ETV Bharat / sports

Wrestling Controversy : ବବିତା ଫୋଗାଟ କୁସ୍ତି ସଂଘ ଅଭିଯୋଗ ନେଇ ଯାଞ୍ଚ କମିଟିରେ ହେଲେ ସାମିଲ

author img

By

Published : Feb 1, 2023, 7:38 AM IST

ପୂର୍ବତନ କୁସ୍ତି ଯୋଦ୍ଧା ବବିତା ଫୋଗାଟଙ୍କୁ କ୍ରୀଡା ମନ୍ତ୍ରଣାଳୟ ଦ୍ବାରା ଗଠିତ ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବୃଜଭୂଷଣ ସିଂହଙ୍କ ବିରୋଧରେ ବିଭିନ୍ନ ଅଭିଯୋଗର ଯାଞ୍ଚ ପାଇଁ ସମିତିରେ ସାମିଲ କରାଯାଇଛି । ଅଧିକ ପଢନ୍ତୁ

ବବିତା ଫୋଗାଟ
ବବିତା ଫୋଗାଟ

ହାଇଦ୍ରାବାଦ : ରାଜ୍ୟଗୋଷ୍ଠୀ କ୍ରୀଡାର ସୂର୍ଣ୍ଣ ପଦକ ବିଜେତା ତଥା ପୂର୍ବତନ ମହିଳା କୁସ୍ତି ଯୋଦ୍ଧା ବବିତା ଫୋଗାଟ ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବୃଜଭୂଷଣ ସିଂହଙ୍କ ବିରୋଧରେ ବିଭିନ୍ନ ଅଭିଯୋଗର ଯାଞ୍ଚ ପାଇଁ ଗଠିତ ସମିତିରେ ସାମିଲ ହୋଇଛନ୍ତି । କ୍ରୀଡା ମନ୍ତ୍ରଣାଳୟ ଦ୍ବାରା ଗଠିତ ଏହି ସମିତିରେ WFI ଏବଂ ଅଧ୍ୟକ୍ଷଙ୍କ ବିରୋଧରେ ଯୌନ ନିର୍ଯାତନା, ବିଭିନ୍ନ ଅଭିଯୋଗ ଏବଂ ପ୍ରଶାସନିକ ଅନିୟମିତତା ନେଇ ହୋଇଥିବା ଆରୋପର ଯାଞ୍ଚ କରୁଛି । ଭିନେଶ ଫୋଗାଟ, ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ ଏବଂ ରବି ଦହିୟାଙ୍କ ଭଳି ଷ୍ଟାର କୁସ୍ତି ଯୋଦ୍ଧା ଭାରତୀୟ କୁସ୍ତି ମହାସଂଘ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ।

କ୍ରୀଡା ମନ୍ତ୍ରଣାଳୟ ଏକ ବୟାନରେ କହିଛି "ପୂର୍ବତନ କୁସ୍ତି ଯୋଦ୍ଧା ବବିତା ଫୋଗାଟଙ୍କୁ କ୍ରୀଡା ମନ୍ତ୍ରଣାଳୟ ଦ୍ବାରା ଗଠିତ ସମିତିରେ ସାମିଲ କରାଯାଇଛି । ଏହି ସମିତି ଭାରତୀୟ କୁସ୍ତି ମହାସଂଘ ବିରୋଧରେ ହୋଇଥିବା ଅଭିଯୋଗର ଯାଞ୍ଚ କରିବ । ଏହି ସମିତିରେ କିମ୍ବଦନ୍ତୀ କୁସ୍ତିଯୋଦ୍ଧା ଏମସି ମେରୀକମ, ପୂର୍ବତନ କୁସ୍ତିଯୋଦ୍ଧା ଯୋଗେଶ୍ବର ଦତ୍ତ, ପୂର୍ବତନ ବ୍ୟାଡମିଣ୍ଟନ ଖେଳାଳି ତୃପ୍ତି ମୁରଗୁଣ୍ଡେ, ସ୍ପୋର୍ଟସ ଅଥରିଟୀ ଅଫ ଇଣ୍ଡିଆର ଅଧିକାରୀ ରାଧିକା ଶ୍ରୀମନ ଏବଂ ଅଲମ୍ପିକ ପୋଡିୟମ ଯୋଜନାର ପୂର୍ବତନ ସିଇଓ ରାଜେଶ ଗୋପାଳନ ସାମିଲ ଅଛନ୍ତି ।"

ଭାରତୀୟ କୁସ୍ତି ମହାସଂଘର (WFI) ଅଧ୍ୟକ୍ଷ ବ୍ରୁଜ ଭୂଷଣ ସିଂହଙ୍କ ବିରୋଧରେ ଆସିଥିବା ଯୌନ ଶୋଷଣ ଅଭିଯୋଗ ମାମଲାର ଯାଞ୍ଚ ପାଇଁ ଏକ କମିଟି ଗଠନ ହୋଇଥିଲା । ଏହି କମିଟିର ଅଧ୍ୟକ୍ଷା ରହିଛନ୍ତି ବକ୍ସର ମେରୀକମ । ସ୍ବର୍ଣ୍ଣ ପଦକ ବିଜେତା ତଥା ଭାରତୀୟ ଷ୍ଟାର ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଭାରତୀୟ କୁସ୍ତି ମହାସଂଘ ଏବଂ ଏହାର ଅଧ୍ୟକ୍ଷଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । କୁସ୍ତି ମହାସଂଘ ସଭାପତି ବୃଜ ମୋହନ ସିଂ ରେସଲରଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗ କରିଛନ୍ତି । ଅଭିଯୋଗ ସାମ୍ନାକୁ ଆସିବା ପରେ ଦିଲ୍ଲୀର ଜନ୍ତରମନ୍ତରରେ ଏକାଧିକ କୁସ୍ତିଯୋଦ୍ଧା ସଭାପତିଙ୍କ ବିରୋଧରେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଯାହାକି କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ ଦ୍ବିତୀୟ ଥର ଆଲୋଚନା ପରେ ବିରୋଧ ପ୍ରଦର୍ଶନ ବନ୍ଦ ହୋଇଛି । ବ୍ରୁଜ ଭୂଷଣଙ୍କ ବିରୋଧରେ ଆସିଥିବା ଯୌନ ଶୋଷଣ ଅଭିଯୋଗ ନେଇ ଏକ ଟିମ ଗଠନ କରାଯାଇ ଯାଞ୍ଚ୍‌ କରାଯିବ ବୋଲି କହିଥିଲେ କେନ୍ଦ୍ର କ୍ରୀଡାମନ୍ତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.