ETV Bharat / sports

ଅଷ୍ଟ୍ରେଲିଆନ ଓପନ: 18ତମ ଗ୍ରାଣ୍ଡସ୍ଲାମ ଟାଇଟେଲ ଲକ୍ଷ୍ୟରେ ଜୋକଭିକ

author img

By

Published : Feb 20, 2021, 10:34 PM IST

At Australian Open, Djokovic chases 18th Slam, Medvedev 1st
ଅଷ୍ଟ୍ରେଲିଆନ ଓପନ: 18ତମ ଗ୍ରାଣ୍ଡସ୍ଲାମ ଟାଇଟେଲ ଲକ୍ଷ୍ୟରେ ଜୋକଭିକ

ନୋବାକ ଜୋକଭିକ ରବିବାର ଅଷ୍ଟ୍ରେଲିଆନ ଓପନ ଫାଇନାଲରେ ଡାନିଲ ମେଡେଭେଡେବଙ୍କୁ ଭେଟିବେ । ଅଧିକ ପଢନ୍ତୁ...

ମେଲବର୍ଣ୍ଣ: ନୋବାକ ଜୋକଭିକ ରବିବାର ଅଷ୍ଟ୍ରେଲିଆନ ଓପନ ଫାଇନାଲରେ ଡାନିଲ ମେଡେଭେଡେବଙ୍କୁ ଭେଟିବେ । କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟେଲ ଅଷ୍ଟ୍ରେଲିଆନ ଓପନରେ ହାରିଥିଲେ ଜୋକଭିକ । ମାତ୍ର ଦ୍ବିତୀୟ ଥର ଅଷ୍ଟ୍ରେଲିଆଓନ ଓପନରେ ହିଁ ଗ୍ରାଣ୍ଡସ୍ଲାମ ଟାଇଟେଲ ବିଜେତା ହୋଇଥିଲେ ।

At Australian Open, Djokovic chases 18th Slam, Medvedev 1st
ଡାନିଲ ମେଡେଭେଡେବ

ଡାନିଲ ମେଡେଭେଡବ ମଧ୍ୟ କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ ଫାଇନାଲ ୟୁଏସ ଓପନରେ ହାରିଥିଲେ । ପରେ ଦ୍ବିତୀୟ ଗ୍ରାଣ୍ଡସ୍ଲାମ ଟାଇଟେଲ ଲକ୍ଷ୍ୟରେ ରବିବାର ଅଷ୍ଟ୍ରେଲିଆ ଓପନ ଫାଇନାଲ ଖେଳିବେ ।

At Australian Open, Djokovic chases 18th Slam, Medvedev 1st
ନୋବାକ ଜୋକଭିକ

ଫାଇନାଲ ପୂର୍ବରୁ କିନ୍ତୁ ରକର୍ଡ ଆଧାରରେ ଜୋକଭିକ ଅନେକ ଆଗରେ ରହିଛନ୍ତି । ଅଷ୍ଟ୍ରେଲିଆନ ଓପନର ସେମିଫାଇନାଲ ଓ ଫାଇନାଲର ଜୋକଭିକଙ୍କ 17-0 ରେକର୍ଡ ରହିଛି । ତେବେ ଫର୍ମରେ ଥିବା ମେଡଭେଡେବ ଶ୍ରୀର୍ଷ 10 ସ୍ଥାନ ମଧ୍ୟରେ ଥିବା ଖେଳାଳିଙ୍କୁ ନିକଟ ଅତୀତରେ ହରାଇବାର ରେକର୍ଡ କରିଛନ୍ତି । ଫଳରେ ରବିବାର ମେଲବର୍ଣ୍ଣରେ ହେବାକୁ ଥିବା ମହାମୁକାବିଲା ଉପରେ ସମସ୍ତଙ୍କ ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.