ETV Bharat / sports

ବିଜୟ ସହ ଟି-୨୦ ବିଶ୍ବକପରୁ ଟିମ ଇଣ୍ଡିଆର ବିଦାୟ

author img

By

Published : Nov 8, 2021, 10:31 PM IST

Updated : Nov 8, 2021, 10:41 PM IST

ଶେଷ ସୁପର ୧୨ ମୁକାବିଲାରେ ନାମ୍ବିଆକୁ 9 ୱିକେଟରେ ହରାଇ ଟି-୨୦ ବିଶ୍ବକପ ଅଭିଯାନ ଶେଷ କରିଛି ଟିମ ଇଣ୍ଡିଆ । ଅଧିକ ପଢନ୍ତୁ...

T20 world Cup:  India beat namibia by 9 wkts
ବିଜୟ ସହ ଟି-୨୦ ବିଶ୍ବକପରୁ ଟିମ ଇଣ୍ଡିଆର ବିଦାୟ

ଦୁବାଇ: ବିଜୟ ସହ ଟି-୨୦ ବିଶ୍ବକପ ଅଭିଯାନ ଶେଷ କରିଛି ଟିମ ଇଣ୍ଡିଆ । ଶେଷ ସୁପର ୧୨ ମୁକାବିଲାରେ ନାମ୍ବିଆକୁ 9 ୱିକେଟରେ ହରାଇ ବିଦାୟ ନେଇଛି ଭାରତ । ଗ୍ରୁପ ୨ ରେ ୫ଟି ମ୍ୟାଚ୍‌ରୁ ୬ ପଏଣ୍ଟ ସହ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହୋଇଛି ବିରାଟବାହିନୀ ।

ଟି-୨୦ ଫର୍ମାଟରେ ଟିମ ଇଣ୍ଡିଆର କ୍ୟାପଟେନ ଭାବେ ଶେଷ ମ୍ୟାଚ୍‌ରେ ଟସ୍‌ ଜିତି ବିରାଟ କୋହଲି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ପରେ ନିର୍ଦ୍ଧାରିତ ୨୦ ଓଭରରେ ନାମ୍ବିଆ ୮ ୱିକେଟ ହରାଇ ୧୩୨ ରନ୍‌ ସଂଗ୍ରହ କରିଥିଲା । ୧୩୩ ରନ୍‌ର ବିଜୟ ଲକ୍ଷ୍ୟକୁ ୧୫.୨ ଓଭରରେ ହାସଲ କରିନେଇଛି ଭାରତ । ଓପନର କେଏଲ ରାହୁଲ ୪୬ ବଲ୍‌ରୁ ୪ଟି ଚୌକା ଓ ୨ଟି ଛକା ସହାୟତାରେ ୫୪ ଓ ରୋହିତ ଶର୍ମା ୩୭ ବଲ୍‌ରୁ ୭ଟି ଚୌକା ଓ ୨ଟି ଛକା ସହାୟତାରେ ୫୬ ରନ୍‌ର ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି । ସୂର୍ଯ୍ୟକୁମାର ଯାଦବ ୧୯ ବଲ୍‌ରୁ ୨୫ ରନ୍‌ର ଇଂନିସ ଖେଳିଛନ୍ତି ।

ପୂର୍ବରୁ ନାମ୍ବିଆ ପକ୍ଷରୁ ଡେଭିଡ ୱାଇଜ୍‌ ସର୍ବାଧିକ ୨୬ ରନ୍‌ର ଇଂନିସ ଖେଳିଥିଲେ । ଷ୍ଟିଫେନ ବାର୍ଡ୨୧ ଓ ମାଇକେଲ ଭନ ଲିଙ୍ଗେନ ୧୪ ରନ୍‌ର ଇଂନିସ ଖେଳିଥିଲେ । ଶେଷ ଭାଗରେ ଜାନ ଫ୍ରାଏଲିଙ୍କ୍‌ ୧୫ ଓ ଟ୍ରମ୍ପେଲମନ ୧୩ ରନ୍‌ର ଉପଯୋଗୀ ଯୋଗଦାନ ସହ ଟିମ୍‌ର ସ୍କୋର ୧୩୦ ପାର୍‌ କରାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Nov 8, 2021, 10:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.