ETV Bharat / sports

ଫ୍ରେଞ୍ଚ ଓପନ ସେମିଫାଇନାଲ: ଟେନିସ ଟାଇଟାନ୍‌ସ ଜୋକଭିକ-ନାଦାଲ ଲଢେଇ

author img

By

Published : Jun 11, 2021, 5:26 PM IST

ପୁରୁଷ ଏକକ ସେମିଫାଇନାଲରେ ମୁହାଁମୁହିଁ ହେଉଛନ୍ତି ବିଶ୍ବ ଟେନିସର ଦୁଇ ମହାରଥୀ ନୋଭାକ ଜୋକଭିକ ଓ ରାଫେଲ ନାଦାଲ । ଅଧିକ ପଢନ୍ତୁ...

French Open semifinal: Rafael Nadal vs Novak Djokovic
ଫ୍ରେଞ୍ଚ ଓପନ ସେମିଫାଇନାଲ: ଟେନିସ ଟାଇଟାନ୍‌ସ ଜୋକଭିକ-ନାଦାଲ ଲଢେଇ

ପ୍ୟାରିସ୍‌: ଚଳିତ ଫ୍ରେଞ୍ଚ ଓପନର ଅନ୍ୟତମ ହାଇଭୋଲଟେଜ୍‌ କଡା ମୁକାବିଲା ଶୁକ୍ରବାର ସନ୍ଧ୍ୟାରେ ଖେଳାଯିବାକୁ ଯାଉଛି । ପୁରୁଷ ଏକକ ସେମିଫାଇନାଲରେ ମୁହାଁମୁହିଁ ହେବେ ବିଶ୍ବ ଟେନିସର ଦୁଇ ମହାରଥୀ ନୋଭାକ ଜୋକଭିକ ଓ ରାଫେଲ ନାଦାଲ । ଏହି ଦୁଇ ଖେଳାଳି ଯେବେ ସାମ୍ନାସାମ୍ନି ହୋଇଛନ୍ତି, ଦେଖିବାକୁ ମିଳିଛି ତୀବ୍ର ପ୍ରତିନ୍ଦ୍ବନ୍ଦ୍ବିତା ।

ଦୁଇ ଟେନିସ ସୁପରଷ୍ଟାର ମୋଟ୍‌ 57 ଥର ମୁହାଁମୁହିଁ ହୋଇଥିବାବେଳେ 29-28 ବିଜୟ ରେକର୍ଡ ରହିଛି । ରୋଲାଣ୍ଡ ଗାରୋସ ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟରେ ନାଦାଲଙ୍କ ବିଜୟ ରେକର୍ଡ 1-7 ସହ ବିଶ୍ବ ନମ୍ବର 1 ଜୋକଭିକଙ୍କ ଠାରୁ ଅଧିକ ରହିଛି ।

ଶୁକ୍ରବାର ଟେନିସର ଟାଇଟାନ୍‌ସ ଫ୍ରେଞ୍ଚ ଓପନ ସେମିଫାଇନାଲରେ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଅନ୍ୟପଟେ ଦ୍ବିତୀୟ ସେମିଫାଇନାଲ ମୁକାବିଲା ଷ୍ଟିଫନସ ସିତସିପସ ଓ ଆଲେକଜାଣ୍ଡର ଜର୍ଭଙ୍କ ମଧ୍ୟରେ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.