ETV Bharat / sports

ଭାରତୀୟ ଟେନିସ ଟିମର ଟୋକିଓ ଅଲମ୍ପିକ ଅଭିଯାନ ଶେଷ

author img

By

Published : Jul 27, 2021, 2:25 PM IST

Indian tennis team's campaign over at Tokyo Olympics
ଭାରତୀୟ ଟେନିସ ଟିମର ଟୋକିଓ ଅଲମ୍ପିକ ଅଭିଯାନ ଶେଷ

ଭାରତୀୟ ଟେନିସ ଟିମର ଟୋକିଓ ଅଲମ୍ପିକ ଯାତ୍ରା ଔପଚାରିକ ଭାବେ ଶେଷ । ଅଧିକ ପଢନ୍ତୁ...

ଟୋକିଓ: ଭାରତୀୟ ଟେନିସ ଟିମର ଟୋକିଓ ଅଲମ୍ପିକ ଯାତ୍ରା ଔପଚାରିକ ଭାବେ ଶେଷ ହୋଇଛି । ମଙ୍ଗଳବାର ସାନିଆ ମୀର୍ଜା ଓ ସୁମିତ ନାଗଲ ମିଳିତ ମାନ୍ୟତା ୧୫୩ ଯୋଗୁଁ ମିଶ୍ରିତ ଯୁଗଳ ଇଭେଣ୍ଟ ପାଇଁ ଆବଶ୍ୟକୀୟ ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଛନ୍ତି ।

ମଙ୍ଗଳବାର ସକାଳେ ଏନେଇ ଚୁଡାନ୍ତ ସୂଚୀ ପ୍ରକାଶ ପାଇଥିଲା ଓ ୫୦ରୁ ୬୦ ମଧ୍ୟରେ କଟ୍‌ପଏଣ୍ଟ ରହିବାନେଇ ଆଶା କରାଯାଉଥିଲା । ଫଳରେ ଅଲମ୍ପିକର ଏହି ସହଜ ଟେନିସ ଇଭେଣ୍ଟର ଅଂଶଗ୍ରହଣକାରୀ ଟିମ ସୂଚୀରେ ଭାରତ ସ୍ଥାନ ପାଇନଥିଲା ।

କେବଳ ୧୬ଟି ଟିମ ମିଶ୍ରିତ ଯୁଗଳ ଇଭେଣ୍ଟ ଖେଳିବେ ଓ ମାତ୍ର ଦୁଇଟି ମ୍ୟାଚ୍‌ ବିଜୟ ପରେ ପଦକ ରାଉଣ୍ଡକୁ ଉନ୍ନୀତ ହୋଇପାରବ ଗୋଟିଏ ଟିମ ।

ନାଗଲଙ୍କୁ ଡାନିଲ ମେଡଭେଡେଭ ପୁରୁଷ ଏକକ ପ୍ରତିଯୋଗିତାରେ ପରାସ୍ତ କରିଥିଲେ । ଅନ୍ୟପଟେ ମହିଳା ଯୁଗଳ ଯୋଡି ସାନିଆ ମୀର୍ଜା ଓ ଅଙ୍କିତା ରାଇନା ଏକ ବିଜୟ ସ୍ଥିତିରୁ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ପରାସ୍ତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.