

ବିଶ୍ବ ମାନ୍ୟତାର ନବମ ସ୍ଥାନରେ ରହିଥିବା ଆୟରଲ୍ୟାଣ୍ଡକୁ ଚଳିତ ଟୋକିଓ ଅଲମ୍ପିକ୍‌ର ଗ୍ରୁପ ପର୍ଯ୍ୟାୟର ଚତୁର୍ଥ ମ୍ୟାଚରେ ଭେଟିବ ଭାରତ । ରାନୀ ରାମପାଲଙ୍କ ଟିମ ପାଇଁ ସହଜ ସମୀକରଣ ରହିଛି । ଆୟରଲାଣ୍ଡ ବିପକ୍ଷରେ ବିଜୟ, ଟିମକୁ ପ୍ରତିଯୋଗିତାର କ୍ବାର୍ଟର-ଫାଇନାଲ ଖେଳିବା ଆଶା ଜୀବନ୍ତ ରଖିପାରିବ, ପରାଜୟ ବିଦାୟର ରାସ୍ତା ଦେଖାଇବ । ଅନ୍ୟପଟେ ଜର୍ମାନୀଠାରୁ ବୁଧବାର ୪-୨ରେ ପରାସ୍ତ ହୋଇଥିବା ଆୟରଲ୍ୟାଣ୍ଡର ଫୋକସ ମଧ୍ୟ ଏହି ମ୍ୟାଚ ଉପରେ ରହିବ । କାରଣ ଆୟରଲାଣ୍ଡ ପାଇଁ ମଧ୍ୟ ସମୀକରଣ ସମାନ ରହିଛି । ବିଜୟ ଦେବ ଟୋକିଓ ଅଲମ୍ପିକ୍‌ର କ୍ବାର୍ଟର-ଫାଇନାଲ ଟିକେଟ ।

ଗ୍ରେଟ ବ୍ରିଟେନ ବିପକ୍ଷରେ ପରାସ୍ତ ପରେ ମୁଖ୍ୟ କୋଚ ଜୋର୍ଡ ମାରିଜିନ ପ୍ରଦର୍ଶନରେ ଅସନ୍ତୋଷ ଜାହିର କରିବା ସହ ପରିବର୍ତ୍ତନର ସଙ୍କେତ ଦେଇସାରିଛନ୍ତି ଓ 'ଏବେ ନୁହେଁ ତ କେବେ ନୁହେଁ' ବୋଲି ଖେଳାଳିଙ୍କୁ ଆହ୍ବାନ ଦେଇଛନ୍ତି । କ୍ୟାପଟେନ ରାନୀ ମଧ୍ୟ ପରବର୍ତ୍ତୀ ଦୁଇଟି ମ୍ୟାଚରେ ବିଜୟ ସହ ପୂର୍ଣ୍ଣ ୬ ପଏଣ୍ଟ ହାସଲ କରି ନକଆଉଟ ପର୍ଯ୍ୟାୟକୁ ଯୋଗ୍ୟତା ହାସଲ କରିବାକୁ ସମସ୍ତ ପ୍ରୟାସ କରିବ ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Jul 29, 2021, 3:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.