ETV Bharat / sports

କ୍ବାତାର ଓପନ: ସେମିରେ ହାରିଲେ ସାନିଆ-ଆଣ୍ଡ୍ରେଜା ଯୋଡି

author img

By

Published : Mar 4, 2021, 9:30 PM IST

Qatar Open: Sania Mirza, Andreja Klepac lose in semi-finals
କ୍ବାତାର ଓପନ: ସେମିରେ ହାରିଲେ ସାନିଆ-ଆଣ୍ଡ୍ରେଜା ଯୋଡି

କ୍ବାତାର ଓପନରୁ ବାଦ ପଡିଲେ ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା ଓ ତାଙ୍କର ସ୍ଲୋଭେନିଆ ପାର୍ଟନର ଆଣ୍ଡ୍ରେଜା କ୍ଲେପାକ । ଅଧିକ ପଢନ୍ତୁ...

ଦୋହା: କ୍ବାତାର ଓପନରୁ ବାଦ ପଡିଲେ ଭାରତୀୟ ଟେନିସ ଷ୍ଟାର ସାନିଆ ମୀର୍ଜା ଓ ତାଙ୍କର ସ୍ଲୋଭେନିଆ ପାର୍ଟନର ଆଣ୍ଡ୍ରେଜା କ୍ଲେପାକ । ଗୁରୁବାର ଖେଳାଯାଇଥିବା ସେମିଫାଇନାଲ ମୁକାବିଲାରେ ପରାସ୍ତ ହେବାପରେ ଫାଇନାଲ ଖେଳିବା ଆଶା ଶେଷ ହୋଇଛି ।

ପ୍ରାୟ 12 ମାସରୁ ଅଧିକ ସମୟ ପରେ ପ୍ରଥମ ଟୁର୍ଣ୍ଣାମେଣ୍ଟ ଖେଳିଥିବା ସାନିଆଙ୍କ ଅଭିଯାନ ସେମିଫାଇନାଲରେ ଶେଷ ହୋଇଛି । ଡଚ୍‌ ଯୋଡି ନିକୋଲେ ମେଲିକର ଓ ଡେମି ସ୍କଚର୍ସଙ୍କ ଠାରୁ ସଂଘର୍ଷପୂର୍ଣ୍ଣ ମୁକାବିଲାରେ 5-7, 6-2, 5-10 ସେଟ୍‌ରେ ପରାଜିତ ହୋଇଛନ୍ତି ସାନିଆ ଯୋଡି ।

ପୂର୍ବରୁ ଗତ ସୋମବାର ସାନିଆ WTA କମବ୍ୟାକ ବିଜୟ ନୋଟରୁ କରିଥିଲେ । ଉକ୍ରେନିଆନ ଯୋଡି ନାଦିଆ କିଚେନକ ଓ ଲ୍ୟୁଡମିଲା କିଚେନକଙ୍କୁ 6-4, 6-7(5) ଓ 10-5 ସେଟ୍‌ରେ ପ୍ରଥମ ରାଉଣ୍ଡରେ ପରାସ୍ତ କରିଥିଲେ । ଏହା 12 ମାସ ପରେ ସାନିଆଙ୍କ ପ୍ରଥମ ମ୍ୟାଚ ଥିଲା । କୌତୁହଳପୂର୍ଣ୍ଣ ଭାବେ ମହାମାରୀ କୋରୋନା ଭାଇରସ ଯୋଗୁଁ ସମସ୍ତ କ୍ରୀଡାଜଗତ ସ୍ଥିର ହୋଇଯିବା ପୂର୍ବରୁ କ୍ବାତାର ଓପନ 2020 ସାନିଆଙ୍କ ଶେଷ ଟୁର୍ଣ୍ଣାମେଣ୍ଟ ଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.