ETV Bharat / sports

Tokyo Olympics 2020, Day 3: ଟେନିସରେ ସାନିଆ ମୀର୍ଜା-ଅଙ୍କିତା ରାଇନା ପରାସ୍ତ

author img

By

Published : Jul 25, 2021, 10:10 AM IST

Tokyo Olympics 2020, Day 3: tennis women's doubles- Ankita rain and sania mirza
Tokyo Olympics 2020, Day 3: ଟେନିସ-ସାନିଆ ମୀର୍ଜା-ଅଙ୍କିତା ରାଇନା ପରାସ୍ତ

ଅଙ୍କିତା ଓ ସାନିଆଙ୍କ ମୁକାବିଲା ମହିଳା ଟେନିସ ଯୁଗଳ ଗ୍ରୁପ ପର୍ଯ୍ୟାୟରେ ୟୁକ୍ରେନର ଦୁଇ ଯାଆଁଳା ଭଉଣୀ ନାଦିଆ ଓ ଲିୟଡିମିଲୟା ଯୋଡିଙ୍କ ସହ ହୋଇଥିଲା, ପ୍ରଥମ ସେଟ୍‌କୁ ୬-୦ରେ ଜିତିନେଇଥିଲେ ଭାରତୀୟ ଯୋଡି । ଅଧିକ ପଢନ୍ତୁ... ଟେନିସ-ସାନିଆ ମୀର୍ଜା-ଅଙ୍କିତା ରାଇନା ପରାସ୍ତ

ଟୋକିଓ: ଭାରତୀୟ ଟେନିସ ଷ୍ଟାର୍‌ ସାନିଆ ମୀର୍ଜା ଓ ଅଙ୍କିତା ରାଇନା ରବିବାର ଟୋକିଓ ଅଲମ୍ପିକ ଅଭିଯାନ ଆରମ୍ଭ କରିଥିଲେ । ମାତ୍ର ମହିଳା ଯୁଗଳ ପ୍ରଥମ ରାଉଣ୍ଡରେ ପରାଜୟ ସହ ପ୍ରତିଯୋଗିତାରୁ ବାଦ୍‌ ପଡିଛନ୍ତି ଦୁଇ ଭାରତୀୟ ଟେନିସ ତାରକା ।

ଅଙ୍କିତା ଓ ସାନିଆଙ୍କ ମୁକାବିଲା ମହିଳା ଟେନିସ ଯୁଗଳ ଗ୍ରୁପ ପର୍ଯ୍ୟାୟରେ ୟୁକ୍ରେନର ଦୁଇ ଯାଆଁଳା ଭଉଣୀ ନାଦିଆ ଓ ଲିୟଡିମିଲୟା ଯୋଡିଙ୍କ ସହ ହୋଇଥିଲା । ମ୍ୟାଚ୍‌ ୩ ସେଟ୍‌ ପର୍ଯ୍ୟନ୍ତ ଖେଳାଯାଇଥିଲା ଓ ପ୍ରଥମ ସେଟ୍‌କୁ ୬-୦ରେ ଜିତିନେଇଥିଲେ ସାନିଆ ଓ ଅଙ୍କିତା । ଫଳରେ ଭାରତୀୟ ଫ୍ୟାନ୍ସ ଭାରତୀୟ ଯୋଡିଙ୍କ ବିଜୟ ଆଶା କରୁଥିଲେ । ମାତ୍ର ପରବର୍ତ୍ତୀ ଦୁଇଟି ସେଟ୍‌ରେ ପରାଜୟର ମିଳିଥିଲା ।

ଦ୍ବିତୀୟ ସେଟ୍‌କୁ ୟୁକ୍ରେନ ଯୋଡି ୭-୬ରେ ଜିତିନେବା ସହ ମ୍ୟାଚରେ ଦମଦାର କମବ୍ୟାକ କରିଥିଲେ । ପରେ ୧୦-୮ରେ ମୁକାବିଲାରେ ବିଜୟୀରେ ହୋଇଥିଲେ ୟୁକ୍ରେନ ଯୋଡି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.