ETV Bharat / sports

ପୁଅ-ଭଉଣୀଙ୍କୁ ମିଳିଲା ୟୁକେ ଭିସା, କ୍ରୀଡାମନ୍ତ୍ରୀଙ୍କୁ ସାନିଆଙ୍କୁ ଧନ୍ୟବାଦ

author img

By

Published : Jun 3, 2021, 9:35 PM IST

Sania thanks Rijiju, others after son and sister get UK visa
ପୁଅ-ଭଉଣୀଙ୍କୁ ମିଳିଲା ୟୁକେ ଭିସା, କ୍ରୀଡାମନ୍ତ୍ରୀଙ୍କୁ ସାନିଆଙ୍କୁ ଧନ୍ୟବାଦ

କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁଙ୍କ ହସ୍ତକ୍ଷେପ ପରେ ଭାରତୀୟ ଟେନିସ ଷ୍ଟାର ସାନିଆ ମୀର୍ଜା, ପୁଅ ଓ ଭଉଣୀଙ୍କୁ ମିଳିଲା ୟୁକେ ଗସ୍ତ ପାଇଁ ଭିସା । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁଙ୍କ ହସ୍ତକ୍ଷେପ ପରେ ଭାରତୀୟ ଟେନିସ ଷ୍ଟାର ସାନିଆ ମୀର୍ଜା, ପୁଅ ଓ ଭଉଣୀଙ୍କୁ ମିଳିଲା ୟୁକେ ଗସ୍ତ ପାଇଁ ଭିସା । ଏହାପରେ ସାନିଆ, ଗୁରୁବାର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ ଓ ସ୍ପୋଟ୍ସ ଅଥରିଟି ଅଫ ଇଣ୍ଡିଆକୁ ଧନ୍ୟବାଦ ଜଣାଇଛନ୍ତି । ଅଲମ୍ପିକ ପ୍ରସ୍ତୁତି ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ପାଇଁ ସାନିଆ ପୁଅ ଓ ଭଉଣୀ ସହ ଇଂଲଣ୍ଡ ଗସ୍ତ କରିବେ ।

  • I would like to thank the Union Sports Minister, @KirenRijiju sir Indian Embassies in (UAE and UK),@Media_SAI and the British Govt for helping my son Izhaan and my sister Anam get the visa to enable them to travel with me to UK for the tournaments.Very grateful @PMOIndia

    — Sania Mirza (@MirzaSania) June 3, 2021 " class="align-text-top noRightClick twitterSection" data=" ">

କ୍ରୀଡାମନ୍ତ୍ରଣାଳୟ ଏହି ମାମଲାରେ ହସ୍ତକ୍ଷେପ କରିବା ସହ ବୈଦେଶିକ ମନ୍ତ୍ରଣାଳୟକୁ ତୁରନ୍ତ ସମାଧାନ ପାଇଁ କହିଥିଲା । ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ ମଙ୍ଗଳବାର ସାନିଆଙ୍କ ପୁଅ ଓ ଭଉଣୀଙ୍କୁ ଭିସା ଅନୁମୋଦନ ମିଳିଥିବା ଘୋଷଣା କରିଥିଲା ।

24 ବର୍ଷୀୟା 6ଥର ଗ୍ରାଣ୍ଡସ୍ଲାମ ଡବଲ୍ସ ବିଜେତା ସାନିଆ ସହଯୋଗ କରିଥିବା ସମସ୍ତଙ୍କୁ ଟ୍ବିଟ ଯୋଗେ ଧନ୍ୟବାଦ ଜଣାଇଛନ୍ତି ।

ଟୋକିଓ ଅଲମ୍ପିକ୍ସ ପ୍ରସ୍ତୁତିର ଅଂଶ ଭାବେ ସାନିଆ, ଜୁନ 14ରୁ ଆରମ୍ଭ ହେଉଥିବା ବର୍ମିଂହାମ ଓପନ, ଜୁନ 20ରୁ ଇଷ୍ଟବୋର୍ଣ୍ଣ ଓପନ ଓ ଜୁନ 28ରୁ ଆରମ୍ଭ ହେବାକୁ ଥିବା ୱିମ୍ବଲଡନରେ ଭାଗ ନେବାର ସୂଚୀ ରହିଛି ।

  • India is proud of your achievements and many laurels you've brought for India. @MirzaSania as you prepare to represent India once again in the coming Olympics #Tokyo2020 , our wishes are with you & entire Indian Olympic contingent🇮🇳 https://t.co/SBInUP5KKB

    — Kiren Rijiju (@KirenRijiju) June 3, 2021 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.