ETV Bharat / sports

Tokyo Olympics: ଅଗଷ୍ଟ ୬ ତାରିଖ ପାଇଁ ଭାରତୀୟ ଆଥଲେଟଙ୍କ ଇଭେଣ୍ଟ, ମହିଳା ହକି ଉପରେ ନଜର

author img

By

Published : Aug 5, 2021, 10:41 PM IST

Tokyo Olympics Day 15 India schedule: Events, Times, Fixtures, Athletes
Tokyo Olympics: ଅଗଷ୍ଟ ୬ ତାରିଖ ପାଇଁ ଭାରତୀୟ ଆଥଲେଟଙ୍କ ଇଭେଣ୍ଟ, ମହିଳା ହକି ଉପରେ ନଜର

ଆସନ୍ତୁ ନଜର ପକାଇବା ଶନିବାର ହେବାକୁ ଥିବା ଭାରତୀୟ ଇଭେଣ୍ଟ ଓ ସେଥିରେ ଭାଗ ନେବାକୁ ଥିବା ଭାରତୀୟ ଖେଳାଳିଙ୍କ ଉପରେ । ଅଧିକ ପଢ଼ନ୍ତୁ...

ଟୋକିଓ: ଗୁରୁବାର Tokyo Olympics ଭାରତର ଦିନ ଥିଲା ଖୁବ୍‌ ଖାସ । ୪୦ ବର୍ଷ ପରେ ପ୍ରଥମ ପଦକ ଜିତିଛି ଭାରତୀୟ ହକି ଦଳ । ସେପଟେ କୁସ୍ତିରେ ରୌପ୍ୟ ପଦକ ଜିତିଛନ୍ତି କୁସ୍ତି ଯୋଦ୍ଧା ରବି ଦହିୟା । ଦୀପକ ପୁନିଆ ଓ ଭିନେଶ ଫୋଗାଟଙ୍କ ଠାରୁ ପଦକ ଆଶା ଥିବାବେଳେ ତାହା ପୂରଣ ହୋଇ ପାରିନଥିଲା । ତେବେ ଶୁକ୍ରବାର ସଭିଁଙ୍କ ନଜର ରହିବ ମହିଳା ହକି କାଂସ୍ୟ ପଦକ ମ୍ୟାଚ ଉପରେ । ଏହାସହ କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆ ମଧ୍ୟ ଶନିବାର ଦେଖାଇବେ ଦମ୍‌ ।

ତେବେ ଆସନ୍ତୁ ନଜର ପକାଇବା ଶନିବାର ହେବାକୁ ଥିବା ଭାରତୀୟ ଇଭେଣ୍ଟ ଓ ସେଥିରେ ଭାଗ ନେବାକୁ ଥିବା ଭାରତୀୟ ଖେଳାଳିଙ୍କ ଉପରେ ।

ଆଥଲେଟିକ୍ସ (ପୁରୁଷ ୫୦କିମି ୱାକ୍‌ ଫାଇନାଲ): ଗୁରପ୍ରୀତ ସିଂହ

ଭାରତୀୟ ସମୟ ରାତି ୨.୦୦ ରୁ ହେବ ଆରମ୍ଭ ।

ଗଲ୍ଫ (ମହିଳା ତୃତୀୟ ରାଉଣ୍ଡ): ଦିକ୍ଷା ନାଗର

ଭାରତୀୟ ସମୟ ସକାଳ ୫.୨୯ ରୁ ହେବ ଆରମ୍ଭ ।

ଗଲ୍ଫ (ମହିଳା ତୃତୀୟ ରାଉଣ୍ଡ): ଅଦିତି ଅଶୋକ

ଭାରତୀୟ ସମୟ ସକାଳ ୫.୪୮ ରୁ ହେବ ଆରମ୍ଭ ।

ହକି (ମହିଳା କାଂସ୍ୟ ପଦକ ମ୍ୟାଚ): ଭାରତ ବନାମ ଗ୍ରେଟ ବ୍ରିଟେନ

ଭାରତୀୟ ସମୟ ସକାଳ ୭.୦୦ ଟା ରୁ ହେବ ଆରମ୍ଭ ।

କୁସ୍ତି (ମହିଳା ୫୦ କିଗ୍ରା ଫ୍ରିଷ୍ଟାଇଲ, 1/8 ଫାଇନାଲ): ସୀମା ବିସ୍‌ଲା

ଭାରତୀୟ ସମୟ ସକାଳ ୮.୦୭ ରୁ ହେବ ଆରମ୍ଭ ।

କୁସ୍ତି (ପୁରୁଷ ୬୫ କିଗ୍ରା ଫ୍ରିଷ୍ଟାଇଲ, 1/8 ଫାଇନାଲ): ବଜରଙ୍ଗ ପୁନିଆ

ଭାରତୀୟ ସମୟ ସକାଳ ୮.୪୯ ରୁ ହେବ ଆରମ୍ଭ ।

କୁସ୍ତି (ମହିଳା ୫୦ କିଗ୍ରା ଫ୍ରିଷ୍ଟାଇଲ, କ୍ବାର୍ଟର ଫାଇନାଲ): ସୀମା ବିସ୍‌ଲା (ଯଦି କ୍ବାଲିଫାଏ କରନ୍ତି)

ଭାରତୀୟ ସମୟ ସକାଳ ୮.୫୭ ରୁ ହେବ ଆରମ୍ଭ ।

କୁସ୍ତି (ପୁରୁଷ ୬୫ କିଗ୍ରା ଫ୍ରିଷ୍ଟାଇଲ, କ୍ବାର୍ଟର ଫାଇନାଲ): ବଜରଙ୍ଗ ପୁନିଆ (ଯଦି କ୍ବାଲିଫାଏ କରନ୍ତି)

ଭାରତୀୟ ସମୟ ସକାଳ ୯.୧୭ ରୁ ହେବ ଆରମ୍ଭ ।

ଆଥଲେଟିକ୍ସ (ମହିଳା ୨୦କିମି ୱାକ୍‌ ଫାଇନାଲ): ପ୍ରିୟଙ୍କା ଗୋସ୍ବାମୀ ଓ ଭାୱନା ଜାଟ୍‌

ଭାରତୀୟ ସମୟ ମଧ୍ୟାହ୍ନ ୧.୦୦ ଟା ରୁ ହେବ ଆରମ୍ଭ ।

କୁସ୍ତି (ପୁରୁଷ ୬୫ କିଗ୍ରା ଫ୍ରିଷ୍ଟାଇଲ, ସେମିଫାଇନାଲ): ବଜରଙ୍ଗ ପୁନିଆ (ଯଦି କ୍ବାଲିଫାଏ କରନ୍ତି)

ଭାରତୀୟ ସମୟ ଦିନ ୨.୫୨ ରୁ ହେବ ଆରମ୍ଭ ।

କୁସ୍ତି (ମହିଳା ୫୦ କିଗ୍ରା ଫ୍ରିଷ୍ଟାଇଲ, ସେମିଫାଇନାଲ): ସୀମା ବିସ୍‌ଲା (ଯଦି କ୍ବାଲିଫାଏ କରନ୍ତି)

ଭାରତୀୟ ସମୟ ଅପରାହ୍ଣ ୩.୧୩ ରୁ ହେବ ଆରମ୍ଭ ।

ଆଥଲେଟିକ୍ସ (ପୁରୁଷ ୪x୪୦୦ ରିଲେ, ରାଉଣ୍ଡ-୧- ହିଟ୍‌-୨): ଅମୋଜ ଜାକବ, ଆରୋକିଆ ରାଜୀବ, ନାଗନାଥନ ପାଣ୍ଡି, ନିର୍ମଲ ଟମ୍‌ ନୋଆ ଓ ଅନସ ମହମ୍ମଦ ୟାହିୟା ।

ଭାରତୀୟ ସମୟ ସନ୍ଧ୍ୟା ୫.୦୭ ରୁ ହେବ ଆରମ୍ଭ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.