ETV Bharat / sports

ଇଟାଲିଅନ ଓପନ: ଫାଇନାଲ ମ୍ୟାଚରେ ନାଦାଲ-ଜୋକଭିକ ଲଢ଼େଇ

author img

By

Published : May 16, 2021, 7:09 PM IST

ଇଟାଲିୟନ ଓପନ : ଫାଇନାଲ ମ୍ୟାଚରେ ନାଦାଲ-ଜୋକଭିକ ଲଢ଼େଇ
ଇଟାଲିୟନ ଓପନ : ଫାଇନାଲ ମ୍ୟାଚରେ ନାଦାଲ-ଜୋକଭିକ ଲଢ଼େଇ

ଇଟାଲିଅନ ଓପନ ଫାଇନାଲ ମ୍ୟାଚରେ ରାଫେଲ ନାଦାଲଙ୍କୁ ଭେଟିବେ ନୋଭାକ ଜୋକଭିକ । ଗତ ଶନିବାର ସେମିଫାଇନାଲ ମୁକାବିଲାରେ ଆମେରିକାର ରିଲି ଓପେଲ୍କାଙ୍କୁ ଭେଟିଥିଲେ ନାଦାଲ । ଅଧିକ ପଢ଼ନ୍ତୁ...

ରୋମ: ଇଟାଲିୟନ ଓପନ ଫାଇନାଲ ମ୍ୟାଚରେ ରାଫେଲ ନାଦାଲଙ୍କୁ ଭେଟିବେ ନୋଭାକ ଜୋକଭିକ । ଗତ ଶନିବାର ସେମିଫାଇନାଲ ମୁକାବିଲାରେ ଆମେରିକାର ରିଲି ଓପେଲ୍କାଙ୍କୁ ଭେଟିଥିଲେ ନାଦାଲ । ମାତ୍ର ଦୁଇଟି ସେଟ 6-4, 6-4 ପଏଣ୍ଟରେ ଓପେଲ୍କାଙ୍କୁ ମାତ ଦେଇଥିଲେ ନାଦାଲ । ଦଶମ ଥର ପାଇଁ ଏକ ଟାଇଟଲ ହାତେଇବାକୁ ପ୍ରୟାସ କରିବେ ନାଦାଲ ।

ବର୍ତ୍ତମାନ ସୁଦ୍ଧା 12 ଥର ଏହି ଟୁର୍ଣ୍ଣାମେଣ୍ଟ ଖେଳି ସାରିଛନ୍ତି ରାଫେଲ ନାଦାଲ । ପ୍ରତ୍ୟକ ଥର ସେ ସେମିଫାଇନାଲରେ ପହଞ୍ଚିବାରେ ସଫଳ ହୋଇଛନ୍ତି । ସେପଟେ ନୋଭାକ ଜୋକଭିକ ମଧ୍ୟ ସେମିଫାଇନାଲ ମ୍ୟାଚରେ ବିଶ୍ବର 33 ନମ୍ବର ଖେଳାଳି ଲୋରେଞ୍ଜ ସୋନେଗୋଙ୍କୁ ଭେଟିଥିଲେ । ତିନୋଟି ସେଟ୍ 6-3, 7-5 ଓ 6-4ରେ ଲୋରେଞ୍ଜ ସୋନେଗୋଙ୍କୁ ମାତ ଦେଇଥିଲେ ଜୋକଭିକ ।

ରୋମରେ 9 ଥର ଚମ୍ପିଆନ ହୋଇ ସାରିଛନ୍ତି ନାଦାଲ । ଏହାପୂର୍ବରୁ କ୍ବାଟରଫାଇନାଲ ମ୍ୟାଚରେ ଗ୍ରୀସର ଷ୍ଟେଫାନୋସଙ୍କୁ ମାତ ଦେଇଥିଲେ ଜୋକଭିକ । ସେମିଫାଇନାଲ ମୁକାବିଲାରେ ମଧ୍ୟ ଏହି ବିଶ୍ବର ଏହି ଏକ ନମ୍ବର ଖେଳାଳିଙ୍କୁ ବହୁ ସଂଘର୍ଶ କରିବାକୁ ପଡ଼ିଥିଲା । ପ୍ରଥମ ସେଟରେ ସହଜ ବିଜୟ ହାସଲ କରିବା ପରେ ଦ୍ବିତୀୟ ସେଟରେ ଟାଇ ବ୍ରେକରରେ ପରାଜିତ ହୋଇଛନ୍ତି । ତେବେ ଶେଷ ସେଟରେ ଦମଦାର ପ୍ରଦର୍ଶନ କରି ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିଥିଲେ ।

ରୋମରେ ନାଡାଲ ଓ ଜୋକଭିକଙ୍କ ମଧ୍ୟରେ ଷଷ୍ଠ ଥର ପାଇଁ ଫାଇନାଲ ମ୍ୟାଚ ଖେଳାଯିବ । ଏହାପୂର୍ବରୁ 5 ଟି ମ୍ୟାଚ ମଧ୍ୟରୁ 3 ଟିରେ ନାଡାଲ ବିଜୟ ହାସଲ କରିଥିବା ବେଳେ ଦୁଇଥର ଜୋକଭିକ ବିଜୟ ହାସଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.