ETV Bharat / sports

ଆଜି ଦିନରେ ସାନିଆ-ମାର୍ଟିନା ଯୋଡି ଜିତିଥିଲେ ୱିମ୍ବଲଡନ ମହିଳା ଡବଲ୍ସ ଟାଇଟେଲ

author img

By

Published : Jul 12, 2020, 6:38 PM IST

On This Day Sania Mirza, Martina Hingis won Wimbledon women's doubles title
ଆଜି ଦିନରେ ସାନିଆ-ମାର୍ଟିନା ଯୋଡି ଜିତିଥିଲେ ୱିମ୍ବଲଡନ ମହିଳା ଡବଲ୍ସ ଟାଇଟେଲ

ରୁଷିଆନ ଯୋଡି ଏଲେନା ଭର୍ସିନା ଓ ଏକତାରିନା ମାକାରୋଭାଙ୍କୁ 5-7 ଓ 7-6(4), 7-5 ରେ ହରାଇ, ୱିମ୍ବଲଡେନ ମହିଳା ଡବଲ୍ସ ଟାଇଟେଲ ଜିତିଥିଲେ ସାନିଆ-ମାର୍ଟିନା ଯୋଡି ।

ହାଇଦ୍ରାବାଦ: ବର୍ଷ 2015 ଆଜିର ଦିନରେ ଭାରତୀୟ ଟେନିସ ଷ୍ଟାର ସାନିଆ ମୀର୍ଜା ଓ ମାର୍ଟିନା ହିଙ୍ଗିସଙ୍କ ଯୋଡି, ୱିମ୍ବଲଡେନ ମହିଳା ଡବଲ୍ସ ଟାଇଟେଲ ବିଜେତା ହୋଇ ଇତିହାସ ରଚିଥିଲେ । ଏଥିସହିତ ସାନିଆ ପ୍ରଥମ ଅଲ-ଇଂଲଣ୍ଡ ଟାଇଟେଲ ବିଜେତା ହୋଇଥିଲେ ।

12 ଜୁଲାଇ, 2015ରେ ୱିମ୍ବଲଡେନ ମହିଳା ଡବଲ୍ସ ଟାଇଟେଲ ଜିତିଥିଲେ ସାନିଆ-ମାର୍ଟିନା ଯୋଡି । 1997ରେ ମହିଳା ସିଙ୍ଗଲ୍ସ ଟାଇଟେଲ ବିଜୟ ପରେ ହିଙ୍ଗିସ ପ୍ରଥମ ଥର ୱିମ୍ବଲଡନ ଜିତିଥିଲେ ।

ଏହି ଯୋଡି ରୁଷିଆନ ଯୋଡି ଏଲେନା ଭର୍ସିନା ଓ ଏକତାରିନା ମାକାରୋଭାଙ୍କୁ 5-7 ଓ 7-6(4), 7-5 ରେ ହରାଇ, ପ୍ରଥମ ଗ୍ରାଣ୍ଡ ସ୍ଲାମ ଟାଇଟେଲ ବିଜୟୀ ହୋଇଥିଲେ ।

ଏହି ମ୍ୟାଚ ଖରାପ ଆଲୋକ ପାଇଁ 10 ମିନିଟ ପର୍ଯ୍ୟନ୍ୟ ବନ୍ଦ ହୋଇଥିଲା । ପରେ ସେଣ୍ଟ୍ରାଲ କୋର୍ଟରେ ଖେଳାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.