ETV Bharat / sports

ସାନିଆ ମୀର୍ଜାଙ୍କୁ 10 ବର୍ଷ ଦୁବାଇ ଗୋଲ୍ଡେନ ଭିସା

author img

By

Published : Jul 15, 2021, 7:21 PM IST

Sania Mirza granted 10-year Dubai Golden Visa
ସାନିଆ ମୀର୍ଜାଙ୍କୁ 10 ବର୍ଷ ଦୁବାଇ ଗୋଲ୍ଡେନ ଭିସା

ବଲିଉଡ ଅଭିନେତା ଶାହାରୁଖ ଖାନ ଓ ସଞ୍ଜୟ ଦତ୍ତଙ୍କ ପରେ ତୃତୀୟ ଭାରତୀୟ ଭାବେ ଟେନିସ ଷ୍ଟାର ସାନିଆ ମୀର୍ଜାଙ୍କୁ ମିଳିଲା 10 ବର୍ଷ ଦୁବାଇ ଗୋଲ୍ଡେନ ଭିସା । ଅଧିକ ପଢନ୍ତୁ...

ଦୁବାଇ: ଭାରତୀୟ ଟେନିସ ଷ୍ଟାର ସାନିଆ ମୀର୍ଜାଙ୍କୁ ଔପଚାରିକ ଭାବେ ମିଳିଲା ଦୁବାଇ ଗୋଲ୍ଡେନ ଭିସା । ଏବେ ୟୁଏଇରେ 10 ବର୍ଷ ପର୍ଯ୍ୟନ୍ତ ରହିପାରିବେ ସାନିଆ ଓ ତାଙ୍କର ସ୍ବାମୀ ତଥା ପୂର୍ବତନ ପାକିସ୍ତାନ କ୍ରିକେଟର ସୋଏବ ମଲିକ ।

ବଲିଉଡ ଅଭିନେତା ଶାହାରୁଖ ଖାନ ଓ ସଞ୍ଜୟ ଦତ୍ତଙ୍କ ପରେ ତୃତୀୟ ଭାରତୀୟ ଭାବେ ସାନିଆଙ୍କୁ ଏହି ସମ୍ମାନ ମିଳିଛି ।

ଗୋଲ୍ଡେନ ଭିସା ମିଳିବା ପରେ ସାନିଆ କହିଛନ୍ତି,"ଦୁବାଇ ସର୍ବଦା ନିଜର ଓ ପରିବାରର ପ୍ରିୟ ସ୍ଥାନ ରହିଆସିଛି । ଗୋଲ୍ଡେନ ଭିସା ପ୍ରଦାନ କରିଥିବାରୁ ପରିଚୟ ଏବଂ ନାଗରିକତା ଫେଡେରାଲ୍ ଅଥରିଟି ଏବଂ କ୍ରୀଡା ଦୁବାଇର ସାଧାରଣ କର୍ତ୍ତୃପକ୍ଷ ଅଧିକାରୀ ଶୈଖ ମହମ୍ମଦ ବିନ ରସିଦଙ୍କୁ ଧନ୍ୟବାଦ । ଏହା ମୋର ଦ୍ବିତୀୟ ଘର ଓ ଏଠାରେ ଅଧିକ ସମୟ ବିତାଇବୁ । ଏହି ସମ୍ମାନ ପାଇଁ ଚୟନ ହୋଥିବା କିଛିଜଣ ଭାରତୀୟଙ୍କ ମଧ୍ୟରୁ ଜଣେ ହୋଇଥିବାରୁ କୃତଜ୍ଞ । ଆଗାମୀ କିଛି ମାସ ମଧ୍ୟରେ ଟେନିସ ଓ କ୍ରିକେଟ ସ୍ପୋର୍ଟ୍ସ ଏକାଡେମୀ ଏଠାରେ ଆମ୍ଭ କରିବାକୁ ଯୋଜନା କରୁଛୁ ।"

ଭାରତୀୟ ଟେନିସ ଷ୍ଟାର ସାନିଆ ମୀର୍ଜା ଜୁଲାଇ 23ରୁ ଆରମ୍ଭ ହେବାକୁ ଯାଉଥିବା ଆଗାମୀ ଟୋକିଓ ଅଲମ୍ପିକ୍ସରେ ଅଙ୍କିତା ରାଇନାଙ୍କ ସହ ମହିଳା ଯୁଗଳ ଇଭେଣ୍ଟରେ ନଜର ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.