ETV Bharat / sports

ୱିମ୍ବଲଡନ: ମିକ୍ସଡ ଡବଲ୍ସ ତୃତୀୟ ରାଉଣ୍ଡରେ ସାନିଆ-ବୋପାନ୍ନା

author img

By

Published : Jul 4, 2021, 3:47 PM IST

Wimbledon: Sania Mirza, Rohan Bopanna cruise into 3rd round of mixed doubles
ୱିମ୍ବଲଡନ: ମିକ୍ସଡ ଡବଲ୍ସ ତୃତୀୟ ରାଉଣ୍ଡରେ ସାନିଆ-ବୋପାନ୍ନା

ଚଳିତ ୱିମ୍ବଲଡନ 2021 ଟୁର୍ଣ୍ଣାମେଣ୍ଟର ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ମିକ୍ସଡ ଡବଲ୍ସ ଯୋଡି ସାନିଆ ମୀର୍ଜା ଓ ରୋହନ ବୋପାନ୍ନା । ଅଧିକ ପଢନ୍ତୁ...

ଲଣ୍ଡନ: ମିକ୍ସଡ ଡବଲ୍ସ ଯୋଡି ସାନିଆ ମୀର୍ଜା ଓ ରୋହନ ବୋପାନ୍ନା ଚଳିତ ୱିମ୍ବଲଡନ 2021 ଟୁର୍ଣ୍ଣାମେଣ୍ଟର ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ଭାରତୀୟ ଯୋଡି ସାନିଆ ଓ ବୋପାନା, ବ୍ରିଟେଟ ଯୋଡି ଐଦାନ ମକହଗ୍‌ ଓ ଏମଲି ୱେବଲେ-ସ୍ମିଥଙ୍କୁ 6-3, 6-1ରେ ହରାଇ ଟୁର୍ଣ୍ଣାମେଣ୍ଟର ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି ।

Wimbledon: Sania Mirza, Rohan Bopanna cruise into 3rd round of mixed doubles
ୱିମ୍ବଲଡନ ମିକ୍ସଡ ଡବଲ୍ସ ତୃତୀୟ ରାଉଣ୍ଡରେ ସାନିଆ-ବୋପାନ୍ନା

ସାନିଆ ଓ ବୋପାନ୍ନା ଆକ୍ରମଣାତ୍ମକ ରଣନୀତି ସହ ପ୍ରଥମ ସେଟ୍‌କୁ 6-3ରେ ଜିତିନେଇଥିଲେ । ପରେ ଦ୍ବିତୀୟ ସେଟ୍‌ରେ ପ୍ରଭାବୀ ପ୍ରଦର୍ଶନ ଜାରି ରଖି ସହଜ ବିଜୟ ହାସଲ କରିଥିଲେ ।

ତୃତୀୟ ରାଉଣ୍ଡରେ ଭାରତୀୟ ଯୋଡି, ଆଣ୍ଡ୍ରେଜା କ୍ଲେପାକ ଓ ଜିନ-ଜୁଲିଏନ ରୋଜଙ୍କୁ ଜୁଲାଇ 6ରେ ଭେଟିବେ ।

ଶନିବାର, ମହିଳା ଡବଲ୍ସ ଯୋଡି ସାନିଆ ଓ ବେଥାନି ମାଟେକ-ସାଣ୍ଡସ ୱିମ୍ବଲଡନରୁ ବାହାର ହୋଇଥିଲେ । ଦ୍ବିତୀୟ ରାଉଣ୍ଡ ମ୍ୟାଚରେ ଋଷିଆନ ଟେନିସ ଖେଳାଳି ଭେରୋନିକା କୁଦରମେଟୋଭା ଓ ଏଲିନା ଭେସନିନାଙ୍କ ଠାରୁ 4-6,3-6 ସେଟ୍‌ରେ ପରାସ୍ତ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.